Breaking News

କୋରନାରେ ସ୍ୱାମୀ ଚାଲିଗଲେ !! ସ୍ତ୍ରୀ ଦୁଖରେ ଭାଙ୍ଗି ଏମିତି କିଛି କଲା !!

କୋରନା ରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଚାଲିଗଲାଣି। କେତେବେଳେ ସ୍ୱାମୀ ଆଗରେ ସ୍ତ୍ରୀ ଚାଲିଯାଉଛି ତ କେତେବେଳେ ସ୍ତ୍ରୀ ଆଗରେ ସ୍ୱାମୀ। ଏମିତି ଏକ ଦୁଃଖଦ ଘଟଣା ଘଟିଯାଇଛି ନୟାଗଡରେ। ସାତ ଜନ୍ମ ପାଇଁ ସାଥିହୋଇ ଏକାଠି ବଞ୍ଚିବା ପାଇଁ କଥାଦେଇଥିଲେ। ହେଲେ ତାଙ୍କର ଏହି ଖୁସି ବେଶିଦିନ ରହିଲାନି ବିବାହର ମାତ୍ର ଅଳ୍ପଦିନରେ ହିଁ କୋରନା ନେଇଗଲା ସ୍ୱାମୀଙ୍କ ଜୀବନ। ସ୍ୱାମୀ ଙ୍କ ମୃ -ତୁ ଖବର ଶୁଣି ଭାଙ୍ଗିପଡିଥିଲେ ସ୍ତ୍ରୀ। ସ୍ୱାମୀ ଙ୍କ ପଛେ ପଛେ ସେ ବି ଆରପାରିକୁ ଚାଲିଗଲେ।ଏହି ହୃଦୟବିଦାରକ ଘଟଣା ଟି ଘଟିଯାଇଛି ନୟାଗଡ଼ ଜିଲ୍ଲାର ଇଟାମାଟି ଥାନା ଅଞ୍ଚଳରେ।

ସୂଚନା ଅନୁଯାୟି ଜଣାପଡେ ନୟାଗଡ଼ ଜିଲ୍ଲାର ଇଟାମାଟି ଅଞ୍ଚଳରେ ଥିବା ଟାଙ୍କି ସାହି ପାଟଣାର ଦିଲ୍ଲୀପ ପାତ୍ର। ସେ ଏକ ଘରୋଇ ବ୍ୟାଙ୍କ ରେ ଚାକିରୀ କରୁଥିଲେ। କଲେଜରେ ପଢିବା ସମୟରେ ଇତାମାଟିର ସୁଜାତା ପତ୍ରଙ୍କୁ ଭଲପାଇ ବସିଥିଲେ। ଘରଲୋକଙ୍କ ସ୍ୱୀକୃତି କ୍ରମେ ଏଇ କିଛି ମାସ ତଳେ ଦୁହିଁଙ୍କ ବାହାଘର ହେଇଥିଲା। ଦୁଇଜଣ ଙ୍କ ଭିତରେ ଭଲପାଇବା କେବେବି କମି ନଥିଲା ଏଇ କିଛି ଦିନ ତଳେ ସେମାନେ ଆଣ୍ଡାମାନ ବୁଲିବାକୁ ଯାଇଥିଲେ ଏବଂ ଗତ 14 ତାରିଖ ଦିନ ଘରକୁ ଫେରିଥିଲେ। ସେଠାରୁ ଫେରିବା ପରେ ଦୁହିଁଙ୍କର କୋରନା ଟେଷ୍ଟ କରାଯାଇଥିଲା। ଏହି ଟେଷ୍ଟ ରେ ଦିଲ୍ଲୀପ ଙ୍କର ପଜେଟିଭ ଆସିଥିଲା ଓ ସୁଜାତା ଙ୍କର ନେଗେଟିଭ ଆସିଥିଲା।

ପଜେଟିଭ ଆସିବା ପରେ ଦୁଲ୍ଲୀପ ଙ୍କୁ କୋଭିଡ ହସ୍ପିଟାଲ ରେ ଆଡ଼ମିଟ କରାଯାଇଥିଲା। ଏବଂ ସୁଜାତା ତାଙ୍କ ଶାଶୁ ଘରକୁ ଚାଲିଯାଇଥିଲେ। ହଠାତ ଦିଲ୍ଲୀପ ଙ୍କର ମୃ – ତ୍ୟୁ ହେଇଗଲା। ସୁଜାତା ଏମିତି ଖବର ହଠାତ ଶୁଣିବା ପରେ ସହଜରେ ଗ୍ରହଣ କରିପାରିନଥିଲେ।ବାହାଘରର ଏତେ କମ ଦିନରେ ଦିଲ୍ଲୀପ ଏମିତି ତାଙ୍କୁ ଛାଡି ହଠାତ ଚାଲିଯିବେ ବୋଲି ସେ ସ୍ୱପ୍ନ ରେ ବି ବିଶ୍ୱାସ କରିପାରିଲେ ନାହିଁ। ଗୋଟେ ସ୍ତ୍ରୀ ଆଗରେ ତାର ସ୍ୱାମୀ ଚାଲିଯିବା କେତେ ଯେ କଷ୍ଟ ର କଥା ଆପଣ ସମସ୍ତେ ଭାବି ପାରୁଥିବେ।

ଏ ଖବର ରେ ହଠାତ ସୁଜାତା ଙ୍କର ମଧ୍ୟ ହୃଦଘାତ ରେ ଜୀବନ ଚାଲିଗଲା। ନୟାଗଡ଼ ର ଇଟାମାଟି ରେ ଘଟିଥିବା ଏହି ଘଟଣା ଶୁଣି ସମସ୍ତଙ୍କ ମନରେ ଆଲୋଡନ ସୃଷ୍ଟି କରିଛି। ଖବର ପାଇ ଇଟାମାଟି ର ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ସୁଜାତା ଙ୍କର ସବ ସତ୍କାର ହୋଇଯାଇଥିଲା। ସୁଜାତା ଆ- ତ୍ମ- ହ- ତ୍ୟା କରିଛନ୍ତିକି ହୃ- ଦଘାତ ରେ ମରିଛନ୍ତି ତାହା ତଦନ୍ତ ସାପେକ୍ଷ ବୋଲି କହିଛନ୍ତି ପୋଲିସ ଅଧିକାରୀ। ତେଣୁ ଆପଣ ନିଜେ ନିଜେ ସଚେତନ ରହିଲେ ହିଁ ଏହି ମହାମାରୀ କୋରନା କବଳରୁ ବଞ୍ଚିପାରିବେ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ହେ ଭଗବାନ ! ଆଖିରୁ ଲୁହ ଆସିଯିବ , ପୁଅର ଜୀବନ ବ-ଞ୍ଚା-ଇ-ବା-କୁ ମା କରୁଛି କିଡନୀ ଦାନ

ମା ଏମିତି ଏକ ମଣିଷ ଯିଏକି ନିଜ ଛୁଆ ପାଇଁ କିଛି ବି କରିବାକୁ ପଛାଇନଥାଏ। ଏମିତିକି କି ତାର …

Leave a Reply

Your email address will not be published. Required fields are marked *