Breaking News

କରୋନା ଉଜାଡି ଦେଲା ଦେଶର ଅର୍ଥନୀତି , ଅନ୍ୟ ଦେଶଠୁ 10 ବର୍ଷ ପଛରେ ଭାରତ !

ସାରା ଦେଶରେ ଜାରି ରହିଛି କରୋନାର ଦ୍ବିତୀୟ ଲାହରର ତାଣ୍ଡବ।ଏହାର ସିଧାସଳଖ ପ୍ରଭାବ ଦେଶର ଅର୍ଥନୀତି ଉପରେ ପଡ଼ିଛି ।ଏହି ଅଦୃଶ୍ୟ ଭୂତାଣୁର ଭୟ ଭିତରେ ପ୍ରଥମେ ଜୀବନ ଆଉ ଜୀବିକା ଚିନ୍ତା ।ଅନେକ ଲୋକ ନିଜର ରୋଜଗାରର ମାଧ୍ୟମ ହରାଇଛନ୍ତି।ବିଗତ ଦେଢ ବର୍ଷ ଧରି କରୋନା ସହ ଲଢେ଼ଇ କରୁଛି ସାରା ଦେଶ । ଏହାରି ମଧ୍ୟରେ ଗରିବଟିଏ ଦି ଓଳି ଦୁଇ ମୁଠା ଖାଇବାକୁ ବି ପାଉନାହିଁ।ଯେଉଁ ବର୍ଷ ବର୍ଷ ଧରି ଉଦ୍ୟମ ଫଳରେ ଭାରତ ଦାରିଦ୍ର୍ୟତାର ସୀମାରେଖା ଠାରୁ ଉଠି ପାରିଥିଲା ତାହା ଏବେ ମାଟିରେ ମିଶିବାକୁ ବସିଛି।ଏକ ସର୍ଭେ ଅନୁସାରେ କରୋନା ମହାମାରୀ ଯୋଗୁଁ ଭାରତ ଅର୍ଥନୀତି କ୍ଷେତ୍ରରେ ଏବେ ୯ ବର୍ଷ ତଳକୁ ଖସିଯାଇଛି।


ଏକ ସର୍ଭେ ରିପୋର୍ଟ ଅନୁଯାୟୀ ବିଗତ ଏକ ବର୍ଷ ମଧ୍ୟରେ ଅର୍ଥାତ୍ ଏପ୍ରିଲ୍ ୨୦୨୦ ଠାରୁ ଏପ୍ରିଲ୍ ୨୦୨୧ ମଧ୍ୟରେ କରୋନା ଯୋଗୁଁ ଦେଶର ୨୩ କୋଟି ଲୋକ ଦାରିଦ୍ର୍ୟ ସୀମା ରେଖା ତଳକୁ ଖସିଯାଇଛନ୍ତି । ତେବେ ୨୦୧୬ ମସିହାରେ ଜାତିସଂଘର ଏକ ରିପୋର୍ଟ ଅନଯାୟୀ ୨୦୦୬ ରୁ ୨୦୧୬ ମସିହା ଅର୍ଥାତ୍ ବିଗତ ୧୦ ବର୍ଷ ମଧ୍ୟରେ ଭାରତର ୨୭ କୋଟି ୩୦ ଲକ୍ଷ ଲୋକ ଦାରିଦ୍ର‌୍ୟତାର ସୀମାରେଖାରୁ ବାହାରିଥିଲେ ।୨୦୦୫ ମସିହାରେ ଭାରତରେ ପାଖାପାଖି ୫୫.୧% ଲୋକ ଗରିବ ଥିଲେ । କିନ୍ତୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସରକାରଙ୍କ ମହାତ୍ମାଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ନିଶ୍ଚିତ ରୋଜଗାର ଅଧିନିୟମ ଯୋଜନା ଯୋଗୁ ଦେଶରେ ଦାରିଦ୍ର୍ୟ ଦୂର ହେବାରେ ଲାଗିଥିଲା ।

ଦେଶର ୮୦% ଗରିବ ଗାଁରେ ରହୁଥିଲେ । ସେମାନଙ୍କୁ ନିଯୁକ୍ତି ମିଳିବା ଫଳରେ ସେମାନଙ୍କର ଆର୍ଥିକ ବିକାଶ ଘଟିଲା । ୨୦୧୫-୧୬ ସୁଦ୍ଧା ଦେଶରେ ଗରିବ ସଂଖ୍ୟା ହ୍ରାସ ପାଇ ୨୭.୯%କୁ ଖସିଗଲା । କିନ୍ତୁ ଏହି ଗୋଟେ ବର୍ଷ ମଧ୍ୟରେ କରୋନା ଦାରିଦ୍ର୍ୟ କ୍ଷେତ୍ରରେ ଭାରତକୁ ୯ ବର୍ଷ ତଳକୁ ଖସେଇ ଦେଇଛି। ଡବ୍ଲ୍ୟୁଇଏଫ୍‌ ର ଏକ ରିପୋର୍ଟ ଅନୁଯାୟୀ, ଭାରତରେ ଗରିବ ଶ୍ରେଣୀର ଲୋକଟିକୁ ମଧ୍ୟବିତ୍ତ ଶ୍ରେଣୀକୁ ଉଠିବା ପାଇଁ ପ୍ରାୟ ୭ ପିଢ଼ିର ସମୟ ଲାଗିଥାଏ।

ହେଲେ ଏବେ ଯେଉଁଠି କରୋନା ଯୋଗୁଁ ଅଟେ ସଂଖ୍ୟକ ଲୋକ ନିଜର ଜୀବିକା ହରାଇବା ଏକ ଚିନ୍ତାର ବିଷୟ ।ଏମାନଙ୍କୁ ପୁଣି ଥରେ ଦାରିଦ୍ର‌୍ୟରୁ ବାହାର କରିବା ପାଇଁ ଅନେକ ବର୍ଷ ଲାଗିଯାଇପାରେ। ବର୍ତ୍ତମାନ ଭାରତରେ ପ୍ରତି ୪ ଜଣରେ ଜଣେ ଦାରିଦ୍ର‌୍ୟ ଅଛନ୍ତି।ତେବେ ଦାରିଦ୍ର‌୍ୟ କ୍ଷେତ୍ରରେ ବର୍ତ୍ତମାନ ଭାରତ ବିଶ୍ୱର ସମୁଦାୟ ୧୦୭ଟି ଦେଶ ମଧ୍ୟରେ ୬୨ ତମ ସ୍ଥାନରେ ରହିଛି ।ତେବେ କରୋନା ଯୋଗୁଁ ଆଗକୁ ଅର୍ଥନୀତି ସ୍ତର ଅଧିକ ଖରାପ ହୋଇପାରେ ବୋଲି ଆଶଂକା କରାଯାଉଛି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଇଂଜିନିୟର ଚାକିରି ଛାଡି ଗାଁକୁ ଆସି ଏମିତି କଲେ , ଏବେ ହୋଇଗଲେ ଲକ୍ଷପତି

ଇଂଜିନିୟର ଯୁବକଙ୍କୁ ଦାମୀ ଇଞ୍ଜିନିୟରିଂ ଚାକିରି ନୁହେଁ ରୋଜଗାରକ୍ଷମ କରାଇଛି ଚାଷ । ଆଜି ସେ ଇଂଜିନିୟର ଚାକିରି ଛାଡି …

Leave a Reply

Your email address will not be published. Required fields are marked *