Breaking News

କରୋନା ସଂକ୍ରମିତ ହୋଇଥିଲେ କଣ କରିବା ଆବଶ୍ୟକ। ଜାଣନ୍ତୁ

ସମଗ୍ର ବିଶ୍ବ ରେ କରୋନା ମହାମାରୀ ଏବେ ଅଣାୟତ୍ତ ହେବାରେ ଲାଗିଛି। କାରୋନା ର ଦ୍ଵିତୀୟ ଲହରୀ ଏବେ ଏବେ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଦିନ ପ୍ରତିଦିନ ସଂକ୍ରମିତ ଙ୍କ ସମେତ ମୃତ୍ୟୁ ହାର ମଧ୍ୟ ବଢ଼ିବାରେ ଲାଗିଛି। କରୋନା ଗ୍ରାଫ ଏବେ ଦିନ କୁ ଦିନ ଉପର ମୁହାଁ ହେବାରେ ଲାଗିଛି।ଏହା ଶିଶୁ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସବୁ ବର୍ଗ ର ଲୋକଙ୍କୁ ଆକ୍ରାନ୍ତ କରିବାରେ ଲାଗିଛି। ତେବେ ଏହି ସଂକ୍ରମଣକୁ ରୋକିବା ପାଇଁ ସରକାର ଙ୍କ ତରଫ ରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି।

ସାରା ଦେଶ ରେ କରୋନା ର ଟୀକାକରଣ କରାଯାଉଛି ।ଆଗରୁ କେବଳ ବୟସ୍କ ଲୋକ ଙ୍କୁ ଟୀକାକାରଣ ର ବ୍ୟବସ୍ଥା କରାଯାଇଥିଲା।କିନ୍ତୁ ଏବେ ବଢୁଥିବା ସଂକ୍ରମଣକୁ ଦୃଷ୍ଟି ରେ ରଖି ମେଁ ୧ ତାରିଖ ରୁ ୧୮ ବର୍ଷ ରୁ ଉର୍ଦ୍ଧ୍ବ ସମସ୍ତ ଙ୍କୁ ଟୀକା ଦିଆଯିବ ବୋଲି କହିଛନ୍ତି ସରକାର।ତେବେ କରୋନା ସଂକ୍ରମିତ ବ୍ୟକ୍ତି କେଉଁ ସବୁ ଦିଗ ପ୍ରତି ସଜାଗ ରହିବା ଜରୁରୀ ଏ ସମ୍ପର୍କରେ ୩ ଜଣ ବରିଷ୍ଠ ଡାକ୍ତର ଡ଼. ରଣଦୀପ ଗୁଲେରିଆ,ଦେବୀ ସେଟ୍ଟି, ନରେଶ ତ୍ରେହାନ୍ ପ୍ରେସ ମିଟ୍ ଯାରିକରି କହିଛନ୍ତି ।

କରୋନା ର ଅଭଳୀ ପରିସ୍ଥିତି ରେ ସମସ୍ତେ ମାସ୍କ ପିନ୍ଧିବା ନିହାତି ଜରୁରୀ ବୋଲି ସେ କହିଛନ୍ତି। ଏବଂ ଏହି ସମୟରେ ଜନଗହଳିପୁର୍ଣ୍ଣ ସ୍ଥାନ ଗୁଡିକରୁ ଯେତେ ଦୂର ସମ୍ଭବ ଦୂର ରେ ରହିବାକୁ ମତ ଦେଇଛନ୍ତି। ସାମାନ୍ୟ ଲକ୍ଷଣ ଥିଲେ ଟେଷ୍ଟ କରିବା ଉପରେ ଗୁରୁତ୍ବ ଦିଆଯାଉଛି।ଏଥି ସହିତ ସମସ୍ତ ଙ୍କୁ ଟୀକା ଦେବାର ବ୍ୟବସ୍ଥା ମଧ୍ୟ କରାଯାଇଛି।ଡାକ୍ତର ଙ୍କ ପରାମର୍ଶ ନେଇ ଔଷଧ ଖାଇବା ଉପରେ ଗୁରୁତ୍ବ ଦିଆଯାଉଛି। ଡ. ଗୁଲେରିଆ କହିଛନ୍ତି ଯେ ନିର୍ଦ୍ଧିଷ୍ଟ ଚିକିତ୍ସା ପଦ୍ଧତି ରେ ୮୫ % ଲୋକ ସୁସ୍ଥ ହେଲେଣି।

ପ୍ରାୟତଃ ଅଧିକାଂଶ ଲୋକ ଙ୍କ ଲକ୍ଷଣ ଥଣ୍ଡା ଜ୍ବର ରହୁଛି। ଏଭଳି କ୍ଷେତ୍ର ରେ ରୋଗୀ କୁ ସୁସ୍ଥ ହେବାପାଇଁ ୫-୭ ଦିନ ସମୟ ଲାଗିଥାଏ।ସଂକ୍ରମିତ ହେଲେ ଡରିବାର କୌଣସି କାରଣ ନାହିଁ ବୋଲି ଡ଼. ଦେବୀ ସେଟ୍ଟୀ କହିଛନ୍ତି। ଆକ୍ରାନ୍ତ ହେଲେ ଘରୋଇ ସଂଘରୋଧ ରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ଏହା ସହିତ ଲକ୍ଷଣ ଅଧିକ ଦେଖାଦେଲେ ଡାକ୍ତର ଙ୍କ ପରାମର୍ଶ ନେଇ କରୋନା ଟେଷ୍ଟ କରିନେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଖୁବ ଶୀଘ୍ର ଏହି ଲୋକମାନଙ୍କୁ ମିଳିବାଜୁ ଯାଉଛି PM ଆବାସ ଯୋଜନା, ଏହି ଲୋକମାନଙ୍କ ଆସିଲା ନାଁ, ଆପଣଙ୍କ ନାଁ ନାହିଁ ତ !

ବନ୍ଧୁଗଣ ରାଜ୍ୟରେ ଖୁବ ଶୀଘ୍ର ଆବଣ୍ଟୀତ PM ଆବାସ ଯୋଜନା ଅଧୀନରେ ଘର ନିର୍ମାଣ ଯାହା ମଧ୍ୟ PM ଆବାସ …

Leave a Reply

Your email address will not be published.