ସାରା ଦେଶରେ କରୋନା ମହାମାରୀର ଭୟାବହତା ଜାରି ରହିଛି। ଏହି ଅଦୃଶ୍ୟ ଭୂତାଣୁ କବଳରେ ଆସି ଅନେକ ଲୋକ ଅକାଳରେ ଆରପାରିକୁ ଚାଲିଗଲେଣି। ଦେଶରେ ମଧ୍ୟ କରୋନାର ଦ୍ଵିତୀୟ ଲହର ଏବେ ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିସାରିଲାଣି। ଏଭଳି ସମୟରେ ଲୋକେ କରୋନା ଦାଉରୁ ରକ୍ଷା ପାଇବା ପାଇଁ ଏବେ ଅନ୍ଧ ବିଶ୍ଵାସର ବସବୃତି ହେଉଥିବା ଦେଖିବାକୁ ମିଳିଛି। କରୋନା ମହାମାରୀକୁ ବିନାଶ କରିବା ପାଇଁ ଦେଶର ଅନେକ ସ୍ଥାନରେ ପୂଜା ପାଠ ,ହୋମ ଯଜ୍ଞ ଆଦି ହେଉଥିବା ଆପଣ ଶୁଣିଥିବେ। ହେଲେ ଲୋକମାନେ ଏବେ କରୋନା ଭୟରେ ଏଭଳି କିଛି କରିଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ୟ୍ଯ ହେବେ।
କରୋନାକୁ ମାତ ଦେବା ପାଇଁ ଏବେ ଉତ୍ତରପ୍ରଦେଶର ପ୍ରତାପ ଗଡରେ ସ୍ଥାନୀୟ ଲୋକମାନେ ‘ କରୋନା ମାତା’ ମନ୍ଦିର ପ୍ରତିଷ୍ଠା କରିଛନ୍ତି । ଘଟଣାଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। କେବଳ ଏତିକି ନୁହେଁ ବରଂ ଏଠାରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ମଧ୍ୟ ଜମୁଛି। ଲୋକ ମାନେ କରୋନା ଦାଉରୁ ରକ୍ଷା ପାଇବା ପାଇଁ ସେଠାରେ ପୁଜା ଅର୍ଚ୍ଚନା କରୁଥିବା ବେଳେ ଏବେ ଗ୍ରାମରେ ଅନ୍ଧ ବିଶ୍ୱାସ ବସା ବନ୍ଧିଛି। ସାଙ୍ଗିପୁର ଥାନା ଅଞ୍ଚଳର ଶୁକ୍ଳପୁର ଗାଁରେ କରୋନା ମାତାଙ୍କ ମନ୍ଦିରରେ ପୂଜା ଲାଗି ବାହାରୁ ମଧ୍ୟ ଅନେକ ଶ୍ରଦ୍ଧାଳୁ ଆସି ପହଂଚୁଛନ୍ତି।
ଗ୍ରାମର ମୁଖିଆ ଲୋକେଶ ଶ୍ରୀବାସ୍ତବ ଙ୍କ ନେତୃତ୍ୱରେ ଗାଆଁ ର ଲୋକ ମାନେ ଜୁନ ୭ ତାରିଖ ଦିନ ଏହି ମନ୍ଦିର ପ୍ରତିଷ୍ଠା କରିବା ସହ ମୂର୍ତ୍ତି ସ୍ଥାପନ କରିଥିଲେ। ଗାଆଁ ର ନିମ ଗଛ ମୂଳେ ବିଶେଷ ମୂର୍ତ୍ତି ସ୍ଥାପନ କରିବା ସହ ଲୋକମାନେ ଏହାକୁ କରୋନା ମାତା ନାଆଁ ଦେଇଥିଲେ ଏବଂ ଗ୍ରାମବାସୀ ମାନେ ମଧ୍ୟ ଦାବି କରଛନ୍ତି ଯେ ଏହି ମନ୍ଦିର ହେଉଛି ବିଶ୍ୱର ପ୍ରଥମ କରୋନା ମନ୍ଦିର । ଏଠାରେ କରୋନା ମାତାଙ୍କୁ ଲାଲ୍ ଶାଢ଼ି ପିନ୍ଧାଯାଇଥିବାବେଳେ ତାଙ୍କ ମୁହଁରେ ମାସ୍କ୍ ମଧ୍ୟ ରହିଛି।
ତେବେ ଏହି ମନ୍ଦିରରେ ପୂଜା କରିବା ପାଇଁ କିଛିଟା ବିଶେଷ ନିୟମ ମଧ୍ୟ ରହିଛି। ଯେପରିକି ମନ୍ଦିରରେ ମାସ୍କ ପିନ୍ଧି ସାମାଜିକ ଦୂରତା ବଜାୟ ରଖି ପୂଜା କରିବାକୁ କୁହାଯାଇଛି । ମାତାଙ୍କ ପାଖରେ କେବଳ ହଳଦିଆ ଫୁଲ, ଫଳ, ବସ୍ତ୍ର, ମିଠା ଆଦି ଲାଗି କରିବାକୁ ମଧ୍ୟ ସୂଚନା କାନ୍ଥରେ ଉଲ୍ଲେଖ କରାଯାଇଛି । ତେବେ ଗ୍ରାମବାସୀମାନେ ଚାନ୍ଦା ଆଦାୟ କରି ଏହି ମନ୍ଦିର ନିର୍ମାଣ କରିଛନ୍ତି ବୋଲି କୁହାଯାଉଛି। ଏହି ମନ୍ଦିରର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ