Breaking News

ଦେଖନ୍ତୁ ଭିଡିଓ – ବଜାର କୁ ଆସିଲା ମାଛ ବିସ୍କୁଟ !! କୋରୋନା ଭୂତାଣୁ ସହ କରିବ ଲଢେଇ

ଅଧିକାଂଶ ଲୋକ ମାନେ ବ୍ରଏଲର ବଦଳରେ ମାଛ ଖାଇବାକୁ ପସନ୍ଦ କରିଥାନ୍ତି । କାରଣ ମାଛ ଅତି ସହଜରେ ବଜାରରେ ମିଳିଥାଏ । ଆଉ ମାଛ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର । ପ୍ରାୟତଃ ସବୁ ଲୋକ ମାନେ ମାଛକୁ ତରକାରୀ କିମ୍ବା ଭଜା ପ୍ରସ୍ତୁତ କରି ଖାଇଥାନ୍ତି। ହେଲେ କେବେ ଆପଣ ମାଛ ବିସ୍କୁଟ ବିଷୟରେ ଶୁଣିଛନ୍ତି। କଥାଟି ସାମାନ୍ୟ ଆଶ୍ଚର୍ୟ୍ଯ ଲାଗୁଥିଲେ ମଧ୍ୟ ଏହା ସତ। ଏକ ବିସ୍କୁଟ ତିଆରି କମ୍ପାନୀ ପ୍ରସ୍ତୁତ କରିଛି ଏକ ପ୍ରକାର ମାଛ ବିସ୍କୁଟ। ଯାହାକି ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ।

କରୋନା ମହାମାରୀ କବଳରୁ ସୁରକ୍ଷିତ ରହିବା ପାଇଁ ନିଜେ ସତର୍କ ରହିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଥିବା ଖାଦ୍ୟ ଖାଇବାକୁ ଲୋକଙ୍କୁ ପରାମର୍ଶ ଦେଉଛି ସ୍ୱାସ୍ଥ୍ୟ ବିଭାଗ । ଏଭଳି ପରିସ୍ଥିତିରେ ଲୋକମାନେ ହାଇ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି। ତେବେ ହାଇ ପ୍ରୋଟିନ ଯୁକ୍ତ ମାଛ ବିସ୍କୁଟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଖୁବ୍ ସହାୟକ ହେବ। ସବୁଠୁ ବଡ଼ କଥା ହେଉଛି, ଆପଣ ଜାଣି ହିଁ ପାରିବେ ନାହିଁ ଯେ ଏଥିରେ କୌଣସି ମାଛ କିମା ମିଶା ଯାଇଛି। ଏହାକୁ ଏଭଳି ଶୈଳୀରେ ପ୍ରସ୍ତୁତ କରାଯାଇଛି ଯାହାର ସ୍ଵାଦ ବଜାରରେ ଉପଲବ୍ଧ ଗ୍ଲୁକୋଜ ବିସ୍କୁଟ ଭଳି ଲାଗିବ ।

ଏଭଳି ଅଭିନବ ବିସ୍କୁଟ ପ୍ରସ୍ତୁତକାରୀ କମ୍ପାନୀର କହିବାନୁଯାୟୀ, ଏହି ବିସ୍କୁଟ କ୍ୟାଟ ଫିସ୍ ବା ମାଗୁର ମାଛର ମାଂସରେ ପ୍ରସ୍ତୁତ କରାଯାଇଛି। ଏହି ମାଛ ଚୟନ କରାଯିବାର କାରଣ ହେଉଛି ଏହା ଭାରତରେ ଅଧିକ ପରିମାଣରେ ଓ ଅତି ସହଜରେ ମିଳିଯିବ। ତେବେ ପ୍ରଥମେ ଏହି ମାଛକୁ ଅଣାଯାଇ ମେସିନ୍ ସାହାଯ୍ୟରେ ତାର କଣ୍ଟାକୁ ବାହାର କରାଯାଇଥିଲା। ପରେ ମାଛକୁ ପେଷ୍ଟ କରାଯାଇଥିଲା। ହେଲେ ଏହାପରର ସବୁଠୁ ମୁଖ୍ୟ କାମ ଥିଲା ବିସ୍କୁଟ ରେ ଯେପରି ମାଛର ବାସ୍ନା ନ ଆସିବ। ଏଥିପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଯାଇ ଏହାର ବାସ୍ନାକୁ ଦୂର କରାଯାଇଥିଲା।

ଏହାପରେ ପ୍ରୋଟିନ ପାଇଁ ବିସ୍କୁଟରେ ଗହମ ଓ ମାଣ୍ଡିଆକୁ ବିକଳ୍ପ ଭାବରେ ନିଆଯାଇଥିଲା। ଏଥିରେ ଭିନ୍ନ ଭିନ୍ନ ପରିମାଣର ସାମଗ୍ରୀ ସବୁ ମିଶାଯାଇ ପରୀକ୍ଷା କରିବା ପରେ ଲୋକ ମାନଙ୍କୁ ଟେଷ୍ଟ କରିବା ପାଇଁ ଦିଆଯାଇଥିଲା। ଲୋକ ମାନେ ଯେଉଁ ସ୍ୱାଦକୁ ସବୁଠୁ ବେଶୀ ପସନ୍ଦ କଲେ ସେହି ବିସ୍କୁଟକୁ ଫାଇନାଲ ଭାବରେ ନିଆଗଲା। ଏଥିରେ ପ୍ରୋଟିନ, କାର୍ବୋହାଇଡ୍ରେଟ, ଫାଇବର ଭଳି ଅନେକ ଉପକାରୀ ଉପାଦାନ ଭରି ରହିଛି। ତେବେ କରୋନା ଲଢେଇରେ ଏହା ସହାୟକ ହେବ ବୋଲି ଆଶା ରଖିଛନ୍ତି ବିସ୍କୁଟ ପ୍ରସ୍ତୁତକାରୀ କମ୍ପାନୀ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଇତିହାସର ଭ-ୟ-ଙ୍କ-ର ଭୁଲ ! ଘର ଚଟିଆ ନେଇଗଲା ୪ କୋଟି ଲୋକଙ୍କ ଜୀବନ , ଜାଣିଲେ ଆଶ୍ଚର୍ଯ ହେବେ …..

ଇତିହାସରେ ଏମିତି ଅନେକ ଗୁଡିଏ ଘଟଣା ଲୁଚି ରହିଛି ଯାହାକୁ କି ଆଜିଯାଏଁ ବି କେହି ଜାଣିନଥିବେ। ହଁ ଆଜ୍ଞା …

Leave a Reply

Your email address will not be published. Required fields are marked *