ଦେଶ ରେ କରୋନା ର ପ୍ରଭାବ ଦିନ କୁ ଦିନ ବ୍ୟାପକ ହେବାରେ ଲାଗିଛି।ତେବେ ଏହାର ସିଧାସଳଖ ପ୍ରଭାବ କ୍ରିକେଟ୍ ଉପରେ ପଡ଼ିବାର ମଧ୍ୟ ଦେଖାଦେଇଛି ।ଏବେ ଭାରତ ରେ ଆଇପିଏଲ ର ମହାସମର ଚାଲିଥିବା ବେଳେ କରୋନା ର ଭୟାବହତା ହେତୁ ଅନେକ ବିଦେଶୀ ଖେଳାଳି ଆଇପିଏଲ କୁ ଅଧାରୁ ଛାଡ଼ି ନିଜ ଦେଶ କୁ ଫେରିଯାଇଛନ୍ତି ।ସେହିଭଳି ଏକ ବଡ଼ ଖବର ସାମ୍ନାକୁ ଆସିଛି ଯେ ଟିମ୍ ଇଣ୍ଡିଆ ତଥା ଦିଲ୍ଲୀ କ୍ୟାପିଟାଲ୍ସର ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ ଙ୍କ ସମସ୍ତ ପରିବାର ସଦସ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଆଶ୍ୱିନ ନିଜ ପରିବାର ର ସୁରକ୍ଷା ପାଇଁ ଆଇପିଏଲ ରୁ ବିରତି ନେଇଥିବା ସୂଚନା ଦେଇଛନ୍ତି।
ଆଶ୍ୱିନ ନିଜେ ଟ୍ୱୀଟ୍ କରି କହିଛନ୍ତି, କୋଭିଡ୍-୧୯ ସହ ମୋ ପରିବାର ଓ ସମ୍ପର୍କୀୟ ଏବେ ଯୁଦ୍ଧ କରୁଛନ୍ତି ଆଉ ମୁଁ ଏଭଳି କଠିନ ପରିସ୍ଥିତିରେ ତାଙ୍କ ସାହାଯ୍ୟ କରିବା ପାଇଁ ଆଇପିଏଲ ରୁ ବିରତି ନେଉଛି।ଯଦି ସବୁ କିଛି ଠିକ୍ ଚାଲିଲା ତେବେ ସେ ବହୁତ୍ ଜଲଦି ପୁଣି ଥରେ ଆଇପିଏଲ କୁ ଫେରିବେ ବୋଲି ସୂଚନା ଦେଇଛନ୍ତି । ତେବେ ଆଶ୍ୱିନ ଙ୍କ ପରିବାର ର ମୋଟ ୧୦ ଜଣ ସଦସ୍ୟ ସଂକ୍ରମିତ ହୋଇଥିବା ଟ୍ୱୀଟ୍ କରି କହିଛନ୍ତି ଆଶ୍ୱିନ ଙ୍କ ପତ୍ନୀ ପ୍ରୀତି ନାରାୟଣନ୍।ସେ ଲେଖିଛନ୍ତି, ଟ୍ୱିଟ୍ କରିବାକୁ ସୁସ୍ଥ ଅନୁଭବ କରୁଛି । ଗୋଟିଏ ସପ୍ତାହ ମଧ୍ୟରେ ଆମ ପରିବାରର ୧୦ଜଣ (୬ବରିଷ୍ଠ, ୪ଶିଶୁ) ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।
ଏବେ ଆମେ ବିଭିନ୍ନ ହସ୍ପିଟାଲ୍/ଘରେ ଚିକିତ୍ସିତ ହେଉଛୁ । ମୁଁ ଭାବୁଛି ମାନସିକ ସ୍ତର ଅପେକ୍ଷା ଶାରିରୀକ ଭାବେ ଆମେ ଖୁବଶୀଘ୍ର ସୁସ୍ଥ ହୋଇଯିବୁ । ସଂକ୍ରମିତ ହେବାର ପଞ୍ଚମରୁ ଅଷ୍ଟମ ଦିବସ ମୋ ପାଇଁ ସବୁଠୁ କଷ୍ଟଦାୟକ ଥିଲା ।’ ଏଭଳି ପରିସ୍ଥିତି ରେ ଦିଲ୍ଲୀ କ୍ୟାପିଟାଲ ଟିମ୍ ମଧ୍ୟ ଆଶ୍ୱିନ ଙ୍କର ଖୁବ୍ ସମର୍ଥନ କରିବା ସହିତ ପରିବାର ସଦସ୍ୟ ଙ୍କ ପାଇଁ ଆରୋଗ୍ୟ କାମନା କରିଛି।ଦିଲ୍ଲୀ କ୍ୟାପିଟାଲ ଟ୍ୱୀଟ୍ କରି ଲେଖିଛି” ଆଶ୍ୱିନ, ଆମ ତରଫ ରୁ ଆପଣଙ୍କୁ ପୂର୍ଣ୍ଣ ସମର୍ଥନ ଅଛି।ଏଭଳି ପରିସ୍ଥିତି ରେ ଆପଣ ଓ ଆପଣଙ୍କ ପରିବାର କୁ ଶକ୍ତି ମିଳୁ ,ଏହା ଦିଲ୍ଲୀ କ୍ୟାପିଟାଲ ର ସମସ୍ତ ସଦସ୍ୟ ମାନଙ୍କ ତରଫ ରୁ ପ୍ରାର୍ଥନା କରୁଛୁ।” ବିଭିନ୍ନ ମହଲରୁ ଆଶ୍ୱିନ ଓ ତାଙ୍କ ପରିବାର ପାଇଁ ଆରୋଗ୍ୟ କାମନା କରାଯାଉଛି ।
Feeling ok enough to croak a tiny hi to all of you.6 adults and 4 children ended up testing+ the same week,with our kids being the vehicles of transmission – the core of my family,all down with the virus in different homes/hospitals..Nightmare of a week.1 of 3 parents back home.
— Wear a mask. Take your vaccine. (@prithinarayanan) April 30, 2021
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ