Breaking News

କରୋନା ର ଲକଡାଉନ କୁ ନେଇ ମୁହଁ ଖୋଲିଲେ ଅମିତ ସାହା . . .

ତେବେ ଏଥିମଧ୍ୟ ରେ ଲକ ଡାଉନ କୁ ନେଇ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ସାହା ନିଜ ମନ୍ତବ୍ୟ ରଖିଛନ୍ତି | ତାଙ୍କ କହିବ ମୁତାବକ ଯେ ଗତ ବର୍ଷ ପ୍ରଥମେ ଲକଡାଉନ ହେବା ସମୟରେ ସେତେବେଳେ ସବୁ ଡାକ୍ତର ଖାନା ଗୁଡିକ ର ସ୍ଥିତି ଏତେ ଭଲ ନଥିଲା କି ହସ୍ପିଟାଲରେ ଏତେ ସଂଖ୍ୟକ ବେଡ ନଥିଲା | କି ବହୁତ ସାରା ଅକସିଜେନ ସିଲିଣ୍ଡର ର ସୁବିଧା ମଧ୍ୟ ନଥିଲା ହେଲେ ବର୍ତ୍ତମାନ ପ୍ରଧାନ ମନ୍ତ୍ରୀ ଙ୍କ ଉଦ୍ୟମ ଯୋଗୁଁ ଦେଶ ରେ ହସ୍ପିଟାଲ ର ଭିତ୍ତିଭୂମି ସୁଦୃଢ ହୋଇ ପାରିଛି | ତା ଛଡା ସବୁ ରାଜ୍ୟ ମାନେ ନିଜ ନିଜ ରାଜ୍ୟ ରେ ଲକଡାଉନ କରିବେ କି ନାଇ ସେ ନେଇ ସେମାନେ ନିଷ୍ପତି ନେବା ପାଇଁ ସମ୍ପୂର୍ଣ ରୂପେ ସ୍ବତନ୍ତ୍ର ଅଟନ୍ତି |

ତେବେ ଲକଡାଉନ କୁ ନେଇ କେନ୍ଦ୍ର ରାଜ୍ୟ ମାନଙ୍କୁ ଅନେକ କ୍ଷମତା ଦେଇଛି | ତେବେ ପ୍ରାୟତଃ ସବୁ ରାଜ୍ୟ ରେ କରୋନା ର ସ୍ଥିତି ବହୁତ ସଙ୍ଗିନ ହେବାକୁ ବସିଲାଣି | ଦେଶ ରେ ଦିଲ୍ଲୀ ଏବଂ ଉତ୍ତରପ୍ରଦେଶ ରେ ସ୍ଥିତି ଅତ୍ୟନ୍ତ ସଙ୍ଗିନ ହୋଇଗଲାଣି | ତେବେ ଏଥି ପାଇଁ ଦିଲ୍ଲୀ ସରକାର ଛଅ ଦିନ ପାଇଁ ଦିଲ୍ଲୀ ରେ ଲକଡାଉନ ଘୋଷଣା ମଧ୍ୟ କରିଦେଲେଣି | କରୋନା ର ଏହି ବଢୁଥିବା ଚେନ କୁ ଭାଙ୍ଗିବା ପାଇଁ ପୁଣି ରାଜ୍ୟସରକାର ସାରା ଓଡିଶା ରେ ଲାଗୁକଲେ ସଟଡାଉନ ଏବଂ ନାଇଟ କର୍ଫ୍ଯୁ |

ବର୍ତ୍ତମାନ ସଂକ୍ରମଣ ୩୦୦୦ ମୁହାଁ ହୋଇଛି |ତେବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଙ୍କ କହିବା ଅନୁଯାଇ ରାଜ୍ୟରେ ଦଶଟି ଜିଲ୍ଲା ପାଇଁ ସୁନ୍ଦରଗଡ,ଝାରସୁଗୁଡା,ସମ୍ବଲପୁର,ବରଗଡ,ବଲାଙ୍ଗିର , ନୂଆପଡା, ନବରଙ୍ଗପୁର, କଳାହାଣ୍ଡି ,କୋରାପୁଟ, ମାଲକାନଗିରି ଏହି ସବୁ ଜିଲ୍ଲାରେ ସାପ୍ତାହିକ ସଟଡାଉନ ରହିବ | ଶନିବାର ଏବଂ ରବିବାର ସଂପୂର୍ଣ୍ଣ ରୂପେ ବନ୍ଦ ରହିବ ଏବଂ ଏହି ସମୟରେ ଜରୁରୀ କାଳୀନ ସେବା ହିଁ ଚାଲିବ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ସରକାର ଦେବେ ବେ-ରୋ-ଜ-ଗା-ର ଭ-ତ୍ତା, କେମିତି ପାଇବେ ଏହି ଭ-ତ୍ତା, କିଏ କିଏ ଓ କେଉଁ ମାନେ ପାଇବେ ଏହାର ଲାଭ

ଦର୍ଶକ ବନ୍ଧୁ ବର୍ତମାନ ସମୟ ର ବଡ ଖବର ଯେ ବହୁ ଶୀଘ୍ର ସରକାର ବେ-ରୋ-ଜ-ଗା-ରି-ୟା ଭ-ତ୍ତା ଦବା ପାଇଁ …

Leave a Reply

Your email address will not be published. Required fields are marked *