Breaking News

କରୋନା କାଳରେ ହେବାକୁ ଯାଉଛି ଆଇପିଏଲ ଟୁର୍ନାମେଣ୍ଟ || ଚିନ୍ତାରେ ସରକାର !

କରୋନା କାଳରେ ହେବାକୁ ଯାଉଛି ଆଇପିଏଲ ଟୂରନାମେଣ୍ଟ | ଗୋଟିଏ ପଟେ ପୁଣି ଦେଶରେ କରୋନା ସଂକ୍ରମଣ ଫେରୁଥିବା ବେଳେ ଏବେ ଆରମ୍ଭ ହୋଇ ଗଲାଣି ଆଇପିଏଲ | ତେବେ ଏହା ଖେଳାଳି ଙ୍କ ସୁରକ୍ଷା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଠୀ କରିଥିଲା | ହେଲେ ଏହି ପୂର୍ବରୁ ବିସିସିଆଇ ଆଇପିଏଲ ପାଇଁ କୋବିଦ ନିୟମ ଜାରି କରିଛନ୍ତି | ବିନା ଦର୍ଶକ ରେ ଏଥର ଆଇପିଏଲ ଖେଳ ହେଉଥିବା ବେଳେ ବାୟୋ ବବଲ ପରିବେଶରେ ରହିବେ ଖେଳାଳି | ତେବେ କଣ ଏହି ବାୟୋ ବବଲ ପରିବେଶ ??? ଆଉ ଖେଳାଳି ଏଥିରେ କିଭଳି ରହିବେ ??? ତେବେ ବାୟୋ ବବଲ ଏଥର ନୂଆ ନୁହେଁ ଗତ ବର୍ଷ ମଧ୍ୟ ଏହା ଚର୍ଚାରେ ଥିଲା |

ତେବେ ବାୟୋ ବବଲ କୁ ଇକୋ ବବଲ ମଧ୍ୟ କୁହାଯାଇଥାଏ | ତେବେ ଏହା ମଧ୍ୟ ଏକପ୍ରକାରର ସୁରକ୍ଷିତ ପରିବେଶ ଅଟେ | ତେବେ ଆଇପିଏଲ ସହିତ ଜଡିତ ସମସ୍ତ ଖେଳେଳି ଏବଂ ଗ୍ରାଉନ୍ଡ ସ୍ଟାଫ ଏହି ପରିବେଶ ମଧ୍ୟରେ ରହିବେ | ଏହାକୁ କଲ୍ପନା କାଲେ ଜଣାଯାଏ ଯେ ଏମିତି ଏକ ଦୁନିଆ ତିଆରି କରାଯିବ | ଯେମିତିକି ଆପଣ ବାହାର ପୁରା ଦୁନିଆ ରୁ ବିଛିନ୍ନ ହୋଇ ରହିପାରିବେ | ତେବେ ବୟୋବବଲ କୁଆରେଣ୍ଟିନ ଭଳି ହେଲେ ଏଥିରେ ନିୟମ ସମ୍ପୂର୍ଣ କଡାକଡି | ଏହି ପରିବେଶ ହୋଟେଲ ଠାରୁ ଆରମ୍ଭ କରି ଷ୍ଟାଡିୟମ ପର୍ଯ୍ୟନ୍ତ ରହିଥାଏ | ଆଉ ଆଇପିଏଲ ସଦସ୍ୟ ଏହା ଭିତରେ ରହିଥାନ୍ତି |

ତେବେ ଏହି ବୟୋବବଲ ମଧ୍ୟ କୁ ଆସିବା ପୂର୍ବ ରୁ ସ୍ଟାଫ ଙ୍କର ତିନି ରୁ ଚାରି ଥର କରୋନା ଟେଷ୍ଟ କରାଯାଇଥାଏ | ଏହା ପରେ ସେମାନେ କୁଆରେଣ୍ଟିନ ରେ ରହିଥାନ୍ତି | ଏହି ପ୍ରକ୍ରିୟା ପରେ ତାଙ୍କୁ ବାୟୋ ବବଲ ପରିବେଶରେ ସାମିଲ କରାଯାଇଥାଏ | ଆଉ ଏହି ପରିବେଶରେ ରହିବା ପରେ ସେମାନେ ନିଜର ସାଙ୍ଗ ସାଥି ଏବଂ ସମ୍ପର୍କୀୟ ଙ୍କୁ ଭେଟି ପାରିବେନି | କେବଳ ଏହି ପରିବେଶ ରେ ଥିବା ଲୋକ ମାନଙ୍କ ସହ ମିଳାମିଶା କରି ପାରିବେ | ତେବେ ଏଥିରେ ଖେଳାଳି କମିଟେଟର ଅଲଗା ଅଲଗା ଲୋକ ମାନଙ୍କ ପାଇଁ ଅଲଗା ଅଲଗା ବାୟୋବବଲ ପରିବେଶ ତିଆରି କରାଯାଇଥାଏ | ତେବେ ଟୂରନାମେଣ୍ଟ ଶେଷ ହେବା ପର୍ଯ୍ୟନ୍ତ କହରୀକୁ ଏହି ପରିବେଶ ବାହାରକୁ ଛଡାଯାଇନଥାଏ |

ତେବେ ଯଦି କେହି ବି ଏହି ନିୟମ କୁ ଭଙ୍ଗ କରିଥାଏ ତେବେ ତାଙ୍କୁ ଆଇପିଏଲ କୋଡ ଅଫ କନଡକ୍ଟ ଦ୍ଵାରା ଦଣ୍ଡିତ କରାଯାଇଥାଏ |ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଇଂଜିନିୟର ଚାକିରି ଛାଡି ଗାଁକୁ ଆସି ଏମିତି କଲେ , ଏବେ ହୋଇଗଲେ ଲକ୍ଷପତି

ଇଂଜିନିୟର ଯୁବକଙ୍କୁ ଦାମୀ ଇଞ୍ଜିନିୟରିଂ ଚାକିରି ନୁହେଁ ରୋଜଗାରକ୍ଷମ କରାଇଛି ଚାଷ । ଆଜି ସେ ଇଂଜିନିୟର ଚାକିରି ଛାଡି …

Leave a Reply

Your email address will not be published. Required fields are marked *