Breaking News

କାନ୍ଦୁଛନ୍ତି କାଳୀ ମା ! ସଂସାର କୁ ଆସୁଛି ବଡ ବିପଦ

ମାଆ କାନ୍ଦୁ ଛି ଆଜି ଶହ ଶହ ଭକ୍ତ ଙ୍କ ଆର୍ତ୍ତ ଶୁଣି ଅଭୟ ଦେଉଥିବା ମାଆ କାଳୀ ଙ୍କ ଆଖିରୁ ଲୁହ ଝରୁଛି | ଓଦା ହୋଇଯାଉଛି ମାଆ ର ପିନ୍ଧା ବସ୍ତ୍ର | ବାପଜେଜ ଅମଳରୁ ଆଖିରେ ପଡିନଥିବା ଏହି ଦ୍ରୁଶ୍ଯ କୁ ଦେଖି ସେବକ ମାନେ ବି ଆଶ୍ଚର୍ଯ୍ୟ | ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ସତରେ କଣ ମାଆ କାନ୍ଦୁଛନ୍ତି | ନା ଏହାର କିଛି ବୈଜ୍ଞାନିକ ଭିତ୍ତି ରହିଛି |

ଯଦି ମାଆ କାନ୍ଦୁଛନ୍ତି ତେବେ କଣ ପାଇଁ ଦୁଃଖ ର ପାହାଡ ଛିଡି ପଡିବ ନାହିଁ ତ | ଏଦୃଶ୍ୟ ହେଉଛି ରାୟଗଡା ଜିଲ୍ଲା ପାଇକ ପଡା ଦକ୍ଷିଣ କାଳୀ ମନ୍ଦିର | ମାଆ ହେଉଛନ୍ତି ଏହି ଖଣ୍ଡମଣ୍ଡଳର ଇଷ୍ଟ ଦେବୀ |


ଦୀର୍ଘ ୧୦୦୦ ବର୍ଷ ତଳୁ ମାଆ ଙ୍କୁ ଏଠାରେ ପ୍ରତିଷ୍ଠା କରାଯାଇଛି | ରାଜରାଜୁଡା ଅମଳରୁ ମାଆ ଙ୍କର ଏହି ମନ୍ଦିରର ପ୍ରତିଷ୍ଠା ରହିଛି | ହେଲେ ଗତ ସକ୍ରାନ୍ତି ଠାରୁ ଦେଖାଦେଇଛି ଏଭଳି ବ୍ୟତିକ୍ରମ | ମାଆ ଙ୍କ ଆଖିରୁ ଅନବରତ ଭାବେ ଲୁହ ଝରୁଛି | ସକ୍ରାନ୍ତି ଦିନ ମାଆ ଙ୍କ ଆଖିରେ ଲୁହଭଳି କିଛି ପଦାର୍ଥ ଦେଖି ସେବକ ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ଏହାକୁ ପାଣି ଭାବି ମାଆ ଙ୍କ ପାଷାଣ ପ୍ରତିମାରୁ ପୋଛି ଦେଇଥିଲେ |


କିନ୍ତୁ କିଛି ସମୟ ପରେ ଦେଖିଲାବେଳକୁ ମାଆ ଙ୍କ ସମ୍ପୂର୍ଣ ବସ୍ତ୍ର ଓଦା ହୋଇଯାଇଥିଲା | ଏପରିକି ଲଗାତର ମଧ୍ୟ ଆଖିରୁ ଲୁହ ବାହାରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା |ସ୍ଥାନୀୟ ଲୋକେ ଏବିଷୟରେ ବିଶ୍ବାସ କରୁନଥିଲେବି ମନ୍ଦିର ଆସି ଦେଖିବାପରେ ବିଶ୍ଵାସ କରିଥିଲେ | ପାଷାଣ ପ୍ରତିମା ଙ୍କ ଆଖିରୁ ଏଭଳି ଅସ୍ରୁ ପାତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି | ଲୋକେ ଏହାକୁ ଅଶୁଭ ସଂକେତ ବୋଲି ଭାବି ମଧ୍ୟ ଚିନ୍ତିତ ହୋଇ ପଡ଼ୁଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |

About mahendra kumar

Check Also

କଣ ପାଇଁ ସବୁଠି ପୂଜା ପାଇଥାଏ ସାଇବାବାଙ୍କ ଏକାଭଳି ମୂର୍ତ୍ତି? ଜାଣନ୍ତୁ ଏହା ପଛରେ ଥିବା ବଡ ରହସ୍ୟ!

ହିନ୍ଦୁ ଧର୍ମ ଅନୁଯାୟୀ ସପ୍ତାହକରେ ଥିବା ସାତ ବାରକୁ ବିଭିନ୍ନ ଦେବାଦେବୀଙ୍କ ଉଦ୍ଦେଶ୍ୟ ରେ ଉତ୍ସର୍ଗ କରାଯାଇଛି। ସେହିପରି ଗୁରୁବାର …

Leave a Reply

Your email address will not be published. Required fields are marked *