ଦିଲ୍ଲୀ: ଦେଶ ବ୍ୟାପି କରୋନା ସଂକ୍ରମଣ ର ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି।ଦିନ କୁ ଦିନ ସଂକ୍ରମିତ ଙ୍କ ସଂଖ୍ୟା ଅଣାୟତ୍ତ ହେବାରେ ଲାଗିଛି। ଏପରି ପରିସ୍ଥିତି ରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ରାଜଧାନୀ ଦିଲ୍ଲୀ। ଦିଲ୍ଲୀ ରେ କରୋନା ସଂକ୍ରମଣ ସହିତ ଦେଖାଦେଇଛି ଅକ୍ସିଜେନ ର ଘୋର ଅଭାବ। ଦିଲ୍ଲୀ ବାତ୍ରା ହସ୍ପିଟାଲ୍ ର ଏମଡି ଡ଼. ଏସସିଏଲ ଗୁପ୍ତା ଏକ ସାକ୍ଷାତକାର ରେ ମେଡିକାଲ ର କରୋନା ସଂକ୍ରମିତ ଙ୍କ ସ୍ଥିତି ଓ ଅକ୍ସିଜେନ ଅଭାବ ର ସ୍ଥିତି କହିବା ସମୟରେ ନିଜ କୋହ କୁ ସମ୍ଭାଳି ପାରିନଥିଲେ। ଵାତ୍ରା ହସ୍ପିଟାଲ ରେ ବର୍ତ୍ତମାନ ୩୫୦ କରୋନା ସଂକ୍ରମିତ ଚିକିତ୍ସିତ ହେଉଛନ୍ତି।ହେଲେ ଏଠାରେ ଅକ୍ସିଜେନ ଅଭାବ ର ସଙ୍କଟ ଦେଖାଦେଇଛି।
ସଂକ୍ରମିତ ଙ୍କ ପାଇଁ ପ୍ରତିଦିନ ଏହି ହସ୍ପିଟାଲ୍ କୁ ୮୦୦୦ ଲିଟର ଅକ୍ସିଜେନ ର ଆବଶ୍ୟକତା ରହିଥିବା ବେଳେ ତାହା ପୂରଣ ହୋଇପାରୁନାହିଁ । ଅନୁରୋଧ ର ୧୨ ଘଣ୍ଟା ପରେ ହସ୍ପିଟାଲ୍ କୁ ୫୦୦ ଲିଟର ର ଅକ୍ସିଜେନ ମିଳିଛି ।ଯାହା ସମୁନ୍ଦ୍ର କୁ ସଂଖେ।ଅକ୍ସିଜେନ ଅଭାବ ରୁ ଡାକ୍ତର ଙ୍କ ଆଖି ଆଗରେ ଚାଲିଯାଉଛି ରୋଗୀ ର ଜୀବନ।ସେହିପରି ଦିଲ୍ଲୀ ଜୟପୁର ଗୋଲ୍ଡେନ ହସ୍ପିଟାଲ୍ ରେ ଅକ୍ସିଜେନ ର ଅଭାବ ୨୦ ରୋଗୀ ଙ୍କ ଜୀବନ ନେଇଛି। ସାର୍ ଗଙ୍ଗାରାମ ହସ୍ପିଟାଲ୍ ର ଅଘଟଣ ପରେ ଗୋଲ୍ଡେନ ହସ୍ପିଟାଲ୍ ର ଏହି ଅଘଟଣ ରେ ସାରା ଦେଶ ସ୍ତବ୍ଧ।ସୂଚନା ଥାଉ କି ଗୋଲ୍ଡେନ ହସ୍ପିଟାଲ୍ ର ସମସ୍ତ ୨୦ ମୃତକ ଜରୁରୀ କାଳୀନ ବିଭାଗ ରେ ଚିକିତ୍ସିତ ହେଉଥିଲେ।
ମେଡିକାଲ ରେ ସନ୍ଧ୍ୟା ୫.୩୦ ଟା ସୁଦ୍ଧା ଅକ୍ସିଜେନ ଟ୍ୟାଙ୍କର ପହଞ୍ଚିବାର ଥିଲା।ହେଲେ ତାହା ବିଳମ୍ବିତ ରାତି ପର୍ଯ୍ୟନ୍ତ ପହଞ୍ଚିପାରିନଥିଲା।ରାତି ୧୦ ଟାରେ ଅକ୍ସିଜେନ ସରିଯାଇଥିଲା ।ଫଳରେ ଡାକ୍ତର ଙ୍କ ଆଖି ସାମ୍ନାରେ ଆଖିବୁଜିଥିଲେ ୨୦ ରୋଗୀ।ଏବେ ମଧ୍ୟ ଗୋଲ୍ଡେନ ହସ୍ପିଟାଲ୍ ରେ ୨୦୦ ଜୀବନ ବିପଦ ରେ ଅଛି କିନ୍ତୁୁ ଅକ୍ସିଜେନ ନାହିଁ। ଦିଲ୍ଲୀ ରେ ପ୍ରତିଦିନ ୭୦୦ ଟନ ଅକ୍ସିଜେନ ର ଆବଶ୍ୟକତା ରହୁଛି। କିନ୍ତୁ ଦିଲ୍ଲୀ ର କୋଟା ୩୭୮ ଟନ ରୁ ୪୮୦ ଟନ କୁ ବଢାଇଛନ୍ତି କେନ୍ଦ୍ର ସରକାର ।
ଦୃତ ସଂକ୍ରମଣ ଦେଶ ର ସ୍ବାସ୍ଥ୍ୟ ବ୍ୟବସ୍ଥା କୁ ଭାଙ୍ଗି ଦେଲାଣି।ଦିନ କୁ ଦିନ ଏହା କାୟା ବିସ୍ତାର କରୁଛି।ଗତ ୨୪ ଘଣ୍ଟା ମଧ୍ୟରେ ଦେଶ ରେ ୩ ଲକ୍ଷ ୪୬୦୦୦ ପଜିଟିଭ ଚିହ୍ନଟ ହୋଇଛନ୍ତି।୩ ଦିନ ରେ ପ୍ରାୟ ୧୦ ଲକ୍ଷ ଲୋକ ସଂକ୍ରମିତ ହେଲେଣି ।ପ୍ରତି ୧୦୦ ଟି ଟେଷ୍ଟ ରେ ପ୍ରାୟତଃ ୨୦ ଜଣ ସଂକ୍ରମିତ ଚିହ୍ନଟ ହେଉଛନ୍ତି।ଗତ ୨୪ ଘଣ୍ଟା ମଧ୍ୟ ରେ ଦେଶ ରେ କରୋନା ୨ ହଜାର ୬୨୪ ଜଣ ଙ୍କ ମୁଣ୍ଡ ନେଲାଣି ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ