ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଦୁନିଆରେ ଗରିବ ଠୁ ବଡ ଦୁଖୀ କେହି ନାହାନ୍ତି। ଅଭାବ ଓ ଅନାଟନ ପାଇଁ ଆମ ଦେଶରେ ଏବେ ବି ବହୁତ ଲୋକ ଖାଇବାକୁ ପାଉନାହାନ୍ତି। ଗରିବୀ ତୁଳନାରେ ମାଲେସିଆ ଭାରତ ଠାରୁ ସମ୍ପନ୍ନ ଦେଶ। କିନ୍ତୁ ସେଠାରେ ମଧ୍ୟ ଗରିବ ଲୋକ ଅଛନ୍ତି ଯେଉଁମାନେ ଅଭାବ ଅନାଟନରେ କାଳାତିପାତ କରୁଛନ୍ତି। ତେବେ ଏହି ଲୋକମାନେ ଦିନକୁ ଦୁଇ ମୁଠା ଖାଇବାକୁ ପାଉନାହାନ୍ତି। ଏବେ କିଛି ଦିନ ହେବ ଗୋଟିଏ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି ଯାହା ଦେଖିଲେ ଆପଣ ମାନଙ୍କ ହୃଦୟ କୁ ଛୁଇଁ ଯିବ।
ତେବେ ଏହି ଭାଇରଲ ଭିଡ଼ିଓ ରେ ଜଣେ ସିକ୍ୟୁରିଟି ଗାର୍ଡ ନଜର ଆସିଛନ୍ତି । ତେବେ ଏହି ସିକ୍ୟୁରିଟି ଗାର୍ଡ ଜଣଙ୍କ ଭାତ ସହ କେବଳ କଞ୍ଚା ଲଙ୍କା ଓ କଞ୍ଚା ପିଆଜ ଓ ରସୁଣ ଖାଉଥିବାର ନଜର ଆସିଛନ୍ତି। ତେବେ ଆପଣ ମାନେ ଜାଣିଥିବେ ଆମ ଦେଶରେ ଲୁଣ, ପିଆଜ କିମ୍ବା ଆଚାର ଲଗେଇ ରୁଟି ଖାଇବା ଏକ ସାଧାରଣ କଥା। କିନ୍ତୁ ମାଲେସିଆ ଭଳି ଜାଗାରେ ଏହା ସାଧାରଣ କଥା ନୁହେଁ ।ଏହି ଭିଡ଼ିଓ ଟିକୁ ସିକ୍ୟୁରିଟି ଗାର୍ଡ ଙ୍କର ଜଣେ ସାଙ୍ଗ ଯାହାଙ୍କ ନାମ ହେଉଛି ଏପିଡ୍ ଲିଡ୍ ସେ ଏହି ଭିଡ଼ିଓ ଟିକୁ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ ।
ଆଉ କିଛି ସମୟ ଭିତରେ ଭିଡ଼ିଓ ଟି ନିଆଁ ଭଳି ଭାଇରଲ ହୋଇଯାଇଥିଲା।ସେ ଏହି ଭିଡ଼ିଓ ପୋଷ୍ଟ କରି ଲେଖିଛନ୍ତି ଯେ ତାଙ୍କ ସାଙ୍ଗ ବହୁତ ପରିଶ୍ରମୀ ସେ ତାଙ୍କ ଦରମାର ଅଧିକ ଅଂଶ ତାଙ୍କ ଘରକୁ ପଠାଇ ଦିଅନ୍ତି।ଆଉ ତାଙ୍କ ପାଖରେ ଯାହା ରହେ ସେ ଖର୍ଚ୍ଚ କରନ୍ତି। ସେ କହିଛନ୍ତି ତାଙ୍କ ସାଙ୍ଗ ସେତିକି ଦରମା ପାଆନ୍ତି ଯେତିକି ଅନ୍ୟମାନେ ପାଆନ୍ତି କିନ୍ତୁ ତଥାପି ସେ ଭାତ ସହ ପିଆଜ ଓ ରସୁଣ ଖାଇବାକୁ ବାଧ୍ୟ।ଏବେ ଏହି ଭିଡ଼ିଓ ଟିକୁ ଲକ୍ଷ ଲକ୍ଷ ଲୋକ ଦେଖି ସାରିଲେଣି ଓ ନିଆଁ ଭଳି ଭାଇରଲ ହେବାରେ ଲାଗିଛି ଏହି ଭିଡ଼ିଓ ଟି।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ