Breaking News

କଳି ଯୁଗର ପ୍ରକୋପରୁ ବଞ୍ଚିବାର ୫ ଟି ନିୟମ

ଦର୍ଶକ ବନ୍ଧୁ ଯେପରିକି ଆପଣମାନେ ଜାଣିଛନ୍ତି ବର୍ତ୍ତମାନ ଆମେ ଯୁଗର ଅନ୍ତିମ ଚରଣ ଅର୍ଥାତ୍ କଳିଯୁଗରେ ବଞ୍ଚୁଛେ।ଆମ ଶାସ୍ତ୍ରରେ ଏହାକୁ ଏ ପର୍ଯ୍ୟନ୍ତର ସବୁଠୁ ବିକାଳ ଯୁଗ ବୋଲି କୁହାଯାଇଛି।କଳିଯୁଗର ଯେତେ ଯେତେ ସମୟ ବିତିଯାଉଛି ସେତେ ସେତେ କଳି ନିଜର କରାଳ ରୂପ ଦେଖାଉଛି।କିନ୍ତୁ ଏବେ ପ୍ରଶ୍ନ ଉଠୁଛି କି ଶେଷରେ ଏହାକୁ କିପରି ଅଟକା ଯାଇ ପାରିବ ?ତେବେ ଶ୍ରୀମଦ୍ ଦେବୀ ଭଗବତ ପୁରାଣ ରେ ଏହାର ଉତ୍ତର ରହିଛି ଯେ କିପରି ଭାବେ କଳିର ପ୍ରକୋପରୁ ନିଜକୁ ବଞ୍ଚାଇ ହେବ। ଦର୍ଶକ ବନ୍ଧୁ ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ ପ୍ରକୃତରେ କଳି ଯୁଗ ମନୁଷ୍ୟ ମାନଙ୍କ ବିଚାରରେ ରହିଥାଏ।ବିଚାରର ନକାରାତ୍ମକ ଭାବନା ରେ ଆସି କଳି ଆହୁରି ଭୟଙ୍କର ହୋଇଥାଏ।

ଏହି ନକାରାତ୍ମକ ଭାବନା ଜଣେ ବ୍ୟକ୍ତିଙ୍କ ଠାରୁ ଆଉ ଜଣେ ବ୍ୟକ୍ତିଙ୍କ ପାଖକୁ ସଂକ୍ରମଣ ଭଳି ବ୍ୟାପିଥାଏ।ଏହି କାରଣରୁ ଶ୍ରୀମଦଦେବୀ ଭାଗବତ ପୁରାଣ କହିଅଛି ଆମକୁ ଏହି କଳି ଯୁଗରେ ପୂଜା ପର୍ବ ଓ ଯଜ୍ଞ ଆଦି କରିବା ଉଚିତ୍।କାରଣ ଏପରି କରିବା ଦ୍ୱାରା ଯଜ୍ଞର ଆହୁତି ସିଧା ଭଗବାନଙ୍କ ପାଖରେ ପହଞ୍ଚିଥାଏ।ଯାହା ଦ୍ଵାରା ସମାଜରେ ସକାରାତ୍ମକ ଉର୍ଜାର ବିସ୍ତାର ହୋଇଥାଏ ଓ ସୁଖ ଶାନ୍ତି ବଜାୟ ରହିଥାଏ।ଫଳରେ କଳିର ପ୍ରକୋପ ଆପେ ଆପେ ହ୍ରାସ ହୋଇଥାଏ। ଆଜିର ମନୁଷ୍ୟ ଆଧୁନିକ ଯନ୍ତ୍ରପାତି ଆଦି ତିଆରି କରି ସବୁ ସମସ୍ୟାର ସମାଧାନ କରି ପାରୁଛନ୍ତି।କହିବାକୁ ଗଲେ ଆଜି କାଲିର ମନୁଷ୍ୟ ପୁରାତନ ଯୁଗର ମନୁଷ୍ୟ ଅପେକ୍ଷା ଖୁବ୍ ଉନ୍ନତ।

ହେଲେ ଯଦି ଆପଣ କୌଣସି ବୃଦ୍ଧ ବା ଗୁରୁଜନ ଲୋକଙ୍କୁ ପଚାରିବେ ତେବେ ସେମାନେ କହିବେ ଆଗରୁ ମଣିଷ ସମାଜ ଖୁବ୍ ଭଲ ଥିଲା।ସ୍ୱଳ୍ପ ରୋଜଗାର ଓ ଉନ୍ନତ ଜୀବନଯାପନ ନଥିଲେ ମଧ୍ୟ ଆଜିର ଲୋକଙ୍କ ତୁଳନାରେ ସେମାନେ ବେଶ୍ ଉତ୍କୃଷ୍ଟ ଜୀବନ ଅତିବାହିତ କରୁଥିଲେ।ଏହା କାରଣ ହେଉଛି ମଣିଷ ଭିତରେ ଥିବା ଆସ୍ଥା।ସେତେବେଳର ଲୋକେ ଖୁବ୍ ଆସ୍ଥବାଦି ଥିଲେ ।ସେମାନେ ନିଜଠୁ ବେଶୀ ଈଶ୍ବରଙ୍କ ଉପରେ ବିଶ୍ୱାସ ରଖୁଥିଲେ।ସେମାନେ କେବଳ ନିଜ କର୍ମରେ ମନ ଦେଉଥିଲେ।କିନ୍ତୁ ଆଜିର ମଣିଷ ଏପରି ନୁହେଁ।


ଏହି କାରଣରୁ ଶ୍ରୀମଦ୍ ଦେବୀ ଭାଗବତ ପୁରାଣ କହିଅଛି କି ଏହି କଳିଯୁଗରେ ଯେଉଁ ମନୁଷ୍ୟ ଭଗବାନ ଙ୍କ ନାମ ଜପ କରିଥାଏ ।ସେ ବ୍ୟକ୍ତିଙ୍କୁ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ।ସେହିଭଳି ସବୁ ମଣିଷ ମାନଙ୍କୁ ସଦ୍ ବୁଦ୍ଧି ସମ୍ପନ୍ନ ହେବା ଉଚିତ୍ ।କାରଣ ସଦବୁଦ୍ଧି ସର୍ବଦା ସତ୍ କର୍ମ କରିବାକୁ ପ୍ରେରିତ କରିଥାଏ।ଏହା ଦ୍ଵାରା ମଧ୍ୟ କଳି ର ପ୍ରକୋପ ହ୍ରାସ ପାଇଥାଏ। ଆମ ହିନ୍ଦୁ ଧର୍ମରେ ରାମାୟଣ ,ମହାଭାରତ ଭଳି ମହାନ୍ ଗ୍ରନ୍ଥ ସହିତ ୪ ଗୋଟି ବେଦ, ୬ଟି ଶାସ୍ତ୍ର ଏବଂ ୧୮ ଟି ପୁରାଣ ରହିଅଛି।ଯେଉଁଥିରେ ଅନେକ ମହାନ୍ କଥା ଉଲ୍ଲେଖ ଅଛି।ଯାହାକୁ ଅନୁସରଣ କରି ଆଜିର ମନୁଷ୍ୟ ଏହି କଳି ଯୁଗରୁ ସରଳରେ ନିସ୍ତାର ପାଇପାରିବ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଝିଅର ବେଷ୍ଟ ଫ୍ରେଣ୍ଡ ସହ ଥିଲା ବାପାଙ୍କ ଆ-ଫେ-ୟା-ର: ଖୁଲାସା ପରେ…

ଦର୍ଶକ ବନ୍ଧୁ ଆପଣ ମାନେ ପ୍ରତିଦିନ ସୋସିଆଲ ମିଡିଆ ରୁ ବହୁ ଖବର ପାଇଥିବେ ଯେ ପରିବାର କଳହ ରୁ …

Leave a Reply

Your email address will not be published. Required fields are marked *