ହିନ୍ଦୁ ଧର୍ମ ଅନୁଯାୟୀ ସପ୍ତାହକରେ ଥିବା ସାତ ବାରକୁ ବିଭିନ୍ନ ଦେବାଦେବୀଙ୍କ ଉଦ୍ଦେଶ୍ୟ ରେ ଉତ୍ସର୍ଗ କରାଯାଇଛି। ସେହିପରି ଗୁରୁବାର ନାଁ ଶୁଣିଲେ ସମସ୍ତଙ୍କ ମନରେ ମାତା ଲକ୍ଷ୍ମୀ ଓ ବାବା ସାଇରାମଙ୍କ କଥା ମନକୁ ଆସିଥାଏ।।ଭାରତରେ ଅଧିକାଂଶ ଲୋକ ମାନଙ୍କର ସାଇବାବାଙ୍କ ପ୍ରତି ରହିଛି ଅନେକ ଆସ୍ଥା ଓ ବିଶ୍ୱାସ ।ସାଇବାବା ଏଭଳି ଜଣେ ସନ୍ଥ ଥିଲେ ଯିଏ କହୁଥିଲେ ‘ସବକା ମାଲିକ୍ ଏକ୍ ହୈସ’ ଅର୍ଥାତ୍ ସମସ୍ତଙ୍କର ଇଶ୍ଵର ଜଣେ। ସାଇବାବାଙ୍କ ହାତର ସ୍ପର୍ଶରେ ପିତା ନିମ୍ବ ମଧ୍ୟ ମିଠା ହୋଇଯାଉଥିଲା ।ସେ ଜାତି ଧର୍ମରେ ରହୁଥିବା ଘୃଣା ଭାବନାକୁ ନିନ୍ଦା କରୁଥିଲେ।ସେ ସମାଜକୁ ମାନବିକତାର ଶିକ୍ଷା ଦେଇଥିଲେ।
ସାଇବାବାଙ୍କ ଚମତ୍କାରିତା ସଭିଙ୍କ ଆଖି ଖୋଲି ଦେଇଥିଲା।ଲୋକେ ଜାତି ଧର୍ମର ଘୃଣା ଭାବକୁ ଭୁଲି ସଭିଏଁ ଏକ ହୋଇ ଚଳିଥିଲେ।ତେବେ ଦର୍ଶକ ବନ୍ଧୁ ଆଜି ଆମେ ଆପଣଙ୍କୁ ସାଇବାବାଙ୍କ ବିଷୟରେ କିଛି ଅଲୌକିକ କଥା ଜଣେଇବାକୁ ଯାଉଛୁ ।ଯାହାକୁ ଆପଣ ଶୁଣିଲେ ଅଶ୍ଚର୍ଯ୍ୟ ହୋଇଯିବେ। ଆପଣମାନେ ନିଶ୍ଚିନ୍ତ ଭାବରେ ସବୁ ସାଇ ମନ୍ଦିରରେ ବା କିଛି ଦୋକାନରେ ସାଇବାବାଙ୍କ ଫଟୋ ବା ମୂର୍ତ୍ତି ଦେଖିଥିବେ। ମୂର୍ତ୍ତିରେ ବାବା ଗୋଡ ଉପରେ ଗୋଡ଼ ରଖି ବସିଥିବାର ଦେଖାଯାଏ।ପ୍ରାୟତଃ ସବୁଠି ବାବାଙ୍କର ଏହି ସମାନ ମୂର୍ତ୍ତି ଥାଏ ।ହେଲେ ଏହା ପଛର ରହସ୍ୟ କଣ ଆପଣ ମାନେ ଜାଣିଛନ୍ତି?ତେବେ ଆଜି ଆମେ ଆପଣଙ୍କୁ ଏ ସମ୍ବନ୍ଧରେ ଜଣେଇବୁ।
ପ୍ରାୟତଃ ସମସ୍ତେ ଜାଣିଛନ୍ତି କି, ସାଇବାବାଙ୍କର ଅଧା ଜୀବନ ଶିରିଡ଼ି ରେ ହିଁ କଟିଥିଲା।ଆଉ ସେହିଠାରେ ହିଁ ବାବା ନିଜର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।ବାବାଙ୍କର ଚମତ୍କାରିତା ବିଷୟରେ ଅଳ୍ପ ବହୁତେ ପ୍ରାୟ ସମସ୍ତେ ଜାଣିଥିବେ। ତେବେ ସେହିଭଳି ଏକ ଚମତ୍କାରିତା ଘଟିଥିଲା ବାବାଙ୍କର ମୂର୍ତ୍ତି ତିଆରି ହେବା ସମୟରେ। କୁହାଯାଏ ବାବାଙ୍କର ସମାଧି ପରେ ୧୯୫୪ ମସିହା ପର୍ଯ୍ୟନ୍ତ ତାଙ୍କର ଏକ ଫଟୋ ରଖି ବୁତ୍ୟୁବାଡ଼ା ରେ ପୂଜା କରାଯାଉଥିଲା ହେଲେ ଗୋଟେ ଦିନ ଏକ ମାର୍ବଲ ବୋଝେଇ ଆସି ସେଠାରେ ଥିବା ବନ୍ଦରରେ ଲାଗିଲା।ତେବେ ଏହି ମାର୍ବଲକୁ କିଏ ଓ କାହିଁକି ପଠାଇଥିଲା ଏନେଇ କୌଣସି ସୂଚନା ମିଳିନଥିଲା।
ଏହାପରେ ଶିରିଡ଼ି ସଂସ୍ଥା ଏହାକୁ ବାବାଙ୍କ କୃପା ଭାବି ସାଇବାବା ଙ୍କ ମୂର୍ତ୍ତି ତିଆରି ପାଇଁ ନେଇଯାଇଥିଲେ।ବସନ୍ତ ତାଲିମ୍ ନାମକ ଜଣେ କାରିଗରଙ୍କୁ ବାବାଙ୍କ ମୂର୍ତ୍ତି ନିର୍ମାଣ ପାଇଁ ଡକାଯାଇଥିଲା ।କୁହାଯାଏ ମୂର୍ତ୍ତିକାର ଜଣଙ୍କ ବାବାଙ୍କୁ ପ୍ରାର୍ଥନା କରି କହିଥିଲେକି, ମତେ ଦର୍ଶନ ଦେବାର କୃପା କରନ୍ତୁ ଯାହା ଦ୍ଵାରା ମୁ ଆପଣଙ୍କ ମୂର୍ତ୍ତି ଗଢ଼ିପାରିବି।ଲୋକମାନେ ବିଶ୍ୱାସ କରନ୍ତି ଯେ ବାବା ମୂର୍ତ୍ତିକାରଙ୍କୁ ଦର୍ଶନ ଦେଇଥିଲେ।ଆଉ ବାବାଙ୍କୁ ଦେଖି ସେ ମୂର୍ତ୍ତି ତିଆରି କରିଥିଲେ।ସେହି ମୂର୍ତ୍ତି ବର୍ତ୍ତମାନ ଶିରିଡ଼ିରେ ପୂଜା ପାଉଛି ।ତେବେ ସେବେଠାରୁ ହିଁ ବାବାଙ୍କର ଏଭଳି ଗୋଡ ଉପରେ ଗୋଡ଼ ରଖି ବସିବାର ମୂର୍ତ୍ତି ପୂଜା ପାଇଆସୁଅଛି।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ