Breaking News

କାଲି ଠୁ ଶସ୍ତା ହେଇଯିବ ସୁନା ! ଡେରି ନକରି ଶୀଘ୍ର କିଣି ନିଅନ୍ତୁ

ଏଇ କିଛିଦିନ ହେବେ ସୁନା ରୂପା ର ଦାମ ଏତେ ବଢିଯାଇଛି ଯେ ଲୋକେ ସୁନା କିଣିବାକୁ ବି ଇଛା କରୁନାହାନ୍ତି। କିନ୍ତୁ ଝିଅ ଟିଏ ବହାଘର କି ଅନ୍ୟ କୌଣସି କାର୍ଯ୍ୟ ପାଇଁ ତ କିଣିବା ନିହାତି ଆବଶ୍ୟକ ନହେଲେ ନଚଳେ। କିନ୍ତୁ ଏତେ ଟଙ୍କା ଦେଇ କିଣିବା ପାଇଁ ଲୋକଙ୍କୁ ବହୁତ କଷ୍ଟ ହେଉଛି। ମାତ୍ର ଯଦି ଆପଣ କମ ଦାମ ରେ ସୁନା କିଣିବା ପାଇଁ ଚାହୁଁଛନ୍ତି ତାହାଲେ ଏବେ ହିଁ ଆପଣଙ୍କ ପାଖେ ସୁଯୋଗ ଅଛି କାରଣ ସରକାର ଆଜିଠାରୁ ସୁନା ଦାମ ବହୁତ ଶସ୍ତା କରୁଛନ୍ତି। ଏହି ଅଫର କିନ୍ତୁ ବେସି ଦିନ ପାଇଁ ନୁହେଁ ବରଂ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ।

ତେଣୁ ଯେଉଁମାନ ଙ୍କର ବି ଆଗକୁ ବହାଘର କି ଅନ୍ୟ କିଛି ଦରକାରୀ କାର୍ଯ୍ୟ ପାଇଁ ସୁନା କିଣିବାର ଆଵଶ୍ୟକ ଅଛି ତାହାଲେ ଆଉ ଅପେକ୍ଷା ନକରି ଏବେଠାରୁ କିଣି ରଖିଦିଅନ୍ତୁ।ତାହାଲେ ଆସନ୍ତୁ ଜାଣିବେ କେମିତି ଉପାୟରେ ଆପଣ ଏ ଫାଇଦା ପାଇପାରିବେ।ଏନେଇ ସରକାର ଆଜିଠାରୁ ଏକ ସୋଭରନ୍ ଗୋଲ୍ଡ ବଣ୍ଡ୍ ସ୍କିମ୍ ନାମକ ସ୍କିମ ଆରମ୍ଭ କରିଛନ୍ତି। ଏହି ସ୍କିମ ଅନୁସାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ ସୁନାର ମୂଲ୍ୟ ପ୍ରତି ଗ୍ରାମ ପିଛା ୪୮୦୭ ଟଙ୍କା ରଖାଯିବ।ୟା ବାଦେ ଏ ଯେଉଁ ନୂଆ ସ୍କିମ ସୋଭରନ୍ ଗୋଲ୍ଡ ବଣ୍ଡ୍ ସେହି ସ୍କିମ ରେ କିସ୍ତି ରେ ବି ସୁନା ଦିଆଯିବ।

ଏହା ମାତ୍ର ପାଞ୍ଚ ଦିନ ଯାଏଁ ରହିବ। ଏହି ସ୍କିମ ରେ ଜଣେ ବ୍ୟକ୍ତି ସର୍ବାଧିକ ୪ କେଜି ସୁନା କିଣିପାରିବେ । ମାତ୍ର ଟ୍ରଷ୍ଟ୍ କିମ୍ବା ଅନ୍ୟ କୌଣସି ସଂସ୍ଥା ୨୦ କେଜି ଯାଏଁ ସୁନା କିଣିପାରିବେ।ଯଦି କୌଣସି ବ୍ୟକ୍ତି ଏହି ସ୍କିମ ପାଇଁ ଅନଲାଇନ ରେ ଆବେଦନ କରନ୍ତି ତେବେ ସେମାନଙ୍କୁ ସୁନା ପ୍ରତି ଗ୍ରାମ ପିଛା ୫୦ ଟଙ୍କା ରିହାତି ଦିଆଯିବ। ଅର୍ଥାତ ଯଦି ଜଣେ ଏକ ଗ୍ରାମ ସୁନା କିଣନ୍ତି ତାହାଲେ ୪୮୦୭ ଟଙ୍କା ଦେବା ବଦଳରେ ୪୭୫୭ ଟଙ୍କା ଦେଇ କିଣିପାରିବେ।ଏହି ସ୍କିମ ସମସ୍ତ ବ୍ୟାଙ୍କ୍, ଷ୍ଟକ୍ ହୋଲ୍ଡିଂ କର୍ପୋରେସନ ଅଫ୍ ଇଣ୍ଡିଆ, ଡାକଘର ଓ ମାନ୍ୟତାପ୍ରାପ୍ତ ଷ୍ଟକ୍ ଏକ୍ସଚେଞ୍ଜରେ ଉପଲବ୍ଧ ହେବ । ତେଣୁ ଯେଉଁମାନେ ବି କିଣି ବା ପାଇଁ ଇଛୁକ ଜଲ୍ଦି ଯାଇ ଏହି ପ୍ରକ୍ରିୟା ରେ ସୁନା କିଣିନିଅନ୍ତୁ। ନଚେତ ଆଉ ଏମିତି ସୁବର୍ଣ୍ଣ ସୁଯୋଗ ଆଗକୁ ମିଳିବନି। ଏହି ସ୍କିମ କିନ୍ତୁ କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କ ଓ ପେମେଣ୍ଟ ବ୍ୟାଙ୍କରେ ଉପଲବ୍ଧି ହେବ ନାହିଁ।

shiny gold and silver jewelery on white table

About admin

Check Also

ଭିଡିଓ ଦେଖନ୍ତୁ – ଟ୍ରକ ଡ୍ରାଇଭର ଏହି କାରଣରୁ ଗୁଗୁଲ କୁ ଦୋଷ ଦେଲେ

ଦର୍ଶକ ବନ୍ଧୁ ଏହି ଦୁନିଆ ହଉଛି ଇଣ୍ଟରନେଟ ଦୁନିଆ , ହଁ ବନ୍ଧୁ ସତେ ଯେମିତି ବିନା ଇଣ୍ଟରନେଟ ରେ …

Leave a Reply

Your email address will not be published. Required fields are marked *