Breaking News

ଜାଣନ୍ତୁ , ମା ଗଙ୍ଗା ଙ୍କ ଆବିର୍ଭାବ କେମିତି ହେଲା ?

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଜାଣିଥିବେ ହିନ୍ଦୁ ଧର୍ମ ଅନୁଯାୟୀ ଗଙ୍ଗା ନଦୀ କୁ ନଦୀ ମାନଙ୍କ ମଧ୍ୟରେ ସବୁଠୁ ପବିତ୍ର ବୋଲି କୁହାଯାଏ ଏବଂ ଏହାକୁ ପୂଜା ଅର୍ଚ୍ଚନା ମଧ୍ୟ କରାଯାଏ। ବୈଶାଖ ମାସ ଶୁକ୍ଳ ପକ୍ଷର ସପ୍ତମୀ ତିଥିକୁ ଗଙ୍ଗା ସପ୍ତମୀ ଭାବରେ ପାଳନ କରାଯାଏ।ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ଦିନ ମା ଗଙ୍ଗା ସ୍ବର୍ଗ ଲୋକରୁ ପୃଥିବୀ ପୃଷ୍ଠକୁ ଅବତରଣ କରିଥିଲେ। କିନ୍ତୁ ତାଙ୍କର ପ୍ରଖରତାକୁ ଆୟତ୍ତ କରିବା ପାଇଁ ଭଗବାନ ଶିବ ମା ଗଙ୍ଗାଙ୍କୁ ନିଜ ଜଟାରେ ଧାରଣ କରିଥିଲେ ।ଶିବଙ୍କ ଜଟାରେ ଅବତରିତ ହେବା କାରଣରୁ ଏହି ଦିନ ଗଙ୍ଗାଙ୍କର ଉତ୍ପତ୍ତି ହୋଇଥିଲା ବୋଲି ବିଶ୍ୱାସ ରହିଛି।

ତେଣୁ ହିନ୍ଦୁ ଧର୍ମରେ ଏହି ଦିନକୁ ଗଙ୍ଗା ଜୟନ୍ତୀ ବା ଗଙ୍ଗା ସପ୍ତମୀ ଭାବରେ ପାଳନ କରାଯାଏ। ଧାର୍ମିକ ଦୃଷ୍ଟକୋଣରୁ ଦେଖିଲେ ଏହି ଦିନର ଅନେକ ମହତ୍ତ୍ଵ ରହିଛି। ବିଧି ଅନୁଯାୟୀ ଏହି ଦିନ ଗଙ୍ଗା ସ୍ନାନ କରିବା ପରେ ମା ଗଙ୍ଗାଙ୍କୁ ରୀତିନୀତି ଅନୁସାରେ ପୂଜା କରାଯାଏ। ଏପରି କରିବା ଦ୍ବାରା ମନୁଷ୍ୟର ସମସ୍ତ ପାପ ଦୂର ହେବା ସହିତ ଆର୍ଥିକ ସଙ୍କଟରୁ ମଧ୍ୟ ମୁକ୍ତି ମିଳିଥାଏ ବୋଲି ମାନ୍ୟତା ରହିଛି।ତେବେ ଦର୍ଶକବନ୍ଧୁ ଆଜି ଆମେ ଗଙ୍ଗା ଜୟନ୍ତୀ ସହିତ ଜଡ଼ିତ କିଛି ବିଶେଷ ତଥ୍ୟ ସମ୍ପର୍କରେ ଜାଣିବା। ଗଙ୍ଗା ଉତ୍ପତ୍ତି ନେଇ ଅନେକ ଲୋକକଥା ପ୍ରଚଳିତ ରହିଛି ।

ପୁରାଣରେ ବର୍ଣ୍ଣିତ ଅଛି ଏକଦା ମା ଗଙ୍ଗା ତୀବ୍ର ବେଗରେ ପୃଥିବୀ ପୃଷ୍ଠକୁ ବହିଆସୁଥିଲେ। ମାଆଙ୍କ ଆସିବା ବାଟରେ ଜନ୍ହୁ ନାମକ ଜଣେ ଋଷି ଈଶ୍ୱରଙ୍କୁ ସ୍ମରଣ କରି ତପସ୍ୟା କରୁଥାନ୍ତି। ସେ ତପସ୍ୟା କରୁଥିବା ସ୍ଥାନରେ ତାଙ୍କର କମଣ୍ଡଳ ସମେତ ଅନ୍ୟ କିଛି ଜିନିଷ ଥାଏ। ଋଷି ଙ୍କ ଏହି ଜିନିଷ ଗୁଡ଼ିକ ମାତା ଗଙ୍ଗାଙ୍କ ପ୍ରଖର ସ୍ରୋତରେେ ବହିଯାଇଥିଲା। ଋଷି ଜନ୍ହୁ ଙ୍କ ଧ୍ୟାନ ଭଗ୍ନ ହେବାପରେ ସେ ଦେଖନ୍ତି ତ ତାଙ୍କ ଜିନିଷ ଗୁଡ଼ିକ ସେ ସ୍ଥାନରେ ନାହିଁ, ଏହା ଦେଖି ୠଷି ଅତ୍ୟନ୍ତ କ୍ରୋଧିତ ହୋଇଉଠିଥିଲେ।

ଆଉ ନିଜ କ୍ରୋଧକୁ ସମ୍ଭାଳି ନପାରି ରାଗରେ ମା ଗଙ୍ଗାଙ୍କୁ ପାନକରିଦେଇଥିଲେ।କିନ୍ତୁ ପରେ ୠଷି ଭାଗିରଥି ଗଙ୍ଗାଙ୍କୁ ମୁକ୍ତ କରିବା ପାଇଁ ଋଷି ଜନ୍ହୁ ଙ୍କ ପାଖରେ ନେହୁରା ହୋଇଥିଲେ । ଋଷି ଜନ୍ହୁ, ଭାଗିରଥିଙ୍କ ଅନୁରୋଧ ରକ୍ଷାକରି ମାତା ଗଙ୍ଗାଙ୍କୁ ନିଜ କାନ ରୁ ମୁକ୍ତ କରିଥିଲେ ।ତେବେ ଏହି ସମସ୍ତ ଘଟଣା ଯେଉଁଦିନ ଘଟିଥିଲା ସେହିଦିନ ହିଁ ବୈଶାଖ ମାସ ଶୁକ୍ଳ ପକ୍ଷର ସପ୍ତମୀ ତିଥି ଥିଲା।ତେଣୁ ସେହିଦିନ ଠାରୁ ଏହି ତିଥିକୁ ଗଙ୍ଗା ସପ୍ତମୀ ତିଥି ଭାବରେ ପାଳନ କରାଯାଇ ଆସୁଛି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଝିଅର ବେଷ୍ଟ ଫ୍ରେଣ୍ଡ ସହ ଥିଲା ବାପାଙ୍କ ଆ-ଫେ-ୟା-ର: ଖୁଲାସା ପରେ…

ଦର୍ଶକ ବନ୍ଧୁ ଆପଣ ମାନେ ପ୍ରତିଦିନ ସୋସିଆଲ ମିଡିଆ ରୁ ବହୁ ଖବର ପାଇଥିବେ ଯେ ପରିବାର କଳହ ରୁ …

Leave a Reply

Your email address will not be published. Required fields are marked *