Breaking News

ଜୁଲାଇରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ୍ : ଜାଣି ରଖନ୍ତୁ ….

ନୂଆ ମାସ ଅର୍ଥାତ୍ ଜୁଲାଇ ମାସ ଆରମ୍ଭ ହେବାପାଇଁ ଆଉ ଅଳ୍ପ ଦିନ ବାକି ଅଛି । ଏହା ସହ ଦେଶରେ ଲକଡାଉନ କଟକଣା ବି ଆଗକୁ କିଛିଟା କୋହଳ ହେଇପାରେ ବୋଲି ଖବର ରୁ ଜଣାପଡୁଛି। ଏହି ସମୟରେ ଆର୍ଥିକ ଗତିବିଧି ମଧ୍ୟ ଧୀରେ ଧୀରେ ସାମାନ୍ୟ ହେବାକୁ ଲାଗିଛି। ତା ଛଡା ବ୍ୟାଙ୍କିଂ ସହ ଜଡ଼ିତ ସମସ୍ତ କାମ ମଧ୍ୟ ଠିକ ଢଙ୍ଗ ରେ ଚାଲୁଛି। ସାଧାରଣତଃ ଆପଣମାନେ ଜାଣିଥିବେ କି ଏହି କୋରନା ସିଚୁଏସନ ରେ ସେତିକି ଜରୁରୀ ହେଲେହିଁ ବ୍ୟାଙ୍କ କୁ ଯିବାପାଇଁ ପରାମର୍ଶ ଦିଆଯାଇଛି କାରଣ ଅଧିକାଂଶ କାମ ଏବେ ଅନଲାଇନ ରେ ସହଜରେ କରି ହେଉଛି।

ଆଉ ବି ବ୍ୟାଙ୍କ ଯିବାର ସେତେଟା ଆଵଶ୍ୟକ ପଡୁନାହିଁ।ଯଦି କାହାକୁ ବ୍ୟାଙ୍କ ଯିବାପାଇଁ ଦରକାର ପଡୁଚି ତେବେ ସେମାନେ ସୋସିଆଲ ଡିଷ୍ଠାନସିଂ ର ସବୁ ଗୁଡିକ ନିୟମ ମାନି ଯାଉଛନ୍ତି। ତେଣୁ ଏହି ବ୍ୟାଙ୍କ ନେଇ ଏବେ ଯେଉଁ ଖବର ଯେଉଁ ଖବର ଟି ଆସିଚି ସେଇଟା ଜାଣିବା ସମସ୍ତଙ୍କ ପାଇଁ ବହୁତ ଗୁରୁତ୍ତ୍ୱପୂର୍ଣ୍ଣ।କାରଣ ଖବର ଟି ହେଉଛି ଆସନ୍ତା ଜୁଲାଇ ମାସରେ ପ୍ରାୟ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ ତେଣୁ ଯଦି ଆପଣଙ୍କର ଆସନ୍ତା ମାସରେ ବ୍ୟାଙ୍କ ସହିତ ଜଡିତ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଛି, ତେବେ ଛୁଟିଦିନକୁ ଧ୍ୟାନରେ ରଖି ଆପଣଙ୍କ ବ୍ୟାଙ୍କ କାର୍ଯ୍ୟ ସାରିନିଅନ୍ତୁ। ନଚେତ୍ ଆପଣ ଅସୁବିଧାରେ ପଡ଼ିପାରନ୍ତି।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ର ଛୁଟି କ୍ୟାଲେଣ୍ଡର ଅନୁଯାୟୀ, ଜୁଲାଇରେ ୪ଟି ରବିବାର, ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ପାଇଁ ବ୍ୟାଙ୍କ ଗୁଡିକ ସପ୍ତାହେ ବନ୍ଦ ରହିବ। ମାତ୍ର ଏହି ସାତ ଦିନ କୁ ଛାଡିଦେଲେ ଆହୁରି ବି ୯ ଦିନ ଛୁଟି ର ଘୋଷଣା କରାଯାଇଛି। ଅବଶ୍ୟ ଏହି ୯ ଦିନର ଛୁଟି ସବୁ ଦେଶରେ ଲାଗୁ ହେବନାହିଁ କିଛି ଟା ଦେଶରେ ହିଁ ଲାଗୁ କରାଯିବ। ତେବେ ଆସନ୍ତୁ ଜାଣିବେ କେଉଁ ସବୁ ଦେଶରେ ଏବଂ କେଉଁ ତାରିଖରେ ବ୍ୟାଙ୍କ ଗୁଡିକ ବନ୍ଦ ରହିବ। ଜୁଲାଇ ୧୨ ତାରିଖ ରେ ରଥଯାତ୍ରା ପାଇଁ ଭୁବନେଶ୍ବର ଏବଂ ଭୋପାଲ ରେ ବ୍ୟାଙ୍କ ବନ୍ଦ ରହିବ।ସେହିପରି ଜୁଲାଇ ୧୩ ରେ ଭାନୁ ଜୟନ୍ତୀ ଓ ଜୁଲାଇ ୧୪ ତାରିଖରେ ଦ୍ରୁପକା ଜୟନ୍ତୀ ପାଇଁ ଗାଙ୍ଗଟକ ବନ୍ଦ ରହିବ।

୧୬ ତାରିଖରେ ହରେଲ ପାଇଁ ଡେରାଡୁନ ଏବଂ ୧୭ ତାରିଖରେ ୟୁ ତିରୋତ ସିଂ ଡେ/ ଖାର୍ଚି ପୂଜା- ଅଗରତାଲା ପାଇଁ ସିଲଙ୍ଗ ରେ ବ୍ୟାଙ୍କ ଗୁଡିକ ବନ୍ଦ ରହିବ।ଜୁଲାଇ ୧୯- ଗୁରୁ ରିନ୍ପୋଚେଙ୍କ ଥୁଙ୍ଗକର ଶେଚୁ – ଗ୍ୟାଙ୍ଗଟୋକ, ଜୁଲାଇ ୨୦- ବକ୍ରି ଇଦ୍ – ଜାମ୍ମୁ, କୋଚି, ଶ୍ରୀନଗର ଏବଂ ଥିରୁବନନ୍ତପୁରମ୍, ସେହିପରି ଜୁଲାଇ ୨୧- ବକ୍ରି ଇଦ୍ଆଇଜୋଲ୍ ପାଇଁ ଭୁବନେଶ୍ୱର, ଗ୍ୟାଙ୍ଗଟକ୍, କୋଚି ଏବଂ ଥିରୁବନନ୍ତପୁରମ୍ ବ୍ୟତୀତ ସମସ୍ତ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ ଏବଂ ଶେଷରେ ଜୁଲାଇ ୩୧ ରେ କେର ପୂଜା ପାଇଁ ଅଗରତାଲା ର ବ୍ୟାଙ୍କ ବନ୍ଦ ରହିବ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପବିତ୍ର ମାସ କାର୍ତ୍ତିକ ମାସରେ ପଞ୍ଚୁକରେ ଘଟିଲା ଅଲୌକି ଘଟଣା, ଠାକୁର ଘରୁ ବାହାରିଲା ତମ୍ବା ନାଗ – ଦେଖନ୍ତୁ ଭିଡିଓ

ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ମାସ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ମାସ କାର୍ତ୍ତିକ ମାସକୁ କୁହାଯାଏ । କାରଣ …

Leave a Reply

Your email address will not be published. Required fields are marked *