Breaking News

ଆସନ୍ତା ୧୫ ରେ ହେବ ଓଡିଶା ବନ୍ଦ ,କଣ ଖୋଲା କଣ ବନ୍ଦ ଜାଣିରଖନ୍ତୁ ! ସେୟାର କରି ଅନ୍ୟ ମାନଙ୍କୁ ଜଣାନ୍ତୁ

ଦିନକୁ ଦିନ ପେଟ୍ରୋଲ ,ଡିଜେଲ, ରନ୍ଧନ ଗ୍ୟାସ୍ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଜିନିଷର ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଉଲ୍ଲାଇଛି କଂଗ୍ରେସ। ଜୁଲାଇ ୭ ତାରିଖ ଠାରୁ ଆରମ୍ଭ କରି ଆସନ୍ତା ୧୭ ତାରିଖ ଯାଏ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ ଦଳ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନ ମାରଣ ନୀତି ବିରୋଧରେ ଏଭଳି ଭିନ୍ନ ଢଙ୍ଗରେ ପ୍ରତିବାଦ କରିଛନ୍ତି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଓ ଛାତ୍ର କଂଗ୍ରେସ କର୍ମକର୍ତ୍ତା ।ସେପଟେ ପେଟ୍ରୋଲ, ଡିଜେଲ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଦରବୃଦ୍ଧି ପ୍ରତିବାଦରେ ବାମପନ୍ଥୀ ଦଳ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି।

ଚଳିତ ମାସ ଜୁଲାଇ ୧୫ ତାରିଖ ଦିନ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରିବ ବାମପନ୍ଥୀ ଦଳ । ରାଜ୍ୟର ୪ ବାମପନ୍ଥୀ ଦଳ ସିପିଆଇ, ସିପିଏମ, ସିପିଆଇ (ଏମଏଲ) ଲିବରେସନ ଏବଂ ଫରଓ୍ବାର୍ଡ ବ୍ଲକ ମିଳିତ ଭାବରେ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି ବନ୍ଦ ର ଆହ୍ବାନ ଦେଇଛନ୍ତି। ପେଟ୍ରୋଲ ଉପରୁ ଟିକସ ହ୍ରାସ କରି ଦର କମାଇବା, ନିତ୍ୟ ବ୍ୟବହାର୍ଯ୍ୟର ଦରବୃଦ୍ଧି ବନ୍ଦ, କଳାବଜାରୀ, ମହଜୁଦକାରୀଙ୍କୁ ଜବତ, ପ୍ରତି ପରିବାରକୁ ମୁଣ୍ଡ ପିଛା ୧୦ କେଜି ଚାଉଳ ଏବଂ ଗହମ ପ୍ରଦାନ, ଖାଇବା ତେଲ, ଡାଲି, ଚିନି, ଚା ଆଦି ରାସନ କିଟ୍‌ ମାଗଣାରେ ଯୋଗାଇବା,

ଆୟକର ଦେଉନଥିବା ପରିବାରକୁ ୬ ମାସ ପର୍ଯ୍ୟନ୍ତ ମାସିକ ୭୫୦୦ ଟଙ୍କା ପ୍ରଦାନ ଆଦି ଦାବି କରାଯିବ ବୋଲି ଗତ କାଲି ଅନୁଷ୍ଠିତ ହୋଇଥିବା ବୈଠକରେ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଜୁଲାଇ ୭ ତାରିଖରୁ ସବୁ ବ୍ଲକରେ କଂଗ୍ରେସ କର୍ମୀ ମାନେ ବିକ୍ଷୋଭ କରୁଥିବା ବେଳେ ଆସନ୍ତା ୯ ତାରିଖରେ ଜିଲ୍ଲାସ୍ତରରେ ଧାରଣା ଓ ୧୪ ତାରିଖରେ ରାଜଧାନୀ ଭୁବନେଶ୍ୱର ଠାରେ ବିକ୍ଷୋଭ କରାଯିବା ନେଇ ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।


କରୋନା ଭଳି କଠିନ ପରିସ୍ଥିତିରେ କେନ୍ଦ୍ର ସରକାର ଲୋକଙ୍କୁ ସହାୟତା କରିବା ପରିବର୍ତ୍ତେ ସେମାନଙ୍କ ଉପରେ ଆର୍ଥିକ ବୋଝ ଲଦୁଛନ୍ତି ବୋଲି ପିସିସି ସଭାପତି କହିଛନ୍ତି। ପେଟ୍ରୋଲ, ଡିଜେଲ ବଢ଼ିବା ଯୋଗୁଁ ନିତିଦିନିଆ ସାମଗ୍ରୀର ଦର ମଧ୍ୟ ବଢୁଛି । ଯାହାକି ଲୋକ ମାନଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ସାରିଲାଣି। ତେଣୁ ଆସନ୍ତା ୧୫ ରେ ଦିନିକିଆ ପେଟ୍ରୋଲ, ଡିଜେଲ୍ ବର୍ଜନ କରିବାକୁ ମଧ୍ୟ ସେ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପବିତ୍ର ମାସ କାର୍ତ୍ତିକ ମାସରେ ପଞ୍ଚୁକରେ ଘଟିଲା ଅଲୌକି ଘଟଣା, ଠାକୁର ଘରୁ ବାହାରିଲା ତମ୍ବା ନାଗ – ଦେଖନ୍ତୁ ଭିଡିଓ

ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ମାସ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ମାସ କାର୍ତ୍ତିକ ମାସକୁ କୁହାଯାଏ । କାରଣ …

Leave a Reply

Your email address will not be published. Required fields are marked *