Breaking News

ବ୍ୟୁଟି ପାର୍ଲରରେ ଯୁବତୀ ଫେସିଆଲ୍ କରିବା ପଡିଲା ମହଙ୍ଗା ! ମୁହଁ ଜଳିଗଲା , ଭିଡିଓ ହେଉଛି ଭାଇରାଲ୍

ସମସ୍ତ ଯୁବତୀ ମାନଙ୍କର ଈଚ୍ଛା ଥାଏ କି ନିଜ ରୂପରେ ଆହୁରି ଅଧିକ ଚମକ ଯୋଡ଼ିବା ପାଇଁ । କିନ୍ତୁ ଜଣେ ଯୁବତୀ ବ୍ୟୁଟି ପାର୍ଲରକୁ ଯାଇ ସେଠାରେ ଓଲଟା ଅନୁଭୁତି ହାସଲ କରିଛନ୍ତି । ସେ ପାର୍ଲରରେ ମୁହଁ କୁ ଫେସିଆଲ୍‌ କ୍ଲିନିଂ କରିସାରିବା ପରେ ତାଙ୍କ ତ୍ୱଚା ଜଳିଯାଇଥିଲା । ତେବେ ସେ ତାଙ୍କର ଏହି ଦୁଃଖଭରା ଅନୁଭୁତିକୁ ସୋସିଆଲ୍‌ ମିଡ଼ିଆରେ ଶେୟାର୍‌ କରିଛନ୍ତି ଏବଂ ସମସ୍ତଙ୍କୁ ସତର୍କ କରାଇଛନ୍ତି ।

ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଆଇ.ଆଇ.ଟି. ଗୁଆହାଟୀରେ ଇଞ୍ଜିନିଅରିଂ ପାସ୍‌ କରିଥିବା ଆସାମ ବାସିନ୍ଦା ଯୁବତୀ ଡଃ ବିନିତା ନାଥଙ୍କ ସହ । ଯୁବତୀ ଜଣକ ଇଟାଲୀରେ ରୁହନ୍ତି ଓ ସେଠାରେ ପୋଷ୍ଟ-ଡକ୍ଟରାଲ୍‌ ରିସର୍ଚ୍ଚ କରୁଛନ୍ତି । ସେ ନିଜ ନଣନ୍ଦଙ୍କ ବାହାଘର ପାଇଁ ଭାରତ ଆସିଥିଲେ ଓ ବାହାଘର ପୂର୍ବରୁ ସିଲଚରରେ ଏକ ବିଉଟି ପାର୍ଲରକୁ ଯାଇ ଫେସିଆଲ୍‌ କରାଇଥିଲେ ।


ସେଠାରେ ପାର୍ଲରରେ ତାଙ୍କ ମୁହଁ ରେ କ୍ରିମ୍ ମାରିସାରିବା ପରେ ସେ ଅନୁଭବ କଲେ ଯେମିତି କେହି ତାଙ୍କ ଚର୍ମ ଉପରେ “ଗରମ ତେଲ ଢାଳୁଛି” । ସେ ଯନ୍ତ୍ରଣାରେ ଚିତ୍କାର କରିଥିଲେ । ସେ ଦେଖିଥିଲେ ଯେ ତାଙ୍କ ମୁହଁର ଚର୍ମର ଏକ ପରସ୍ତ ବାହାରି ଯାଇଥିଲା । ପରେ ସେହି ବ୍ୟୁଟି ପାର୍ଲରରେ କର୍ମଚାରୀମାନେ ତତ୍କ୍ଷଣାତ ତାଙ୍କ ମୁହଁରେ ବରଫ ଲଗେଇଥିଲେ, କିନ୍ତୁ ବହୁତ ଡେରି ହୋଇଯାଇଥିଲା ।


ତେବେ ଡଃ ବିନିତା ନାଥ ତାଙ୍କର ଏହି ଦୁଃଖକୁ ଫଟୋ ସହ ସୋସିଆଲ୍‌ ମିଡ଼ିଆରେ ଶେୟାର୍‌ କରିଛନ୍ତି । ସେ କହିଛନ୍ତି ଯେ, ‘‘ମୁଁ ଜାଣେ ଏହା ବିବ୍ରତ କରାଇବା ପରି ପୋଷ୍ଟ… ମୁଁ ସିଲଚରର ଶାରଦା ବିୟୁଟି ପାର୍ଲର ବିଷୟରେ ବନ୍ଧୁମାନଙ୍କୁ ଓ ଅନ୍ୟ ସମସ୍ତଙ୍କୁ ଅବଗତ କରାଇବା ପାଇଁ ଏହି ଫଟୋ ଓ ଭିଡିଓଗୁଡିକ ଶେୟାର୍‌ କରୁଛି । ସେମାନେ ପୂରା ଅନପ୍ରଫେସନାଲ୍‌ । ସେମାନେ ମୋତେ ବିନା କୌଣସି ଅନୁତାପରେ ଏକ ଭୟଙ୍କର ହରର୍‌ ଫିଲ୍ମ ଷ୍ଟାର୍‌ କରିଦେଲେ । ସେଠିକି ଯିବା ପୂର୍ବରୁ ଦୁଇ ଥର ଭାବନ୍ତୁ । ସିଲଚରର ପ୍ରଥମ ଲିଙ୍କ ରୋଡ଼ର ଏଣ୍ଟ୍ରାନ୍ସରେ ଏହି ପାର୍ଲର ଅଛି ।’’


“ମୁଁ ସାଧାରଣତଃ ପାର୍ଲରକୁ ଯାଏ ନାହିଁ । ମୁଁ ଥ୍ରେଡିଂ ବି କରାଏ ନାହିଁ । ମୁଁ ଯେତେବେଳେ ସେଠାକୁ ଯାଇଥିଲି, ସେଠାକାର କର୍ମଚାରୀମାନେ ମୋତେ କହିଥିଲେ ଯେ ମୋ’ ମୁହଁରେ କିଛି ବାଳ ଅଛି ଓ ଯଦି ମୁଁ ଥ୍ରେଡିଂ କିମ୍ବା ୱାକ୍ସିଂ କରାଇବାକୁ ଇଚ୍ଛା କରୁ ନାହିଁ, ତେବେ ମୁଁ ବ୍ଲିଚ୍ କରାଇପାରେ । ମୋ ଚର୍ମ ପାଇଁ ସେମାନେ ଡି-ଟାନ୍ ଫେସିଆଲକୁ ଉପଯୁକ୍ତ ବୋଲି କହି ତା’ର ବ୍ୟବହାର କରିବେ ବୋଲି କହିଲେ । ମୁଁ ରାଜି ହୋଇଥିଲି,’’ ଗଣମାଧ୍ୟମକୁ ନିଜ ଦୁଃଖଦ ଅଭିଜ୍ଞତା ବିଷୟରେ ଜଣାଇ କହିଛନ୍ତି ଡଃ ବିନିତା ନାଥ ।

ବିନିତାଙ୍କ ଏହି ଭିଡିଓ ସୋସିଆଲ୍‌ ମିଡ଼ିଆରେ ବହୁତ ଭାଇରାଲ ହେବା ପରେ ଶାରଦା ପାର୍ଲର ଙ୍କ ପକ୍ଷରୁ ମାଲିକ ଦୀପ ଦେବ ରୟ କହିଛନ୍ତି ଯେ ,” ବିନିତାଙ୍କ ସହ ଯାହା ହେଲା ସେଥି ପାଇଁ ସେ ଦୁଃଖିତ, ହେଲେ ବିନିତା ହିଁ ନିଜେ ସେଥି ପାଇଁ ଦାୟୀ । ରୟ କହକିଛନ୍ତି ଯେ ପାର୍ଲରର କର୍ମଚାରୀମାନେ ବିନିତାଙ୍କୁ ଡି-ଟାନ୍ ଫେସିଆଲ୍‌ ପରେ ବ୍ଲିଚ୍ ନ କରିବାକୁ ଅନୁରୋଧ କରିଥିଲେ, ହେଲେ ସେ ଜିଦ୍ ଧରିଥିଲେ, ଯେଉଁଥି ପାଇଁ ଏହି ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା “।

“ପାର୍ଲରର କର୍ମଚାରୀମାନେ ତାଙ୍କୁ କହିଥିଲେ ଯେ ଡି-ଟାନ୍ ଫେସିଆଲ୍‌ ପରେ ବ୍ଲିଚ୍ ଭଲ ହୁଏ ନାହିଁ, କିନ୍ତୁ ଗ୍ରାହକ ଜିଦ୍ ଧରିଥିଲେ ଓ ଆମ କର୍ମଚାରୀମାନେ ତାଙ୍କ କଥା ମାନିଥିଲେ,’’ କହିଛନ୍ତି ଦୀପ ଦେବ ରୟ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଦେଖନ୍ତୁ ଆଶ୍ଚର୍ଯ୍ୟ ଭିଡିଓ – ମଣିଷ ଛୁଆ ଜନ୍ମ କରିଲା ଛେଳି! ନିଜେ ନଦେଖିଲେ ବିଶ୍ଵାସ କରି ପାରିବେ ନାହିଁ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଲୋକ ପ୍ରିୟ ହୋଇଥିବା ସୋସିଆଲ ମିଡିଆ ରେ ସବୁ ଦିନ କିଛି …

Leave a Reply

Your email address will not be published. Required fields are marked *