ବିଧାୟକ ଯୁବତୀଙ୍କ ସହ ଘଣ୍ଟା ଘଣ୍ଟା ଧରି ଗପୁଥିଲେ, ଯାହା ଏବେ ବିଧାୟକଙ୍କୁ ବହୁତ ମହଙ୍ଗା ପଡିଛି । ଯୁବତୀ ଜଣଙ୍କ ବିଧାୟକଙ୍କୁ ବିବାହ କରିବା ପାଇଁ ଜିଦ ଧରିଥିଲେ, ଏହା ପରେ ମାମଲା ଟି ଏବେ ଯାଇ ଥାନା ରେ ପହଞ୍ଚିଛି । ଏହି ଘଟଣା କୁ ନେଇ ବିଧାୟକଙ୍କ 7 ରୁ 8 ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା ହାଇ ପ୍ରୋଫାଇଲ ଡ୍ରାମା । ବିଧାୟକ ମଧ୍ୟ ନିଜର ସୁରକ୍ଷା ପାଇଁ ଥାନା ରେ ଆଗୁଆ ଏକ ମାମଲା ରୁଜୁ କରିଥିଲେ । ପାଲହଡା ର ବିଜେଡି ବିଧାୟାକ ମୁକେଶ କୁମାର ପାଲ ଏହି ଘଟଣା କୁ ନେଇ ଥାନା ରେ ଏତଲା ଦେବା ନିଜର ସୁରକ୍ଷା ପାଇଁ ଆଇନଗତ ଦାବି କରିଛନ୍ତି ।
ବିଧାୟକ ଏହି କଥା ନିଜେ ସ୍ଵୀକାର କରିଛନ୍ତି ଯେ, ତାଙ୍କର ଯୁବତୀଙ୍କ ସହ ବିବାହ ପ୍ରସ୍ତାବ ପଡିଥିଲା ଏବଂ ସେ ଯୁବତୀଙ୍କ ସହ ଫୋନରେ ବାର୍ତ୍ତାଳାପ କରିଥିଲେ । ଯେତେବେଳେ ଯୁବତୀ ଓ ବିଧାୟକଙ୍କ ମଧ୍ୟରେ ମତାନ୍ତର ହୋଇଥିଲା ସେହି ସମୟରେ ଯୁବତୀ ଜଣଙ୍କ ଯାଇ ବିଧାୟକଙ୍କ ଘରେ ପହଞ୍ଚି ସେଠାରେ ବିଧାୟକଙ୍କୁ ବିବାହ କରିବା ପାଇଁ ଜିଦ ଧରିଥିଲେ । ତେବେ ଏହି ଠାରେ ଏକ ପ୍ରଶ୍ନ ଉଠିଛି ଯୁବତୀ ଓ ବିଧାୟକଙ୍କ ମଧ୍ୟରେ କେଉଁ କଥା ଓ କେଉଁ ପରିସ୍ଥିତି ରେ ସେମାନଙ୍କ ର ମନ ମାଳିନ୍ୟ ହେଲା ? କେଉଁ କାରଣ ପାଇଁ ବିଧାୟକ ଯୁବତୀଙ୍କୁ ବିବାହ କରିବା ପାଇଁ ଚାହୁଁ ନାହାନ୍ତି । ଅନ୍ୟ ଏକ ପଟେ ଯୁବତୀ ଜଣଙ୍କ ବିଧାୟକଙ୍କ ବାସଭବନକୁ ଯାଇ ବିଧାୟକଙ୍କୁ ବିବାହ କରିବା ଜିଦ କରି ସେଠାରେ ବସିଥିଲେ ।
ଯୁବତୀ ଜଣଙ୍କ ଭୁବନେଶ୍ବରରେ ରହିବା ସହିତ, ସେ ଆଇନ ର ଛାତ୍ରୀ ବୋଲି ଜଣା ପଡିଛି । ଯୁବତୀ ଜଣଙ୍କ ମଧ୍ୟ ସୋସିଆଲ ମିଡିଆରେ ବେଶ ସକ୍ରିୟ ଅଛନ୍ତି । ଯୁବତୀଙ୍କୁ ବିଧାୟକ ବିବାହ କରିବା ପାଇଁ ମନା କରିବା ପରେ, ଯୁବତୀ ଜଣଙ୍କ ତାଙ୍କର ନିଜ ଗ୍ରାମ କୁ ଫେରି ଯାଇଛନ୍ତି । ଏହି ଘଟଣା ଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇ ଘୂରି ବୁଲୁଛି । ତେବେ କେଉଁ କାରଣ ପାଇଁ ଯୁବତୀ ଜଣଙ୍କ ବିଧାୟକଙ୍କୁ ବିବାହ କରିବା ପାଇଁ ଜିଦ ଧରି ବସିଛନ୍ତି, ଏହି କାରଣ ଟି ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଜଣା ପଡି ନାହିଁ ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ