ବିଗତ ଜୁନ୍ ମାସ ୨୦୨୦ ରେ ଭାରତ ଏବଂ ଚୀନ ମଧ୍ୟରେ ଲାଇନ ଅଫ୍ ଆକ୍ଚୁଆଲ କଣ୍ଟ୍ରୋଲ(ଏଲଏସି) ରେ ଥିବା ବିବାଦ ଉପରେ ଏ ପର୍ଯ୍ୟନ୍ତ ମଧ୍ୟସ କୌଣସି ସମାଧାନ ଜଣକ ନିସ୍ପତି ନିଆଯାଇ ନାହିଁ। ତେବେ ଭାରତ ଏବଂ ଚୀନ ମଧ୍ୟରେ ଲାଗିରହିଥିବା ବିବାଦର ସମାଧାନ ପାଇଁ ଦୁଇ ଦେଶ ମଧ୍ୟରେ ୯ଥର କମାଣ୍ଡରସ୍ତରୀୟ ବୈଠକ ହୋଇଥିଲା ବେଳେ ଏଥିରୁ କୌଣସି ପ୍ରକାରର ସମାଧାନ ମିଳିପାରିନଥିଲା ।
ତେବେ ଉଭୟ ଭାରତ ଏବଂ ଚୀନ ଦେଶ ଏଲଏସିରୁ ସୈନ୍ୟ ପ୍ରତ୍ୟାହାର ପାଇଁ ରାଜି ନଥିବା ବେଳେ ଏବେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଆଦେଶ ଦେଇଛନ୍ତି।
ତେବେ ଏଥିସହିତ ଚୀନର ନୂଆ ବର୍ଷ ଆଗକୁ ଥିବା ବେଳେ ଜିନପିଙ୍ଗ ପିଏଲଏ ବାୟୁସେନାର ଏକ ୟୁନିଟ୍ କୁ ଗସ୍ତ କରିଥିଲେ। ଏହି ସମୟରେ ସେ ତାଙ୍କ ସମଗ୍ର ସୈନ୍ୟବାହିନୀ ଙ୍କୁ ଅଭିଭାଷଣ ଦେଇକହିଥିଲେ ଯେ, ଜାତୀୟ ସୁରକ୍ଷା ତଥା ଲୋକଙ୍କ ସୁଖ ଏବଂ ଶାନ୍ତି ରକ୍ଷା କରିବା ପାଇଁ । ରାଷ୍ଟ୍ରପତିଙ୍କ ଏଭଳି ବିବୃତି ଆଗକୁ ପରିସ୍ଥିତି କୁ ବହୁତ ଗମ୍ଭୀର କରିପାରେ । ତେବେ ପୂର୍ବରୁ ମଧ୍ୟ ଗତବର୍ଷ ଅକ୍ଟୋବର ୧୪ରେ ମଧ୍ୟ ରାଷ୍ଟ୍ରପତି ଜିନପିଙ୍ଗ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ମଧ୍ୟ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)କୁ ନିର୍ଦ୍ଦେଶ ଦେଇଥିଲେ ।
ତେବେ ଗତ ୨୦୨୦ ଜୁନ ମାସରେ ପୂର୍ବ ଲଦାଖର ଗଲଓ୍ଵାନ ସ୍ଥିତ ଏକ ଉପତ୍ୟକାରେ ଉଭୟ ଭାରତ ଏବଂ ଚୀନ ସେନା ମୁହାଁମୁହିଁ ହୋଇଥିଲେ ଫଳରେ ଅତି କମରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ତେବେ ସେହିପରି ଚୀନ ପକ୍ଷରୁ ୪୩ ଜଣ ମୃତାହତ ହୋଇଥିବା ଜାତୀୟ ଗଣମାଧ୍ୟମ ସଂସ୍ଥା ରିପୋର୍ଟ କରିଥିଲା। ନିଜର ୨୦ଜଣ ଯବାନଙ୍କୁ ହରାଇବା ପରେ ଚୀନକୁ କଡ଼ା ଜବାବ ଦେବା ପାଇଁ ଗୋଟେ ପରେ ଗୋଟେ ପଦକ୍ଷେପ ନେଇଥିଲେ ଭାରତ ସରକାର। ଚାଇନିଜ ଆପ ଉପରେ ପ୍ରତିବନ୍ଧକ ଲଗାଇବା ସହ ଚାଇନିଜ କମ୍ପାନିକୁ ଭାରତ ସରକାର ଦେଇଥିବା ସବୁ ବଡ଼ ବଡ଼ ପ୍ରକଳ୍ପର ଠିକାକୁ ମଧ୍ୟ ବାତିଲ କରିଥିଲେ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ