Breaking News

ଜିଓର ନୂଆ ବର୍ଷ ପ୍ଳାନ, ମାଗଣା କଲ ସେବା ଦେଲା ହେଲେ ଏହି ଜିନିଷ ଟି କାଟି ଦେଲା

ଜିଓ ନିଜ ଗ୍ରାହକ କୁ କେତେ ବେଳେ ଖୁସି କରୁଚି ତ କେତେ ବେଳେ ନିରାଶ । ନୂଆ ବର୍ଷ ଠାରୁ ଜିଓ ତାର ସମସ୍ତ ଲୋକାଲ କଲ୍ ମାଗଣା କରି ନିଜ ଗ୍ରାହକ କୁ ଖୁସି କରିଦେଇଛି । ଅର୍ଥାତ୍ ଯେ କୌଣସି ନମ୍ୱର୍ କୁ କଲ୍ କଲେ ଦେୟ ପଡିବ ନାହିଁ, ହେଲେ ଏହା ପରେ ଆଜି ରିଲାଂଶ ଜିଓ ଫୁଣି ଘୋଷଣା କରିଛି । କମ୍ପାନୀ ନିଜ ଗ୍ରାହକ କୁ ଦେଉଥିବା ଏଷ୍ଟ୍ରା ଡାଟା ପ୍ୟାକ୍ ବନ୍ଦ କରିଦେଇଛି ।

ଉପଭୋକ୍ତା ନିଜ ରିଚାର୍ଜ ପ୍ୟାକ ଛଡା କେବଳ ଡାଟା ପ୍ୟାକ୍ ପାଇଁ ଆଉ ଏକ ଡାଟା ପ୍ୟାକ୍ ରିଚାର୍ଜ କରି ସୁବିଧା ପାଉଥିଲେ ହେଲେ ଏବେ ଠାରୁ ଜିଓ ଏହି ସୁବିଧା ବନ୍ଦ କରିଦେଇଛି ।ରିଲାଂଶ ଜିଓ ବ୍ୟବହାର କାରୀ ଙ୍କୁ ଏହି ଟପପ ଭଉଚର୍ ସହିତ 1ଯିବି , 2ଯିବି ,3ଯିବି 5ଯିବି ଏପରି ୧୦୦ ଯିବି ପର୍ଯ୍ୟନ୍ତ ଡାଟା ଯୋଗାଉଥିଲା । ଟକ ଟାଇମ୍ ଭାଉଚର୍ ୧୦ ଟଙ୍କା ରୁ ଆରମ୍ଭ ହୋଇ ହଜାର ଟଙ୍କା ପର୍ଯ୍ୟନ୍ତ ରହିଥିଲା ।

 

ଯେଉଁ ରେ ଟକ ଟାଇମ ସହ ଡାଟା ମଧ୍ୟ ରହୁଥିଲା । ଜିଓ ରୁ ଅନ୍ୟ ଏକ ନମ୍ୱର୍ କୁ କଲ୍ କରିବା ପାଇଁ ୧୦ ଟଙ୍କା ରିଚାର୍ଜ କରାଯାଉଥିଲା । ଆଉ ଏଇ ଟଙ୍କା ରେ ଉପଭୋକ୍ତା ଙ୍କୁ 1 ଯିବି ଡାଟା ଦିଆଯାଉଥିଲା । ବର୍ତ୍ତମାନ ଜିଓ ଦ୍ୱାରା ଲୋକାଲ ଅଫ ନେଟ ମାଗଣା କରିଦିଆ ଯାଇଛି । ଏଭଳି ପରିସ୍ଥିତିରେ ଏହି ଡାଟା ଅଫର୍ ଆଉ କାମ କରିବ ନାହିଁ ।

ଏହାର ଟପପ ଭଉଚର ଉପଲବ୍ଧ ହେବ ହେଲେ ପୂର୍ବ ପରି ଏଥିରେ ଡାଟା ଏକ୍ସଟ୍ରା ଡାଟା ଉପଲବ୍ଧ ହେବ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ବୋଲି ସୂଚନା ମିଳିଛି । ରିଲାଂଶ ଜିଓ ୨୦୨୦ ମସିହାରେ ଅନ୍ୟ ନେଟ ୱାର୍କ ପାଇଁ ଭଏସ୍ କଲ୍ ପାଇଁ ବ୍ୟବହାରକାରୀ ଠାରୁ ଟଙ୍କା ନେବା ଆରମ୍ଭ କରାଯାଇଥିଲା ପ୍ରତି ମିନିଟ ରେ ୬ ପଇସା ନିଆ ଯାଉଥିଲା ।

 

ଏହା ସହ କମ୍ପାନୀ ବିଶେଷ ରିଚାର୍ଜା ପ୍ଲାନ୍ ମଧ୍ୟ ଆଣିଥିଲା । ହେଲେ ନୂଆ ବର୍ଷା ଠାରୁ ଏହି ଲୋକାଲ କଲ୍ କୁ ମାଗଣା କରିଦେଇଛି ଜିଓ । ରିଲାଂଶ ଜିଓ ଆରମ୍ଭ ହେବା ପର ଠାରୁ ଶେଷରେ ଏହା ଆକର୍ଷଣୀୟ ଅଫର୍ ଦେଇ ଗ୍ରାହକ କୁ ନିଜ ଆଡ କୁ ଆକର୍ଷତ କରିଆସିଛି ।

ଶସ୍ତା ଅଫର୍ ସହ କଲ୍ ଓ ନେଟ ରେ ସୁବିଧା ଯୋଗୁ ସାରା ଦେଶର ଜିଓ ଲୋକ ମାନଙ୍କ ର ପ୍ରିୟ ହୋଇଛି । ରିଲାଂଶ ଜିଓ ମାସ ସୁଦ୍ଧା ୨୨ , ଲକ୍ଷ ରୁ ଅଧିକ ଗ୍ରାହକ କୁ ନିଜ ସହିତ ଯୋଡ଼ି ରଖିଛି । ଏହା ସହ କମ୍ପାନୀ ପାଖରେ ଏବେ ୪୦ କୋଟି ରୁ ଅଧିକ ଗ୍ରାହକ ଥିବା ସ୍ପଷ୍ଟ କରିଛି କମ୍ପାନୀ

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଚମତ୍କାର ବାଳକ ! ମାତ୍ର ୪ ବର୍ଷ ବୟସରେ କରୁଛନ୍ତି ଏପରି କାମ , ଦେଖିଲେ ଆପଣ ବି ବିଶ୍ବାସ କରିବେନି …

ଦୁନିଆରେ ଭିନ୍ନ ଭିନ୍ନ ଲୋକଙ୍କ ପାଖରେ ଅଲଗା ଅଲଗା ପ୍ରକାରର ପ୍ରତିଭା ଲୁଚିକି ରହିଥାଏ। ତା ଛଡା ସମସ୍ତଙ୍କ ଦ୍ଵାରା …

Leave a Reply

Your email address will not be published. Required fields are marked *