ଭାରତ ସଂଚାର ନିଗମ ଲିମିଟେଡ ବା (ବିଏସ୍ଏନ୍ଏଲ୍) ନିଜ ଗ୍ରାହକ ମାନଙ୍କ ପାଇଁ ଆଣିଦେଇଛି ଏକ ବଡ଼ ଖୁସି ଖବର। ବିଏସ୍ଏନ୍ଏଲ୍ ଏହାର ପୁରୁଣା ୨ଟି ପ୍ରିପେଡ୍ ରିଚାର୍ଜ ପ୍ଲାନ୍ କୁ ପରିବର୍ତ୍ତିତ କରିଛି। କମ୍ପାନୀ ତରଫରୁ ଜାରି କରାଯାଇଥିବା ୪୯୯ ଟଙ୍କିଆ ଓ ୧୯୮ ଟଙ୍କିଆ ପ୍ଲାନରେ କରାଯାଇଛି ବଡ଼ ପରିବର୍ତ୍ତନ। ତେବେ କମ୍ପାନୀ ତରଫରୁ ଘୋଷଣା କରାଯାଇଥିବା ଏହି ନୂତନ ପ୍ଲାନ ରେ ୪୯୯ ଟଙ୍କା ରିଚାର୍ଜ କରୁଥିବା ଗ୍ରାହକ ବେଶୀ ଲାଭବାନ ହୋଇପାରିବେ। ଅନ୍ୟପକ୍ଷେ ୧୯୮ ଟଙ୍କା ରିଚାର୍ଜ କରିଥିବା ଗ୍ରାହକ ମାନେ ଆଗ ଅପେକ୍ଷା କମ୍ ଲାଭ ପାଇବେ।
ବିଏସ୍ଏନ୍ଏଲ୍ ର ପୂର୍ବ ରିଚାର୍ଜ ପ୍ଲାନ୍ ଅନୁଯାୟୀ, ୪୯୯ ଟଙ୍କା ରିଚାର୍ଜ କରୁଥିବା ଗ୍ରାହକ ମାନେ ଦୈନିକ ୧ ଜିବି ର ଡାଟା ପାଉଥିଲେ କିନ୍ତୁ କମ୍ପାନୀ ତରଫରୁ ଘୋଷଣା କରାଯାଇଥିବା ନୂତନ ପ୍ଲାନ୍ ଅନୁଯାୟୀ ଦୈନିକ ଡାଟା ରେ ବୃଦ୍ଧି କରାଯାଇଛି।ବର୍ତ୍ତମାନ ଗ୍ରାହକ ମାନେ ୪୯୯ ଟଙ୍କା ରିଚାର୍ଜ କରିବା ଦ୍ୱାରା ଦୈନିକ ୨ ଜିବି ଡାଟା ପାଇପାରିବେ। କେବଳ ସେତିକି ନୁହେଁ ବରଂ ୪୯୯ ଟଙ୍କାର ପ୍ଲାନ୍ ର ବୈଧତାକୁ ମଧ୍ୟ କମ୍ପାନୀ ବୃଦ୍ଧି କରିଛି। ପୂର୍ବ ପ୍ଲାନ୍ ଅନୁଯାୟୀ ପ୍ଲାନର ବୈଧତା ୮୪ ଦିନ ରଖାଯାଉଥିବା ବେଳେ ବର୍ତ୍ତମାନ ତାହାକୁ ବଢାଇ ୯୦ ଦିନକୁ ବୃଦ୍ଧି କରିଛି କମ୍ପାନୀ। ଏତଦବ୍ୟତୀତ ପୁରୁଣା ୪୯୯ ଟଙ୍କାର ପ୍ଲାନ ଅନୁଯାୟୀ ଆଗରୁ ଗ୍ରାହକ ମାନେ ଯେଉଁ ସବୁ ସୁବିଧା ପାଉଥିଲେ ସେହି ସବୁ ସୁବିଧା ମଧ୍ୟ ଉପଲବ୍ଧ କରାଯାଇଛି।
ଯେପରିକି ଅସୀମିତ କଲ୍ ସହିତ ଦୈନିକ ୧୦୦ ଟି ଏସଏମଏସ୍ ର ସୁବିଧା। ତେବେ ଅନ୍ୟ ପଟେ ୧୯୮ ଟଙ୍କା ରିଚାର୍ଜ୍ କରୁଥିବା ଗ୍ରାହକ ମାନେ ସାମାନ୍ୟ କ୍ଷତି ସହିପାରନ୍ତି। କାରଣ ବିଏସ୍ଏନ୍ଏଲ୍ ଏହାର ୧୯୮ ଟଙ୍କାର ପ୍ଲାନ୍ ରେ ଥିବା ସୁବିଧାକୁ ସାମାନ୍ୟ କମ୍ କରିଦେଇଚି। ବିଏସ୍ଏନ୍ଏଲ୍ ର ପୁରୁଣା ୧୯୮ ଟଙ୍କାର ପ୍ଲାନ୍ ରେ ଗ୍ରାହକ ମାନେ ଦୈନିକ ୨ ଜିବିର ଡାଟା ପ୍ୟାକ୍ ପାଇବା ସହ ୫୪ ଦିନର ବୈଧତାର ସୁବିଧା ମଧ୍ୟ ପାଉଥିଲେ।
କିନ୍ତୁ କମ୍ପାନୀର ନୂଆ ପ୍ଲାନ୍ ଅନୁଯାୟୀ ଦୈନିକ ୨ ଜିବିର ଡାଟାକୁ ବଳବତ୍ତର ରଖାଯାଇଥିବା ବେଳେ ଏହି ପ୍ଲାନର ବୈଧତା କୁ କମ୍ପାନୀ କମେଇ ୫୦ ଦିନ କରିଦେଇଛି। ଏହା ସହିତ ଗ୍ରାହକ ମାନେ ପାଉଥିବା କଲର ଟ୍ୟୁନ୍ ସୁବିଧାକୁ ବି କମ୍ପାନୀ ତରଫରୁ ହଟାଇ ଦିଆଯାଇଛି । ତେବେ ପୂର୍ବଭଳି ଏହି ପ୍ଲାନରେ ଅସିମୀତ କଲ ଓ ଦୈନିକ ୧୦୦ ମେସେଜର ସୁବିଧା ବଳବତ୍ତର ରହିଛି ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ