Breaking News

ଝିଅ ପାଇଁ ଚନ୍ଦ୍ରରେ ଜାଗା କିଣିଲେ ବାପା

ଆଜ୍ଞା ହଁ, ଏପରି ଏକ ବିରଳ ଦ୍ରୁଶ୍ଯ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ାରେ ଜଣେ ଯୁବକ ତାଙ୍କ କୁନି ଝିଅ ପାଇଁ ଚନ୍ଦ୍ରରେ ଜାଗା କିଣିଛନ୍ତି | ପିଲାବେଳେ ମାଆ ଆମକୁ ଅଝଟ ହେବା ସମୟରେ ଜହ୍ନ ମାମୁଁ ଆଖ୍ୟା କରି ଅନେକ ଲୋରୀ ଗାଇକି ବୁଝାଇଦିଅନ୍ତି |

ଏବଂ ଆମ ମୁଣ୍ଡରେ କଳା ଟିପା ଲଗାଇଦେଇଥାନ୍ତି | ଛୋଟ ବେଳୁ ଜହ୍ନ କୁ ନେଇ ସମସ୍ତଙ୍କ ମନରେ ଟିକେ ଅଲଗା ଅନୁଭୂତି ଥାଏ ସମସ୍ତଙ୍କ ମନରେ | ଜହ୍ନରାଇଜକୁ ଉଡିଯିବାକୁ ଏବଂ ସେଠାରେ ଘର ଟେ କରିବାକୁ | ଆଉ ସେହିପରି ଏକ ସ୍ଵପ୍ନ କୁ ସତ କରିଛନ୍ତି କେନ୍ଦ୍ରା ପଡାର ଜଣେ ବାପା | ନିଜ ନବଜାତ ଝିଅ କୁ ଦେଇଛନ୍ତି ଜନ୍ହ ଉପହାର |
ତେବେ କେନ୍ଦ୍ରପଡା ପଟ୍ଟାମୁଣ୍ଡେଇ କୁପୁଣି ଗାଁ ର ଅଭୟ କୁମାର ସେନାପତି ବେଙ୍ଗାଲୁର ରେ ଏକ କମ୍ପାନିରେ କାମ କରନ୍ତି | ଗତ ଜାନୁ  ୟାରୀରେ ତାଙ୍କ ଘରକୁ ଲକ୍ଷ୍ମୀ ଆସିଛନ୍ତି |

ଅର୍ଥାତ ଜାନୁୟାରୀ ୧୫ରେ ଅଭୟ ଙ୍କର ଏକ ଝିଅ ଜନ୍ମ ହୋଇଥିଲା | ଆଉ ସେହି ଖୁସିରେ ଉପହାର ସ୍ୱରୂପ ତାକୁ ଜନ୍ହରେ ଜାଗା କିଣି ଦେବାପାଇଁ ମନସ୍ଥ କରିଥିଲେ | ଏଥିପାଇଁ ତାଙ୍କ କମ୍ପାନିର ଜଣେ ସହଯୋଗୀ ତାଙ୍କୁ ଜମି କିଣିବା ପାଇଁ ସାହାର୍ଯ୍ୟ କରିଥିଲେ ଏବଂ ଏଥିପାଇଁ ନିଉୟର୍କ ସ୍ଥିତ ଲୁନାର ସୋସାଇଟି ଇନ୍ଟରନ୍ଯାଶନାଲ ତାଙ୍କୁ ଜମି ଯୋଗାଇଦେଇଛି | ମାର୍ଚ ୬ ତାରିଖରେ ତାଙ୍କୁ ଚନ୍ଦ୍ର ପୃଷ୍ଠରେ କିଣିଥିବା ଜମିର ସମସ୍ତ କାଗଜ ପତ୍ର ମିଳିଯାଇଛି | ମାତ୍ର ୧୦୦୦୦ ଟଙ୍କା ରେ ସେ ଜହ୍ନ ରାଇଜରେ ଜାଗା କିଣି ପାରିଛନ୍ତି ଏବଂ ତାଙ୍କ ପିଲା ଦିନର ସ୍ଵପ୍ନ କୁ ସାକାର କରିପାରିଛନ୍ତି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଜିଓର ଧମାକାଦାର ଦଶହରା ଅଫର, ବହୁତ କମ ପଇସା ରେ ଏବେ ମିଳିବ ଅଧିକ ଡାଟା, ଜାଣନ୍ତୁ କେମିତି ପାଇବେ

ଦର୍ଶକ ବନ୍ଧୁ ଯେଉଁମାନେ ଜିଓ , ଜିଓ ଫୋନ ନେକ୍ସ୍ଟ ର ଆରମ୍ଭ ପୂର୍ବ ରୁ ଜିଓ ଫୋନ ବ୍ୟବହାର …

Leave a Reply

Your email address will not be published. Required fields are marked *