Breaking News

ପିଲାଟି ୪ ବର୍ଷ ଧରି ମ୍ୟାଗି ଖାଉଥିଲା , ଦିନେ ହେଲା ଏମିତି କିଛି ! ଜାଣିଲେ ହୋସ ଉଡିଯିବ ….

ଆଜିକାଲିର ଛୋଟ ପିଲା ମାନଙ୍କର ଏକ ପ୍ରିୟ ଖାଦ୍ୟ ପାଲଟିଛି ନୁଡଲସ୍। କେବଳ ଛୋଟ ପିଲା ନୁହନ୍ତି ଯୁବକ ଯୁବତୀ ମାନେ ମଧ୍ୟ ଏହାକୁ ଖାଇବାକୁ ଭଲ ପାଇଥାନ୍ତି। ଏହା ସ୍ଵାଦରେ ଯେଭଳି ଭରପୁର ସେହିଭଳି ଖୁବ୍ କମ୍ ସମୟ ଓ ସହଜ ଉପାୟରେ ପ୍ରସ୍ତୁତ ହୋଇଯାଇଥାଏ। ସେଥିପାଇଁ ବିଶେଷ କରି ହଷ୍ଟେଲରେ ରହୁଥିବା ପିଲାମାନେ ଏହାକୁ ଖାଇବାକୁ ଭଲ ପାଇଥାନ୍ତି। କାରଣ ଏହାକୁ ପ୍ରସ୍ତୁତ କରିବା ଖୁବ୍ ସହଜ। କେବଳ ଗୋଟେ କପ୍ ଗରମ ପାଣି ଆଣି ନୁଡଲସ୍ ଥିବା କପ୍ ଭିତରେ ଢାଳିଦେଲେ ପ୍ରସ୍ତୁତ ହୋଇଯିବ ଇନଷ୍ଟାଣ୍ଟ ନୁଡଲସ।

ଏହାର କପ୍ ଆଜିକାଲି ସହଜରେ ସବୁ ମାର୍କେଟ ରେ ମିଳିଯାଉଛି। ଦିନେ ଅଧେ ପାଇଁ ତ ଠିକ୍ ଅଛି ହେଲେ ଯଦି ଏହାକୁ ପ୍ରତିଦିନ ଖାଉଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଏହା ଏଭଳି କିଛି ଦୁଃସାଧ୍ୟ ରୋଗକୁ ଆମନ୍ତ୍ରଣ ଦେଇଥାଏ ଯାହା ଆପଣ କେବେ କଳ୍ପନା ମଧ୍ୟ କରିନଥିବେ। ସେଭଳି କିଛି ଘଟିଥିଲା ତାଇୱାନର ୧୮ ବର୍ଷୀୟ ଜଣେ ଛାତ୍ର ସହିତ । ତାଇୱାନ କୁଆଲା ଲୁମ୍ପୁର ନିକଟର ଜଣେ ମେଧାବୀ ଛାତ୍ର ସ୍କୁଲର ସମସ୍ତ ଛାତ୍ର ଛାତ୍ରି ମାନଙ୍କ ପାଇଁ ଏକ ପ୍ରେରଣା ଥିଲେ। ହାଇ ସ୍କୁଲ ରେ ଥିବା ସମୟରେ ସେ ନିଜର ଏକ ସୁନ୍ଦର ଭବିଷ୍ୟତର ସ୍ବପ୍ନ ଦେଖିଥିଲେ। ପରୀକ୍ଷାରେ ଭଲ ରେଜଲ୍ଟ କରିବା ପାଇଁ ସେ ରାତି ରାତି ଅନିଦ୍ରା ହୋଇ ରହି ପାଠ ପଢ଼ୁଥିଲେ।

ହେଲେ ଏହି ସମୟରେ ସେ ଦୁର୍ଭାଗ୍ୟବଶତଃ ପ୍ରତିଦିନ ପଢିବା ସମୟରେ ଇନଷ୍ଟାଣ୍ଟ ନୁଡଲସ ଖାଇବାକୁ ଏକ ଅଭ୍ୟାସରେ ପରିଣତ କରିସାରିଥିଲେ। ଧୀରେ ଧୀରେ ସମୟ ବିତି ଚାଲିଲା ।ଛାତ୍ର ଜଣକ ହାଇ ସ୍କୁଲ ରୁ ଭଲ ରେଜଲ୍ଟ ରେ ପାସ କରି ନିଜ ଇଚ୍ଛା ମୁତାବକ ଏକ ବଡ଼ ୟୁନିଭରସିଟି ରେ ନିଜର ନାମ ଲେଖାଇଥିଲେ। ହେଲେ ଏ ସମୟରେ ମଧ୍ୟ ସେ ନିଜର ଇନଷ୍ଟାଣ୍ଟ ନୁଡଲସ ଖାଇବାର ଅଭ୍ୟାସକୁ ଛାଡ଼ି ପାରିନଥିଲେ। ସମୟ ଏମିତି ଆସିଲା ସେ ଇନଷ୍ଟାଣ୍ଟ ନୁଡଲସକୁ ଛାଡ଼ିଦେଲେ ଆଉ କୌଣସି ଖାଦ୍ୟ ଖାଇଲେ ନାହିଁ। ହେଲେ ୟୁନିଭରସିଟି ରେ ପଢିବା ସମୟରେ ହଠାତ୍ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଲା।

ତାଙ୍କର ବାନ୍ତି ସହିତ ପେଟ ବ୍ୟଥା ଭଳି ସମସ୍ୟା ଦେଖାଗଲା। ଶେଷରେ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍ ରେ ଭର୍ତ୍ତି କରାଇଲେ। ହେଲେ ସେଠାରେ ପରୀକ୍ଷା ପରେ ଜଣାପଡ଼ିଥିଲା ଛାତ୍ର ଜଣକୁ ପେଟ କ୍ୟାନସର। ଡାକ୍ତରଙ୍କ କହିବାନୁଯାୟୀ, ୪ ବର୍ଷ ଧରି ଲଗାତାର ଇନଷ୍ଟାଣ୍ଟ ନୁଡଲସ ଖାଇବା ଦ୍ବାରା ତାଙ୍କର ପେଟ କ୍ୟାନସର ଦେଖାଦେଇଥିଲା। ତେବେବହୁ ଚେଷ୍ଟା ପରେ ମଧ୍ୟ ଡାକ୍ତର ମାନେ ତାଙ୍କୁ ବଞ୍ଚେଇବାରେ ଅସମର୍ଥ ହେଲେ। ଶେଷରେ ଦୀର୍ଘ ଏକ ବର୍ଷ ପର୍ଯ୍ୟନ୍ତ କ୍ୟାନସର ସହ ଲଢେଇ କରିବା ପରେ ସେ ଆଖି ବୁଜିଥିଲେ। ତେଣୁକରି ଯଥା ସମ୍ଭବ ଏହି ସବୁ ଖାଦ୍ୟ ଠାରୁ ଦୂରରେ ରହିବା ଉଚିତ୍ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପବିତ୍ର ମାସ କାର୍ତ୍ତିକ ମାସରେ ପଞ୍ଚୁକରେ ଘଟିଲା ଅଲୌକି ଘଟଣା, ଠାକୁର ଘରୁ ବାହାରିଲା ତମ୍ବା ନାଗ – ଦେଖନ୍ତୁ ଭିଡିଓ

ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ମାସ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ମାସ କାର୍ତ୍ତିକ ମାସକୁ କୁହାଯାଏ । କାରଣ …

Leave a Reply

Your email address will not be published. Required fields are marked *