Breaking News

ଭାଲୁ ଠାରୁ ନିଜ ପୋଷା କୁକୁରକୁ ରକ୍ଷା କରି ଭାଇରାଲ ହେଲେ ଯୁବତୀ , ଭିଡିଓ ଦେଖିକି ଆଶ୍ଚର୍ଯା ହେବେ

ଅନେକ ସମୟରେ ଦେଶ ଦୁନିଆରୁ ଭିନ୍ନ ଭିନ୍ନ ନୂଆ ଘଟଣା ମାନ ସାମ୍ନାକୁ ଆସିଥାଏ । ସେଗୁଡିକ ମଧ୍ୟରୁ କେତେକ ଭିଡିଓ ଏବଂ ଫଟୋ ଅତି ଆଶ୍ଚର୍ଯ୍ୟଜନକ ଲାଗୁଥିବା ବେଳେ ଆଉ କିଛି ଭିଡିଓ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଥାଏ। ଠିକ୍ ସେହିଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଯେଉଁଠି ଜଣେ ଯୁବତୀ ଏକ ଜଙ୍ଗଲୀ ଭାଲୁ ମୁହଁରୁ ନିଜ ପୋଷା କୁକୁରର ରକ୍ଷା କରୁଥିବା ନଜର ଆସୁଛି। ନିଜ ପୋଷା କୁକୁରଟିର ଜୀବନ ବଞ୍ଚାଇବା ପାଇଁ ଯୁବତୀ ଜଣକ ନିଜ ଜୀବନକୁ ବାଜି ଲଗାଇ ଭାଲୁ ସହ ଲଢ଼ିବାକୁ ବହାରିପଡ଼ିଥିଲେ। ଏହି ଭିଡ଼ିଓ ଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।ଘଟଣାଟି ଘଟିଛି ଦକ୍ଷିଣ କାଲିଫର୍ଣ୍ଣିଆର ଠାରେ ।


ତେବେ ସୂଚନା ଅନୁଯାୟୀ, ହୈଲେ ମୋରିସିନୋ ନାମକ ଜଣେ ୧୭ ବର୍ଷୀୟ ଯୁବତୀ ନିଜ ପରିବାର ସହିତ ଦକ୍ଷିଣ କାଲିଫର୍ଣ୍ଣିଆର ଠାରେ ବାସ କରନ୍ତି। ତେବେ ହଠାତ୍ ଦିନେ ଏକ ହୈଲେ ସପରିବାର ସହ ଘର ଭିତରେ ଥିବା ସମୟରେ ବାହାର ବଗିଚାରେ ଥିବା ତାଙ୍କର ପୋଷା କୁକୁର ଜୋର୍ ରେ ଭୁକିବାକୁ ଲାଗିଲା। ଏହାଶୁଣି ବାହାରେ କଣ ଘଟୁଛି ତାହା ଜାଣିବା ପାଇଁ ସମସ୍ତେ ଘର ବାହାରକୁ ଆସିଥିଲେ। ହେଲେ ଦେଖିବାକୁ ପାଇଥିଲେ ପାଚେରୀ ଉପରେ ଥିବା ଏକ ଜଙ୍ଗଲୀ ଭାଲୁ।
ଘଟଣାଟି ଥିଲା କିଛି ଏପରି, ପରିବାର କବାଟ ଖୋଲି ଦେଖନ୍ତି ତ ଘର ସାମ୍ନାରେ ଥିବା ପାଚେରୀ ଉପରେ ଅଚାନକ ଏକ ଜଙ୍ଗଲୀ ଭାଲୁ ଆସିଥିଲା ।

 

ଭାଲୁଟିକୁ ଦେଖି କୁକୁର ମାନେ ଜୋର୍ ଜୋର୍ କରି ଭୁକିବା ଆରମ୍ଭ କରିବାରୁ ଭାଲୁଟି ସେଠାରେ ଥିବା ଯୁବତୀ ଜଣଙ୍କର ପୋଷା କୁକୁରକୁ ମଧ୍ୟ ଆ- କ୍ର -ମଣ କରିବାରେ ଲାଗିଲା। ହେଲେ ସଠିକ୍ ସମୟରେ ଯୁବତୀ ଜଣଙ୍କ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ। କିଛି ନଭାବି ନିଜ ପୋଷା କୁକୁରର ଜୀବନ ବଞ୍ଚା -ଇବାକୁ ସେ ଦୌଡିଯାଇ ସାହାସିକତାର ସହ ଭାଲୁକୁ ପାଚେରୀ ଆରପଟକୁ ଠେ- ଲି ଦେଇଥିଲେ। ଆଉ ପୋଷା କୁକୁରକୁ ଧରି ନିଜ ଘର ଭିତରକୁ ଧାଇଁ ଆସିଥିଲେ। ଯୁବତୀ ଜଣଙ୍କର ଏଭଳି ସାହସିକତା କାର୍ଯ୍ୟ ଫଳରେ ନିରୀହ ପ୍ରାଣୀଟିର ଜୀବନ ବଞ୍ଚିଯାଇଛି।


ତେବେ ଏହି ଘଟଣା ବେଳର ଭିଡ଼ିଓଟି ତାଙ୍କ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି। ଭିଡିଓଟି ବହୁ ମାତ୍ରାରେ ଭାଇରାଲ ହେବା ପରେ ଯୁବତୀ ଜଣଙ୍କୁ ଅନେକ ଲୋକ ତାଙ୍କର ଏଭଳି ସାହସିକତାର କାର୍ଯ୍ଯ ପାଇଁ ପ୍ରଶଂସା କରୁଛନ୍ତି। ତେବେ ଯୁବତୀ ଜଣଙ୍କ ଜାଣିନଥିଲେ ଯେ, ସେ ଯାହାକୁ ଠେ ଲି ବାକୁ ଯାଉଛନ୍ତି ସେ ଏକ ଜଙ୍ଗଲୀ ଭାଲୁ । କୁକରଙ୍କୁ ବଞ୍ଚାଇବାକୁ ଯାଇ ସେ ଏପରି କରିଥିବା କହିଛନ୍ତି । ଏଭଳି କରିବା ସମୟରେ ତାଙ୍କୁ ଅଳ୍ପ ଆ -ଘା -ତ ମଧ୍ୟ ଲାଗିଛି । ତେବେ ବାସ୍ତବରେ ଯୁବତୀଙ୍କ ଏଭଳି କାର୍ଯ୍ୟ ନିହାତି ପ୍ରଶଂସନୀୟ ଅଟେ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ରାଜ୍ୟ ସରକାର ଙ୍କ ନିଷ୍ପତି , ଏଣିକି ଶବ୍ଦ ପ୍ରଦୂଷଣ କଲେ ଦେବେ 1 ଲକ୍ଷ ଟଙ୍କାର ଜୋରିମାନା

ଆଜିକାଲି ବଡ଼ ବଡ଼ ସହର ମାନଙ୍କରେ ସବୁଠାରୁ ବଡ଼ ସମସ୍ୟା ସାଜିଛି ଶବ୍ଦ ପ୍ରଦୂଷଣ। କେମିତି ବି ନହେବ ଯେଉଁ …

Leave a Reply

Your email address will not be published. Required fields are marked *