ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଜାଣିଥିବେ କ୍ଷୀର ଆମ ଶରୀର ପାଇଁ କେତେ ଉପଯୋଗୀ ଅଟେ।କିନ୍ତୁ ଏହା ବହୁତ୍ କମ୍ ଲୋକ ଜାଣିଛନ୍ତି ଯେ କ୍ଷୀର ସହିତ ହଳଦୀ ମିଶେଇ ପିଇବା ଦ୍ଵାରା ଏହା ଆମ ଶରୀର କୁ ଅନେକ ପ୍ରକାର ରୋଗ ରୁ ରକ୍ଷା କରିଥାଏ ।ତେବେ ଆସନ୍ତୁ ଜାଣିବା କ୍ଷୀର ରେ ହଳଦୀ ମିଶେଇ ପିଇବା ଦ୍ଵାରା ଶରୀର ରେ କେଉଁ ସବୁ ରୋଗ ଦୂର ହୋଇଥାଏ। ହଳଦୀ କ୍ଷୀର ରେ ଆଣ୍ଟୀ ଇନ୍ଫ୍ଲାମେଟୋରି ଓ ଆଣ୍ଟୀ ମାଇକ୍ରୋବିୟଲ ର ଗୁଣ ରହିଥିବାରୁ ଏହା ଆପଣଙ୍କ ଚେହେରା କୁ ଉଜ୍ଜ୍ୱଳ ଓ କୋମଳ ରଖିବାରେ ସାହାଯ୍ୟ କରିଥାଏ।ଏହା ସହିତ ବ୍ରଣ ଓ ଚେହେରାକୁ ଜାକି ହେବାକୁ ଦେଇନଥାଏ।
ପ୍ରତିଦିନ ହଳଦୀ କ୍ଷୀର ପିଇବା ଦ୍ଵାରା ଗୋଟେ ମଣିଷ ମାନସିକ ସ୍ତର ରେ ମଧ୍ୟ ସୁସ୍ଥ ରହିଥାଏ।ଏହି କ୍ଷୀର ପିଇବା ଦ୍ଵାରା ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ।ଯେଉଁ ପିଲା ମାନଙ୍କ ର ପାଠ ମନେ ରହୁନାହିଁ, ସେମାନେ ସବୁଦିନ ହଳଦୀ କ୍ଷୀର ପିଇବା ଉଚିତ୍। ଗର୍ଭବତୀ ମହିଳା ମାନଙ୍କ ପାଇଁ ମଧ୍ୟ ହଳଦୀ କ୍ଷୀର ବେଶ୍ ଲାଭଦାୟୀ ହୋଇଥାଏ।ଏହା ଶିଶୁ କୁ ସୁସ୍ଥ ଓ ସବଳ କରିଥାଏ।ଏହା ଆମ ଲିଭର୍ କୁ ସୁସ୍ଥ ରଖିବା ସହିତ ରକ୍ତ କୁ ସଫା ମଧ୍ୟ କରିଥାଏ।ଯଦି ଆପଣଙ୍କୁ ଥଣ୍ଡା କିମ୍ବା କାଶ ଲାଗି ରହିଥାଏ ତେବେ ନିୟମିତ ହଳଦୀ କ୍ଷୀର ପାଇବା ଦ୍ଵାରା ଏଥିରୁ ଉପଶମ ମିଳିଥାଏ।ଏହା ସହିତ ହଳଦୀ କ୍ଷୀର ଫୁସଫୁସ ଜାତୀୟ ଇନଫେକ୍ସନ କୁ ମଧ୍ୟ ଭଲ କରିଥାଏ।
ହଳଦୀ କ୍ଷୀର ରେ ଆଣ୍ଟୀ ଇନ୍ଫ୍ଲାମେଟୋରି ଓ ଆଣ୍ଟୀ ମାଇକ୍ରୋବିୟଲ ର ଗୁଣ ପ୍ରଚୁର ମାତ୍ରା ରେ ରହିଥିବାରୁ ଏହା ଶରୀର ର କ୍ଷତ ଜାଗା କୁ ଜଲଦି ଠିକ୍ କରିବାରେ ସାହାଯ୍ୟ କରିଥାଏ।ଶରୀର ର ରୋଗ ପ୍ରତିରୋଧକ ଶକ୍ତି କୁ ବୃଦ୍ଧି କରିବା ପାଇଁ ନିୟମିତ ଏହାର ସେବନ କରିବା ନିହାତି ଜରୁରୀ। ହଳଦୀ କ୍ଷୀର ରେ କର୍କ୍ୟୁମିନ ରହିଥିବାରୁ ଏହା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ।ଏହା ସହିତ ଏଥିରେ କ୍ୟାଲସିୟମ ର ମାତ୍ରା ଅଧିକ ଥିବାରୁ ଏହା ଆମ ହାଡ଼ କୁ ମଜବୁତ୍ କରିଥାଏ । ନିୟମିତ ରାତିରେ ଏହି ହଳଦୀ କ୍ଷୀର କୁ ପିଇବା ଦ୍ଵାରା ଏହା ଅନିଦ୍ରା କୁ ଦୂର କରିବା ସହିତ ଶରୀରର କ୍ଳାନ୍ତି କୁ ମଧ୍ୟ ଦୂର କରିଥାଏ।ଏହା ସହିତ ହଳଦୀ କ୍ଷୀର ଏକ ଆଣ୍ଟୀ ମାଇକ୍ରୋବିୟଲ ଅଟେ।ଯାହାକି ଶରୀରରେ ବିଭିନ୍ନ ପ୍ରକାର ଇନଫେକ୍ସନ୍ କୁ ଦୂର କରିଥାଏ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ