ଦର୍ଶକବନ୍ଧୁ ଆପଣ ମାନେ ସମସ୍ତେ ବେଲ ପତ୍ରର ଉପକାରିତା ସମ୍ପର୍କରେ ଜାଣିଥିବେ।ହେଲେ ଆଜି ଆମେ ଆପଣଙ୍କୁ ଜଣେଇବୁ ବେଲ ଗଛ ଗୃହର କେଉଁଠି ଓ କିପରି ରହିଲେ ବାସ୍ତୁଦୋଷ ଦୂର ହେବା ସହିତ ଗୃହରେ ଧନର ବର୍ଷା ହୋଇଥାଏ। ବେଲ ଗଛ ଏକ ଏଭଳି ଗଛ ଯାହା ସଂସାର ରେ ସବୁଠୁ ଦୁର୍ଲ୍ଲଭ ଅଟେ।ତାହାର ଦିବ୍ୟତା, ଦୂର୍ଲଭତା ଓ ଔଷଧୀୟ ଗୁଣ ପାଇଁ ଏହା ଦେବା ଦେବୀ ଙ୍କ ଠୁ ଆରମ୍ଭ କରି ସବୁ ମଣିଷ ମାନଙ୍କର ପ୍ରିୟ। ପୌରାଣିକ କଥା ଅନୁଯାୟୀ ବେଲ ଗଛର ସୃଷ୍ଟି ମାତା ଲକ୍ଷ୍ମୀଙ୍କ ଅଂଶରୁ ହୋଇଛି।ବେଲ ଗଛରେ ସ୍ଵଂୟ ପ୍ରଭୁ ଶିବ ଓ ଶକ୍ତି ଙ୍କ ବାସ ହୋଇଥାଏ।ବେଲ ପତ୍ରର ତ୍ରିଶାଖାରେ ତ୍ରିଦେବ ବାସ କରିଥାନ୍ତି।
ତେଣୁ ବେଲ ଗଛ ମୂଳରେ ପ୍ରତିଦିନ ଗାଧୋଇ ସାରି ପାଣି ଦେବା ଦ୍ଵାରା କୋଟି ପୁଣ୍ୟ ମିଳିଥାଏ।ଏହା ସହିତ ଚାକିରି ଓ ବ୍ୟବସାୟରେ ସଫଳତା ଲାଭ କରିବା ସହିତ ଧନପ୍ରାପ୍ତି ହୋଇଥାଏ। ବେଲ ପତ୍ର ପ୍ରଭୁ ଶିଵଙ୍କ ସହିତ ସବୁ ଦେବୀ ମାନଙ୍କ ପ୍ରିୟ ହୋଇଥାଏ ।ଯାହାକି ଶୁଖିଯାଏ ହେଲେ କେବେ ବାସୀ ହୁଏନାହିଁ।ବେଲ ପତ୍ର ସହିତ ଚନ୍ଦନର ଲେପ ଲଗାଇ ଶିବ ତଥା ଦେବୀଙ୍କୁ ଅର୍ପଣ କରିବା ଦ୍ୱାରା ମନୁଷ୍ୟର ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ । ବେଲ ଗଛର କାଠି କୁ ଚନ୍ଦନ ପରି ଘୋରି ଶିବ ତଥା ଦେବୀ ଙ୍କୁ ଟୀକା ଲଗେଇଲେ କୋଟି ପୂଣ୍ୟ ପ୍ରାପ୍ତି ହୋଇଥାଏ ଏବଂ ଏହାକୁ ଚନ୍ଦନ ପରି ମଥାରେ ଲଗେଇଲେ ମନୁଷ୍ୟ ର ଦିବ୍ୟ ଚେତନା ଜାଗ୍ରତ ହୋଇଥାଏ।
ସୋମବାର ବା ଯେକୌଣସି ଚତୁର୍ଦ୍ଦଶୀ ଦିନ ବେଲ ଗଛ ମୂଳରେ ପଣା ,ଧୂପ,ଭୋଗ ଆଦି ଅର୍ପଣ କରି ସେହି ଚେରକୁ ଆଣି ନାଲି ସୂତାରେ ଗୁନ୍ଥିି ଶରୀରରେ ଧାରଣ କଲେ ବାହାରର ନକାରାତ୍ମକ ଶକ୍ତିକୁ ଏହା ଦୂରରେ ରଖିଥାଏ ।ଏହା ସହିତ ଯୋଉ ବ୍ୟକ୍ତିର ବାହାଘର ହୋଇ ପାରୁ ନଥାଏ କିମ୍ବା ସନ୍ତାନ ହେଉନଥାଏ ସେ ବ୍ୟକ୍ତି ବେଲ ଗଛର ଚେର କୁ ଧାରଣ କରିବା ଦ୍ୱାରା ଏହାର ସମାଧାନ ହୋଇଥାଏ। ଯଦି ବେଲଗଛର ଛାଇ ଘର ଉପରେ ପଡ଼ିଥାଏ ତେବେ ଘରର ସମସ୍ତ ବାସ୍ତୁଦୋଷ ଦୂର ହେବା ସହିତ ଘରର ନକାରାତ୍ମକତା ମଧ୍ୟ ଦୂର ହୋଇଥାଏ।
ବେଲଗଛ ଘରର ଉତ୍ତର କିମ୍ବା ଉତ୍ତର ପୂର୍ବ କୋଣରେ ରହିଲେ ଘରେ ଧନ ର ଅଭାବ ରୁହେନାହି।ଘର ର ପୂର୍ବ ଦିଗରେ ବେଲ ଗଛ ରହିଲେ ଗୃହରେ ସୁଖଶାନ୍ତି ଲାଗିରହିଥାଏ। ଘରର ପଶ୍ଚିମ ଦିଗରେ ବେଲ ଗଛ ରହିଲେ ସୁସନ୍ତାନ ପ୍ରାପ୍ତି ହୋଇଥାଏ ଏବଂ ଘରର ଦକ୍ଷିଣ ଦିଗରେ ବେଲ ଗଛ ରହିଲେ ଦୁର୍ଘଟଣା ଜନିତ ସମସ୍ୟା ଦୂର ହୋଇଥାଏ। ଦର୍ଶକ ବନ୍ଧୁ ଯଦି ଆପଣଙ୍କ ଘରେ ବେଲ ଗଛ ନଥାଏ ତେବେ ଯେକୌଣସି ବାରରେ ଓ ଯେକୌଣସି ତିଥି ରେ ବେଲ ଗଛ ଆଣି ଲଗାଇ ପାରିବେ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ