ଯଦି ଆପଣଙ୍କ ମନରେ ନକାରାତ୍ମକ ଭବନା ଜାଗ୍ରତ ହେଉଥାଏ କି ସବୁବେଳେ ମାନସିକ ଅଶାନ୍ତି ଲାଗି ରହୁଥାଏ।କୌଣସି କାମ ରେ ମନ ଲାଗୁନଥାଏ ।ତେବେ ମଙ୍ଗଳବାର ରେ ହନୁମାନ ଙ୍କୁ ପୂଜା କରନ୍ତୁ ।ଆପଣଙ୍କର ସବୁ ସମସ୍ୟା ର ସମାଧାନ ମିଳିଯିବ।ସେ ବି ପୁଣି ମଙ୍ଗଳବାର ରେ ପଞ୍ଚମୁଖୀ ହନୁମାନ ଙ୍କୁ ପୂଜା କଲେ ସବୁ ସମସ୍ୟା ଦୂର ହୋଇଥାଏ ବୋଲି ବିଶ୍ୱାସ ଅଛି।ଜୀବନରେ କଷ୍ଟ ଓ ବାଧା ଦୂର କରିବା ପାଇଁ ପଞ୍ଚମୁଖୀ ହନୁମାନ ଙ୍କୁ ପୂଜା କଲେ ଶୁଭ ଫଳ ମିଳିଥାଏ।
ପୌରାଣିକ କଥା ଅନୁସାରେ ରାବଣକୁ ଯେତେବେଳେ ନିଜ ପରାଜୟ ଜଣା ପଡ଼ିଯାଇଥିଲା ସେତେବେଳେ ସେ ନିଜ ମାୟାବି ଭାଇ ଅହିରାବଣ କୁ ଆଣିଥିଲା।ଅହିରାବଣ ନିଜ ତନ୍ତ୍ର ମନ୍ତ୍ର ସାଧନା ବଳରେ ପ୍ରଭୁ ଶ୍ରୀରାମ ଙ୍କ ସେନା କୁ ଗଭୀର ନିଦ୍ରା ରେ ଶୁଆଇ ଦେଇଥିଲା । ସେନା କୁ ଶୁଆଇଦେଇ ପ୍ରଭୁ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ଅପହରଣ କରିନେଇଥିଲା ଅହିରାବଣ।ଅପହରଣ ପରେ ସେ ତାଙ୍କୁ ପାତାଳ ଲୋକ ନେଇଯାଇଥିଲା।ହେଲେ କିଛି ସମୟ ପରେ ଅହିରାବଣ ର ତନ୍ତ୍ର ମନ୍ତ୍ର ର ପ୍ରଭାବ କମ ହେବାରେ ଲାଗିଥିଲା।
ସେତେବେଳେ ବିଭିଷଣ ଏହା ଜାଣିପାରି ହନୁମାନ ଙ୍କୁ ଏହି କଥା ଜଣାଇଥିଲେ।ବିଭିଷଣ ଶ୍ରୀରାମ ଓ ଲକ୍ଷ୍ମଣଙ୍କ ସହାୟତା କରିବାକୁ ହନୁମାନ ଙ୍କୁ ତୁରନ୍ତ ପାତାଳ ଲୋକ ଯିବା ପାଇଁ କହିଥିଲେ ।ପାତାଳ ଲୋକରେ ହନୁମାନ ଙ୍କ ସାମ୍ନା ଅହିରାବଣର ପୁତ୍ର ମକରଧ୍ବଜ ସହ ହୋଇଥିଲା।ହନୁମାନ ମକରଧ୍ବଜ କୁ ଯୁଦ୍ଧ ରେ ପରାସ୍ତ ମଧ୍ୟ କରିଥିଲେ।ଏହା ପରେ ସେ ବନ୍ଦୀ ଭାବରେ ଥିବା ପ୍ରଭୁ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ସାକ୍ଷାତ କରିଥିଲେ। ପୂରାଣ ରେ ବର୍ଣ୍ଣିତ ଅଛି କି ଅହିରାବଣ ମା ଭବାନୀ ଙ୍କ ର ଭକ୍ତ ଥିଲା।ପାତାଳ ଲୋକ ରେ ସେ ପାଞ୍ଚୋଟି ଦୀପ ଅଲଗା ଅଲଗା ଜାଗାରେ ଲଗାଇ ଦେଇଥିଲା।ତାକୁ ଅଭିଶାପ ମିଳିଥିଲା
ଯିଏ ଏହି ପାଞ୍ଚୋଟି ଦୀପ ଏକ ସାଙ୍ଗରେ ଲିଭେଇଦେବ ତା’ ହାତରେ ହିଁ ଅହିରାବଣ ର ବଦ୍ଧ ହେବା।ଏହି ପାଞ୍ଚୋଟି ଦୀପ କୁ ଏକା ସାଙ୍ଗରେ ଲିଭାଇବା ପାଇଁ ହନୁମାନ ପଞ୍ଚମୁଖୀ ରୂପ ଧାରଣ କରିଥିଲେ ଓ ପାଞ୍ଚୋଟି ଦୀପ କୁ ଏକା ସାଙ୍ଗରେ ଲିଭେଇ ଅହିରାବଣ ର ବଦ୍ଧ କରିଥିଲେ।ଏହା ପରେ ପ୍ରଭୁ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ସାଙ୍ଗରେ ନେଇ ସେ ଫେରିଥିଲେ। ସେବେଠାରୁ ହିଁ ହନୁମାନ ଙ୍କ ଏହି ପଞ୍ଚମୁଖୀ ଅବତାର କୁ ପୂଜା କରାଯାଉଛି। କୁହାଯାଏ ମଙ୍ଗଳବାର ଦିନ ପଞ୍ଚମୁଖୀ ହନୁମାନ ଙ୍କ ପୂଜା ର ବିଶେଷ ମହତ୍ତ୍ଵ ରହିଛି।ଯେଉଁ ମାନଙ୍କ ଜୀବନରେ ସର୍ବଦା କିଛି ନା କିଛି ଅସୁବିଧା ଲାଗି ରହିଥାଏ ସେମାନେ ପଞ୍ଚମୁଖୀ ହନୁମାନ ଙ୍କ ଦର୍ଶନ ଓ ପୂଜା କରିବା ଉଚିତ୍।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ