ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଜାଣିଛନ୍ତି ବର୍ଷକ ବାର ମାସ ଓ ଛଅ ଋତୁ। ହିନ୍ଦୁ ଧର୍ମ ଅନୁଯାୟୀ ବୈଶାଖ ମାସକୁ ବର୍ଷର ପ୍ରଥମ ମାସ ଭାବେ ଧରାଯାଏ। ତେବେ ଚଳିତ ବର୍ଷ ଏହି ମାସ ଏପ୍ରିଲ୍ ୨୮ ତାରିଖରୁ ଆରମ୍ଭ କରି ମେ’ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ।ପୌରାଣିକ ମତ ଅନୁଯାୟୀ ପରମପିତା ବ୍ରହ୍ମା ବୈଶାଖ ମାସକୁ ଶ୍ରେଷ୍ଠ ମାସ ଭାବରେ ବିବେଚନା କରିଛନ୍ତି।ସେହିପରି ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ପବିତ୍ର ମାସରେ ଦାନ ଧର୍ମ ଆଦି କାର୍ଯ୍ୟ କଲେ କୋଟି ପୁଣ୍ୟ ମିଳିଥାଏ।ପୁରାଣ ଅନୁଜାୟୀ ଏହି ଶ୍ରେଷ୍ଠ ମାସରେ କିଛି ବିଶେଷ କର୍ମ କଲେ ପୁଣ୍ୟଫଳ ମିଳିଥାଏ।ତେବେ ଆସନ୍ତୁ ଜାଣିବା ବୈଶାଖ ମାସରେ କିଭଳି କାର୍ଯ୍ୟ କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ।
ବୈଶାଖ ମାସରେ ପଥଚାରୀ ମାନଙ୍କୁ ଜଳ ଦାନ କରିବା ଉଚିତ୍। ଯେଉଁ ବ୍ୟକ୍ତି ଏହି ମାସରେ ଶୋଷିଲା ଲୋକଙ୍କୁ ପାଣି ପିଇବାକୁ ଦେଇଥାନ୍ତି ସେହି ବ୍ୟକ୍ତିଙ୍କୁ ଅନ୍ୟ ସମସ୍ତ ଦାନ ତୁଳନାରେ ପୁଣ୍ୟ ଫଳ ଓ ସମସ୍ତ ତୀର୍ଥ ସ୍ଥାନ ଦର୍ଶନ ସମାନ ପୁଣ୍ୟ ଲାଭ ହୋଇଥାଏ ।ଏହାଦ୍ଵାରା ମଧ୍ୟ ବ୍ୟକ୍ତି ଜଣଙ୍କ ତ୍ରିଦେବ କୃପା ଲାଭ କରୁଥିବାର ବିଶ୍ୱାସ ରହିଛି।ଯେଉଁ ଲୋକ ଥକି ପଡିଥିବା ସାଧୁ ସନ୍ଥ ମାନଙ୍କୁ ପିଇବାକୁ ଥଣ୍ଡା ଜଳ ଦେଇଥାନ୍ତି ,ତାଙ୍କୁ ଦଶ ହଜାର ରାଜସ୍ବ ଯଜ୍ଞ କଲାଭଳି ପୁଣ୍ୟ ପ୍ରାପ୍ତି ହୋଇଥାଏ।ଯେଉଁ ଲୋକମାନେ ବୈଶାଖ ମାସରେ ପଥଚାରୀ ଙ୍କ ପାଇଁ ଜଳ ଛତ୍ର ଖୋଲନ୍ତି ତାଙ୍କୁ ବୈକୁଣ୍ଠ ଲୋକ ପ୍ରାପ୍ତି ହେବାର ବିଶ୍ୱାସ ରହିଛି ।ସେମାନେ ଦେବତା, ପିତୃପୁରୁଷଙ୍କ ସମେତ ଋଷିମୁନିଙ୍କ କୃପା ଲାଭ କରିପାରନ୍ତି।
ଖରା ରେ ଥକି ପଡ଼ିଥିବା ବ୍ରାହ୍ମଣଙ୍କୁ ଯେଉଁ ବ୍ୟକ୍ତି ପଙ୍ଖା କରି ଶୀତଳତା ପ୍ରଦାନ କରନ୍ତି ସେପରି ବ୍ୟକ୍ତି ଭଗବାନ ଙ୍କ ପ୍ରିୟପାତ୍ର ହୋଇଥାଆନ୍ତି।ଯେଉଁ ବ୍ୟକ୍ତି ଏହି ମାସରେ ତାଳପତ୍ର ତିଆରି ପଙ୍ଖା ଅନ୍ୟକୁ ଦାନ ଦେଇଥାନ୍ତି, ତାଙ୍କର ସମସ୍ତ ପାପ କ୍ଷୟ ହେବା ସହିତ ମୃ- ତ୍ୟୁ ପରେ ସେଭଳି ବ୍ୟକ୍ତିଙ୍କୁ ସ୍ବର୍ଗ ପ୍ରାପ୍ତି ହୋଇଥାଏ। ଏହି ମାସରେ ଅର୍ଣ୍ଣଦାନ କରିବାର ମଧ୍ୟ ଏକ ବିଶେଷ ମହତ୍ତ୍ଵ ରହିଛି।କୁହାଯାଏ,।
ସଂସାର ରେ ଅର୍ଣ୍ଣଦାନଠୁ ମହାନ୍ ଆଉ କୌଣସି ଦାନ ନାହିଁ ।ଦିନ ଦ୍ୱିପହରରେ ପାଖକୁ ଆସିଥିବା କ୍ଷୁଦାର୍ଥ ବ୍ରାହ୍ମଣଙ୍କୁ ଖାଇବାକୁ ଦେବାଦ୍ୱାରା ଅତ୍ୟନ୍ତ ଲାଭ ମିଳିଥାଏ । ଶାସ୍ତ୍ର ଅନୁଯାୟୀ,ଏହି ମାସରେ ଅନ୍ୟକୁ ଜୋତା ବା କଠଉ ଦାନ କରିବା ଉଚିତ୍।ଏହା ସହିତ ଖଜୁରୀପତ୍ରରେ ତିଆରି ଆସନ ମଧ୍ୟ ଦାନ ଦେବା ଦ୍ଵାରା ଅଶେଷ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ। ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ