Breaking News

ଯାତ୍ରୀ ଥିବା ଅବସ୍ଥାରେ ଜଳିଗଲା ବିମାନ ଆଉ ତା ପରେ …

ଉଡୁଥିବା ଅବସ୍ଥାରେ ଜଳିଗଲା ବିମାନ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ପ୍ରାୟ ପାଖପାଖି ୨୪୦ଜଣ ଯାତ୍ରୀ ଏହି ବିମାନରେ ଯାତ୍ରା କରୁଥିଲେ | ଏହି ବିମାନର ଏପରି ଜଳିଯିବା ଘଟଣା ଏବେ ସୋଶିଆଲ ମେଡିଆରେ ଖୁବଜୋରରେ ଭାଇରାଲ ହେଉଛି ।


ଗତ ଶନିବାର ଦିନ ଏହି ବିମାନ ଟି ଆମେରିକାର ଡେନଭର ଆନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ କରିବାର କିଛି ସମୟ ପରେ ହନୋଲୁଲୁ ଅଭିମୁଖେ ଯାଉଥିବା ୟୁନାଇଟେଡ୍ ଏୟାରଲାଇନ୍ସର ବୋଇଂ ବିମାନ ଇଞ୍ଜିନ ହଠାତ ଅଚଳ ହୋଇ ପଡିଥିଲା । ଏହି ଫଳରେ ବିମାନଟି ଉଡୁଥିବା ସମୟରେ ଏହାର କିଛି ଅଂଶ ଭାଙ୍ଗି ତଳକୁ ଖସି ପଡିଥିଲା ଓ ବୃମଫିଲଡ୍ ଜନବସତି ଅଂଚଳରେ ପଡିଥିଲା।


ତେବେ ଏହି ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବିମାନଟି ସୁରକ୍ଷିତ ଭାବେ ଡେନଭର ବିମାନ ବନ୍ଦରକୁ ଫେରି ଆସିଥିଲା। ତେବେ ସବୁଠୁ ବଡ କଥା ଏହିକି ଯେ ଏହି ଘଟଣାରେ କେହି ଜଣେ ମୃତାହତ କିମ୍ବା କୌଣସି କ୍ଷୟକ୍ଷତି ହୋଇନାହିଁ ବୋଲି ସ୍ଥାନୀୟ ପୋଲିସ ସୂଚନା ଦେଇଛି।


ସେହି ୟୁନାଇଟେଡ୍ ଫ୍ଲାଇଟ୍ ୩୨୮ ପ୍ରାୟ ୧.୩୦ ମିନିଟ ସମୟରେ ବିମାନବନ୍ଦରକୁ ନିରାପଦରେ ଫେରିଥିଲା। ନେସନାଲ ଟ୍ରେନସପୋର୍ଟେସନ ସେଫଟି ବୋର୍ଡ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ତେବେ ବିମାନ ସୁରକ୍ଷା ଅଧିକାରୀଙ୍କ କହିବା ଅନୁସାରେ ଏହି ଏକ ବିରଳ ଘଟଣା । ବିମାନର ଡେଣାରେ ଥିବା ଇଂଜିନରେ ଯାନ୍ତ୍ରୀକ ତୃଟି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି|

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦେଖନ୍ତୁ Vairal ଭିଡିଓ – ମାତ୍ର ୫୦୦ ଟଙ୍କାରେ ହେଇଗଲା ବାହାଘର , ଦେଖିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ !

ଆଜିକାଲି ର ଲୋକେ ନିଜ ବହାଘର କୁ ଆକର୍ଷଣିୟ କରିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି ବରଯାତ୍ରୀ ଠାରୁ …

Leave a Reply

Your email address will not be published. Required fields are marked *