Breaking News

ଇତିହାସ ରଚିଲା ନାସା ମଙ୍ଗଳ ଗ୍ରହରେ ଉଡାଇଲା ହେଲିକପ୍ଟର . . .

ମଙ୍ଗଳ ଗ୍ରହରେ ଇତିହାସ ରଚିଲା ଆମେରିକୀୟ ସ୍ପେସ ବୈଜ୍ଞାନିକ ସଂସ୍ଥା ନାସା | ମଙ୍ଗଳ ରେ ରୋଭର ସହିତ ଲାନ୍ଡିଂ କରିଥିବା ଇନଜେନ୍ୟୁଟି ହେଲିକପ୍ଟର କୁ ଉଡାଇଲା | ଦୀର୍ଘ ଛଅ ବର୍ଷ ର କଠିନ ପରିଶ୍ରମ ପରେ ନାସା କୁ ଏହି ସଫଳତା ମିଳିଛି | ଏଠି ସହିତ ପୃଥିବୀ ବାହାରେ ଅନ୍ୟ କୌଣସି ଗ୍ରହ ରେ ହେଲିକପ୍ଟର ଉଡାଇ ଇତିହାସ ସୃଷ୍ଠୀ କରି ପାରିଛି ନାସା | ଆଗାମୀ ୩୦ ଦିନ ରେ ଚାରି ଥର ଉଡାଣ ପାଇଁ ଚେଷ୍ଟା କରିବ ଏହି ଇନଜେନ୍ୟୁଟି |

ପ୍ରାୟ ଏକ କିଲୋ ୮୦୦ ଗ୍ରାମ ଓଜନ ର ଏହି ଯାନ ଟି ସମ୍ପୂର୍ଣ ଭାବରେ ସ୍ଵୟଂ ଚାଳିତ ଉଡାଣ କରିଥିଲା | ତେବେ ଏହି ଜନାତି ତାର ଚାରୋଟି କାର୍ବନ ପ୍ଲେଟ ସହାୟତା ରେ ଉଡାଣ କରିଥିଲା | ଏହି ପ୍ଲେଟ ୨୪୦୦ ରାଉଣ୍ଡ ପ୍ରତି ପ୍ରତି ମିନିଟ ହାର ରେ ଘୂର୍ଣନ କରିବାର କ୍ଷମତା ରଖିଛି | ଏହି ଗତି ପ୍ରାୟ ପୃଥିବୀରେ ଘୁରୁ ଥିବା ହେଲି କପ୍ଟର ପ୍ଲେଟ ଘୂର୍ନନ ର ପ୍ରାୟ ଆଠ ଗୁଣ | ମଙ୍ଗଳ ଗ୍ରହ ର ବାଯୁମଣ୍ଡଳ ପ୍ରାୟ ପୃଥିବୀ ତୁଳନା ରେ ପ୍ରାୟ ୧୦୦ ଗୁଣା ପତଳା ଥିବାରୁ ଏଭଳି ଘୂର୍ନନ କରାଇବା ପ୍ରାୟତଃ ସହଜ ହୋଇଥିଲା |

ପ୍ରଥମେ ଏହା ମଙ୍ଗଳ ଗ୍ରହ ର ଭୂ ପୃଷ୍ଠ ରୁ ୧୦ ଫୁଟ ଉଚ୍ଚତା ରେ ଉଡିଥିଲା | ଆହୁରି ମଧ୍ୟ ଆଗାମୀ ୩୦ ଦିନ ମଧ୍ୟରେ ପ୍ରାୟ ୪ ଥର ଆହୁରି ଉଡାଣ କରିବ | ଭବିଷ୍ୟତ ରେ ଆହୁରି ଅଧିକ ଉଚ୍ଚ ଉଡାଣ କରିବା ପାଇଁ ମଧ୍ୟ ପ୍ରୟାସ କରିବ ଇନଜେନ୍ୟୁଟି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଜିଓର ଧମାକାଦାର ଦଶହରା ଅଫର, ବହୁତ କମ ପଇସା ରେ ଏବେ ମିଳିବ ଅଧିକ ଡାଟା, ଜାଣନ୍ତୁ କେମିତି ପାଇବେ

ଦର୍ଶକ ବନ୍ଧୁ ଯେଉଁମାନେ ଜିଓ , ଜିଓ ଫୋନ ନେକ୍ସ୍ଟ ର ଆରମ୍ଭ ପୂର୍ବ ରୁ ଜିଓ ଫୋନ ବ୍ୟବହାର …

Leave a Reply

Your email address will not be published. Required fields are marked *