କାହାପାଇଁ ଆଦର୍ଶ ବଡକଥା ତ କାହା ପାଇଁ ବଡ ନିଜର ଆଦତକାଇଦା | ବିଶେଷ କରି ଆପଣ ଯଦି ବଡଅଫିସର ତେବେ ଅବସର ପରେ ଅତି ସାଧାରଣ ଜୀବନ ଜୀବନ ଶୈଳୀ ବିତାଇବା ଅତ୍ୟନ୍ତ କଷ୍ଟକର ହୋଇପଡିଥାଏ | ଅନେକ ତ ଗାଁ କୁ ଆଉ ଫେରନ୍ତି ନାହିଁ |କିନ୍ତୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବୁଲାଦ ଗାଁ ର ଅବସର ପ୍ରାପ୍ତ IAS ଅଫିସର ଶଙ୍କର ନାରାୟଣ ପାଣିଗ୍ରାହୀ ଏସବୁ ଦ୍ରୁଷ୍ଟି ରୁ ସମ୍ପୂର୍ଣ ରୂପେ ଅଲଗା ପ୍ରକାରର ମଣିଷ ଆଜୀବନ ଭାରତୀୟ ପ୍ରଶାସନିକ ସେବା ରେ ନିୟୋଜିତ ହେବ ପରେ ଏବେ ଅବସର ପ୍ରାପ୍ତ ହେବ ପରେ ସେ ସମ୍ପୂର୍ଣ ଭାବେ ସାଧାରଣ ଶୈଳୀ ଭାବେ ଜୀବନ ଜାପନ କରୁଛନ୍ତି |
ଦିନେ ଅଫିସର ଙ୍କ ଭଳି ପୋଷାକ ପିନ୍ଧୁଥିବା ଶଙ୍କର ନାରାୟଣ ଏବେ ଦୈନିକ ଏକ ଧଳା କୁର୍ତା ଏବଂ ଧଳା ଧୋତି ପିନ୍ଧି କାନ୍ଧ ରେ ନାଲି ଗାମୁଛା ପକାଇ ସାଇକେଲ ରେ ଗାଁ ରୁ ଗାଁ ବୁଲି ଲୋକଙ୍କ ଦୁଖ ସୁଖ ବୁଝନ୍ତି | ସେ ୨୦୧୮ ଜୁନ ୩୦ ତାରିଖରେ ସରକାରୀ ସେବା ରୁ ଅବସର ଗ୍ରହଣ କରିଥିଲେ | ଏବେ ସେ ତାଙ୍କ ପୈତୃକ ଗାଁ ରେ ଜୀବନ ବିତାଉଛନ୍ତି |ଏମିତିରେ ଦେକିଲେ ତାଙ୍କୁ କେହି ଜାଣି ପାରନ୍ତି ନାହିଁ ଯେ ଚାକିରି କାଳ ରେ ଏପରି ଅଫିସର ଥିବେ | ଦୁଇ ବର୍ଷ ହେଲା ଭାରତୀୟ ପ୍ରଶାସନିକ ସେବା ରୁ ଅବସର ନେଇ ଏହିଭଳି ଭାବେ ଏହି ଘରେ ଏକ ନିରାଡମ୍ବର ଜୀବନ ବିତାଉଛନ୍ତି ଶଙ୍କର ନାରାୟଣ |
ନିଜର ସମ୍ପତି କହିଲେ ବାପା ଙ୍କର ଏହି ପୁରୁଣା ଘର ଦୁଇଟି କାଠ ଚେୟାର , ଏକ ସାଇକେଲ ଏବଂ କିଛି ଆସବାପତ୍ର | ଘରେ ତାଙ୍କର କୌଣସି ସୌକିନ ସାମଗ୍ରୀ ନାହିଁ ଏପରିକି ତାଙ୍କ ପାଖରେ ଏକ ମୋବାଇଲ ଫୋନ ଟିଏ ବି ନାହିଁ |
ସକାଳୁ ଉଠି ମାର୍କେଟ ଯାଇ ନିଜ ପାଇଁ କିଛି ସଉଦା ପାରିବା କିଣି ନିଜ ପାଇଁ ନିଜେ ରୋଷେଇ କରିଥାନ୍ତି | ଏବେ ତାଙ୍କ ଜୀବନ ର ମୂଳ ଲକ୍ଷ୍ୟ ଏହା ଯେ ସମାଜରୁ କୁସଂସ୍କାର ଦୂର କରିବା | ଏଥିପାଇଁ ସବୁଦିନ ସକାଳ ଏବଂ ସନ୍ଧ୍ଯା ରେ ଶଙ୍କର ନାରାୟଣ ସବୁ ଲୋକ ମାନଙ୍କୁ ଏକତ୍ରିତ କରି ନିଜର ଉଦ୍ୟମ ଜାରି ରଖନ୍ତି |
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ