ବନ୍ଧୁଗଣ ଯେପରିକି ଆମେମାନେ ଜାଣିଚେ ସ୍ୱାସ୍ଥ୍ୟ ହିଁ ସମ୍ପଦ। ଯଦି ଗୋଟେ ବ୍ୟକ୍ତି ର ସ୍ବାସ୍ଥ୍ୟ ସମସ୍ୟା ଦେଖାଦିଏ ତେବେ ସେ କେବେ ଖୁସି ରେ ରହି ପାରି ନଥାଏ। ପ୍ରାୟତଃ ବୟସ ବଢିବା ସାଥେ ଅନେକ ରୋଗ ଦେଖାଦେଇଥାଏ।କିନ୍ତୁ ଆଜି କାଲି ବୟସ୍କ ଲୋକ ଙ୍କ ଠାରୁ ଆରମ୍ଭ କରି ଛୋଟ ଛୁଆ ଙ୍କ ପର୍ଯ୍ୟନ୍ତ ସମସ୍ତ ଙ୍କ ପାଖରେ ଅନେକ ରୋଗ ଦେଖାଦେଉଛି। ଆମ ନିତିଦିନିଆ ଜୀବନରେ ଉପୁଜୁଥିବା ସମସ୍ୟା ର ସିଧସଳଖ ପ୍ରଭାବ ଆମ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ। ଏବଂ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବା ଫଳରେ ମଣିଷ ଅଧିକ ସମୟ ଚିନ୍ତା ଗ୍ରସ୍ତ ରହିଥାଏ।
ବୟସ ବଢିବା ସହିତ ରୋଗ କ୍ରମଶଃ ବଢ଼ି ଥାଏ ଏବଂ ଏହା ବ୍ୟକ୍ତିଙ୍କୁ ଦୁଶ୍ଚିନ୍ତା ମଧ୍ୟଙ୍କୁ ଠେଲିଥାଏ। ଦୁଶ୍ଚିନ୍ତା କାରଣ ରୁ ହୃଦଘାତ ଭଳି ଜଟିଳ ସମସ୍ୟା ଦେଖାଯାଇଥାଏ ।ଏହି ସମସ୍ୟା କେବଳ ଭାରତବର୍ଷ ରେ ନୁହେଁ ବରଂ ସାରା ବିଶ୍ବ ରେ ବହୁଳ ଭାବରେ ଦେଖିବାକୁ ମିଳୁଛି। ଏକ ସର୍ଭେ ଅନୁଯାୟୀ ହୃଦ୍ ଘାତ ଆଗରୁ ପ୍ରାୟତଃ ବୟସ୍କ ଲୋକ ଙ୍କ ଠାରେ ଦେଖାଦେଉଥିଲା କିନ୍ତୁ ଏବେ ଏହା ଯୁବକ ଏଵଂ ଛୋଟ ପିଲାଙ୍କ ଠାରେ ମଧ୍ଯ ଦେଖିବାକୁ ମିଳୁଛି। ଆମେରିକା ର ଏକ ରିପୋର୍ଟ ଅନୁଯାୟୀ ଭାରତରେ ୨୦୧୫ ପର୍ଯ୍ୟନ୍ତ ୬.୨ କୋଟି ଲୋକ ହୃଦଘାତ ରେ ପୀଡ଼ିତ ହୋଇଥିଲେ ,ସେଥି ମଧ୍ୟରୁ ୪.୨ ଲୋକ ଙ୍କ ବୟସ ୪୦ ବର୍ଷ ରୁ କମ।ଦର୍ଶକବନ୍ଧୁ ଏବେ ଆମେ ଜାଣିବା ହୃଦ୍ ଘାତ ସମସ୍ୟା କୁ ଦୂର କରିବା ପାଇଁ କେଉଁ ସବୁ ଖାଦ୍ୟ ଖାଇବା ଆବଶ୍ୟକ।
୧. ଉଷୁମ ଖିର: ହୃଦ୍ ଘାତ ରୁ ରକ୍ଷା ପାଇବା ପାଇଁ ନିୟମିତ ଉଷୁମ ଖାଦ୍ୟ ଗ୍ରହଣ କରନ୍ତୁ।ଏଥିପାଇଁ ହାଲକା ଉଷୁମ କ୍ଷୀର ରେ ଅଳ୍ପ ହଳଦୀ ମିଶେଇ ନିୟମିତ ପିଇବା ଦ୍ଵାରା ହୃଦ୍ ଘାତ ସମସ୍ୟା ଦେଖାଦେଇନଥାଏ।
୨.ଡାଳିମ୍ବ: ଡାଳିମ୍ବ ରସ ସୁସ୍ଥ ତ୍ୱଚା ପାଇଁ ଯେତିକି ଜରୁରୀ ଆମର ସ୍ବାସ୍ଥ୍ୟ ପାଇଁ ମଧ୍ୟ ସେତିକି ଉପଯୋଗୀ।ଏହା ରସ ହୃଦଘାତ ସମସ୍ୟା କୁ ଦୂର କରିଥାଏ।
୩.ଅଦା ଓ ରସୁଣ- ଅଦା ଓ ରସୁଣ ରେ ଔଷଧୀୟ ଗୁଣ ପ୍ରଚୁର ମାତ୍ରା ରେ ଥାଏ।ଏହା ନିୟମିତ ସେବନ କରିବା ଦ୍ଵାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ ଓ ଶରୀର ସୁସ୍ଥ ରୁହେ।
୪. ସେଓ ରସ-ସେଓ ରସ ଆମ ଶରୀର ପାଇଁ ଔଷଧ ରୂପେ କାମ ଦେଇଥାଏ।ଏହାର ରସ ବେଶ୍ ଉପକାରୀ ଅଟେ।ଏହାକୁ ନିୟମିତ ଖାଲିପେଟ ରେ ସେବନ କରିବା ଦ୍ୱାରା ହୃଦ୍ ଘାତ ସମସ୍ୟା ଦୂର ହୋଇଥାଏ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ