ମଧ୍ୟପ୍ରଦେଶର ମନ୍ଦସୌର ଜିଲ୍ଲାରୁ ବହୁତ ରୋମାଞ୍ଚକର କଥା ସାମ୍ନା କୁ ଆସିଛି | ସରକାରୀ କଳର ସାହାଯ୍ୟ ନପାଇ ପାରିବାରୁ ମହିଳା ଚାଷୀ ଜଣକ ବ୍ୟାଙ୍କକୁ ହେଲିକପ୍ଟର କିଣିବାକୁ ଋଣ ମାଗିଛନ୍ତି । ଏବଂ ଯାହା ପାଇଁ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମତି ଲୋଡିଛନ୍ତି।
ମିଳିଥିବା ସୂଚନାମୁତାବକ, ମହିଳା ଚାଷୀ କୃଷିକାର୍ଯ୍ୟ କରି ପେଟ ପୋଷନ୍ତି ଏବଂ ତାଙ୍କ ନାମ ହେଉଛି ବସନ୍ତ ବାଇ ନାମ୍ନୀ | ସେ ମନ୍ଦସୌର ଜିଲ୍ଲାର ଶାମଗଡ଼ ତହସିଲର ଆଗର ଗାଁରେ ରୁହନ୍ତି । ମାତ୍ର ତାଙ୍କ ପଡ଼ୋଶୀ ଜମିକୁ ଯିବାକୁ ଥିବା ରାସ୍ତା ବନ୍ଦ କରିଦେଇଥିଲେ। ଫଳରେ ସେ ସେଠାକୁ ଯିବା ଆସିବା କରିବାରେ ସମସ୍ୟାର ସମ୍ମୁଖୀନ ହେଉଥିଲେ। କେବଳ ଏତିକି ନୁହେଁ, କୃଷି ଯନ୍ତ୍ରୀ ଓ ତହସିଲଦାରଙ୍କୁ ମଧ୍ୟ ନିଜ ଜମି ଦେଖାଇବାକୁ ନେଇପାରୁନଥିଲେ। ଏହା ଦ୍ୱାରା ତାଙ୍କ କୃଷି କାର୍ଯ୍ୟ ବି ପ୍ରଭାବିତ ହୋଇଥିଲା।
ସେ ଏଥିପାଇଁ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ କିନ୍ତୁ କେହିବି ବସନ୍ତ ବାଇଙ୍କ ଅସୁବିଧାକୁ ଦୂର କରିପାରୁନଥିଲେ। ତେବେ କୌଣସି ସରକାରୀ କର୍ମଚାରୀଙ୍କ ଠାରୁ ସହାୟତା ନ ପାଇ ସେ ରାଷ୍ଟ୍ରପତିଙ୍କୁ ହେଲିକପ୍ଟର ପାଇଁ ଚିଠି ଲେଖିଛନ୍ତି। ସେ ରାଷ୍ଟ୍ରପତିଙ୍କୁ ଏକ ଚିଠି ଲେଖି ଅନୁରୋଧ କରିଛନ୍ତି ଯେ ସେ ନିଜ ଜମି ପାଖକୁ କୃଷି ସରଞ୍ଜାମ ଓ ଅଫିସରଙ୍କୁ ନେବା ପାଇଁ ବ୍ୟାଙ୍କରୁ ଋଣ ନେଇ ଏକ ହେଲିକପ୍ଟର କିଣିବାକୁ ଚାହୁଁଛନ୍ତି ଓ ରାଷ୍ଟ୍ରପତି ତାଙ୍କର ଏହି ଲୋନ୍ କରିବା ପାଇଁ ଅନୁମତି ଦିଅନ୍ତୁ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ