ଟଙ୍କା ଆଜିକାଲିର ସମୟରେ କେତେଯେ ଗୁରୁତ୍ୱପୂର୍ଣ୍ଣ ଜିନିଷଟିଏ ଆପଣ ମାନେ ସମସ୍ତେ ଜାଣିଥିବେ। ଏବେକାର କ୍ରେଜି ଦୁନିଆରେ ବଞ୍ଚିବା ପାଇଁ ଟଙ୍କା ର ଆଵଶ୍ୟକତା ବହୁତ ରହିଛି। ଯିଏ ଧନୀ ବା ଯାହା ପାଖରେ କେବେ ଟଙ୍କା ପଇସା ର ଅଭାବ ଦେଖା ଦିଏନାହିଁ ସେ ସମାଜରେ ଏକ ସ୍ନମ୍ମାନ ର ବଞ୍ଚିଥାଏ। ଗରିବ ଶ୍ରେଣୀର ଲୋକଙ୍କୁ ତ କେହି ଖାତିର ବି କରନ୍ତି ନାହିଁ। ତଥାପି ବି ଏବେ ଅନେକ ଲୋକ ଭିକ୍ଷା ବୃତି କରି ଜୀବନ କଟାଉଛନ୍ତି। କିଛି ଲୋକଙ୍କର ହାତ ଗୋଡ଼ ସବୁ ଠିକ ଥାଇ ବି ଭିକ୍ଷା କରିବାକୁ ପସନ୍ଦ କରୁଛନ୍ତି। ଆପଣ ମାନେ ଭାବୁଥିବେ ଭିକାରୀ ମାନେ ସବୁଠାରୁ ଅସୁବିଧାରେ ବଞ୍ଚୁଥିବେ। ନାଇଁ ଆଜ୍ଞା ଏମିତି କେତେକ ଭିକାରି ବହୁତ ସାନଦାର ଜୀବନ ବି ବିତାଉଛନ୍ତି।
ଏହିପରି ଏକ ଘଟଣା ଏବେ ଭାଇରାଲ ହେବାରେ ଲାଗିଛି। ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ୟ୍ଯ ହେଇଯିବେ। ତେବେ ଆସନ୍ତୁ ଜଣାଇବେ ଘଟଣାଟି କଣ।ଜଣେ ଭିକ୍ଷକଙ୍କ ଘରୁ ଭିତରୁ ମିଳିଛି ଟଙ୍କା ରେ ଭର୍ତ୍ତି ଥିବା ବ୍ୟାଗ। ଏହି ଘଟଣାଟି ଘଟିଛି ତିରୂପତି ର ବାଲାଜି ମନ୍ଦିର ନିକଟରେ। ଏଠାରେ ଭିକ୍ଷାବୃତ୍ତି କରି ଚଳୁଥିବା ଜଣେ ୬୪ ବର୍ଷୀୟ ବୃଦ୍ଧ ଭିକ୍ଷୁକଙ୍କ ଘରୁ ଏହି ବିଡା ବିଡା ନୋଟ୍ ର ବ୍ୟାଗ ଜବତ ହୋଇଛି। ସୂଚନା ରୁ ଜଣାପଡିଛି ୬୪ ବର୍ଷୀୟ ଶ୍ରୀନିବାସ ତିରୁମାଲାକୁ ଆସୁଥିବା ଭିଆଇପି ଭକ୍ତଙ୍କ ଠାରୁ ଭିକ୍ଷାବୃତ୍ତି କରି ଜୀବନ କାଟୁଥିଲେ।ମାତ୍ର ଗତ କିଛି ଦିନ ତଳେ କୌଣସି ଏକ ରୋଗ କାରଣରୁ ତାଙ୍କର ଦେହାନ୍ତ ହୋଇଛି। ତାଙ୍କର ମୃତ୍ୟୁ ପରେ ତାଙ୍କର କୌଣସି ଉତ୍ତରାଧିକାରୀ ବି ନଥିଲେ।
ଗତ ଏକ ବର୍ଷ ଧରି କିଛି ଲୋକ ସେଶାଚଲ ନଗରରେ ଥିବା ଶ୍ରୀନିବାସଙ୍କ ନିଜସ୍ୱ ଘର ଉପରେ କବଜା କରିବାକୁ ଚେଷ୍ଟା କରୁଥିଲେ। ଶ୍ରୀନିବାସଙ୍କ ନିକଟରେ ଲକ୍ଷ ଲକ୍ଷ ଟଙ୍କା ଥାଇପାରେ ବୋଲି ସେମାନେ ଅନୁମାନ କରୁଥିଲେ। ତେଣୁ ପଡୋଶୀମାନେ ଟିଟିଡି ଅଧିକାରୀ ଏବଂ ପୋଲିସକୁ ଏନେଇ ସୂଚନା ଦେଇଥିଲେ।ଟିଟିଡି ଅଧିକାରୀ ତାଙ୍କ ଘରେ ପହଞ୍ଚି ଛାନଭିନ୍ କରିଥିଲେ। ଏହି ସମୟରେ ତାଙ୍କ ଘରୁ ୨ଟି ଟଙ୍କା ଭର୍ତ୍ତ ସିନ୍ଦୁକ ଜବତ ହୋଇଛି। ଭିଜିଲାନ୍ସ ଏବଂ ରାଜସ୍ଵ ବିଭାଗ ତାଙ୍କ ଘରୁ ୬ ଲକ୍ଷ ୧୫ ହଜାର ୫୦ ଟଙ୍କା ଜବତ କରିଛି। ଏବେ ତାଙ୍କର ସମସ୍ତ ଅର୍ଥ ସରକାରୀ ରାଜକୋଷରେ ମିଶାଯାଇଛି। କୁହନ୍ତିନି ମଣିଷ ଖାଲି ହାତରେ ଆସେ ଏବଂ ଗଲା ବେଳେ ମଧ୍ୟ ଖାଲି ହାତରେ ଯାଏ। ଯାହାର ଏକ ଜ୍ୱଳନ୍ତ ଉଦାହରଣ ଶ୍ରୀନିବାସଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ