ମଣିଷ ଜୀବନରେ ଦୁଃଖ ଯେ କେତେବେଳେ ଆସିବ ତାହା କେହି କହିପାରିବେ ନାହିଁ। ବର୍ତ୍ତମାନର କରୋନା ପରିସ୍ଥିତିରେ ରାତି ପାହିଲେ କେବଳ ଦୁଃଖ ଖବର ହିଁ ମିଳୁଛି। କେଉଁଠି କରୋନାରେ ବାପା, ମା’ ଆଗରେ ପୁଅ ଚାଲିଯାଉଛି ତ କେଉଁଠି ସ୍ତ୍ରୀ ଆଗରେ ସ୍ଵାମୀ ଓ ପିଲା ମାନଙ୍କ ଆଗରେ ବାପା ମା’ଙ୍କ ଜୀବନ ଚାଲି ଯାଇଛି। ଏବେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବ୍ୟାସନଗର ସହର ଧବଳଗିରି ଅଞ୍ଚଳରେ । ପୁଅର ମୃତ୍ୟୁ ଖବର ପାଇବା ପରେ ମା’ର ମୃ- ତ୍ୟୁ ହୋଇଛି। ୮ ଦିନ ତଳେ କରୋନାରେ ପୀଡ଼ିତ ହୋଇ ଧବଳଗିରି ଅଞ୍ଚଳର ଚୈତନ୍ୟ ଆରୋଖ ଙ୍କ ପୁଅ ରତିରଞ୍ଜନ ଆରୁଖ ଟାଟା କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେବା ସମୟରେ ଆଖି ବୁଜିଛନ୍ତି।
ଏହି ଖବର ଶୁଣି ମା ମଧ୍ୟ ନିଜକୁ ସମ୍ଭାଳି ନପାରି ଶେଷରେ ଆର ପାରିକୁ ଚାଲିଯାଇଛି। ସୂଚନା ଅନୁଯାୟୀ ଚୈତନ୍ୟ ଆରୁଖ ନାମକ ଜଣେ ବ୍ୟକ୍ତି ପତ୍ନୀ ଶୈଳବାଳା ଆରୁଖ ଓ ପୁଅ ରତିରଞ୍ଜନ ଆରୁଖଙ୍କୁ ନେଇ ଯାଜପୁର ଜିଲ୍ଲା ବ୍ୟାସନଗର ସହର ଧବଳଗିରି ଅଞ୍ଚଳରେ ରହୁଥିଲେ । ଚୈତନ୍ୟ ରଙ୍ଗ ବ୍ୟବସାୟ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ । ଗତ ୮ ଦିନ ତଳେ ବାପା, ମାଆ ଓ ପୁଅ ଏକା ସାଙ୍ଗରେ ସଭିଏଁ କୋରୋନା ପଜେଟିଭ ଚିହ୍ନଟ ହୋଇଥିଲେ । ଚୈତନ୍ୟ ଏବଂ ରତିରଞ୍ଜନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଟାଟା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଶୈଳବାଳାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବାରୁ ସେ ନିଜ ଘରେ ହୋମ୍ ଆଇସୋଲେସନରେ ଥିଲେ ।
ମାତ୍ର ଗତ କାଲି ରାତିରୁ ରତିରଞ୍ଜନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ସଙ୍କଟାପନ୍ନ ହୋଇଥିଲା। କୋଭିଡ୍ ସହ ଗତ ୮ ଦିନ ଧରି ଲଢେଇ କରି ଶେଷରେ ହାର ମାନିଥିଲେ ରତିରଞ୍ଜନ। ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।ନିଜର ୨୮ ବର୍ଷୀୟ ଏକମାତ୍ର ପୁଅ ଆଉ ଜୀବିତ ନଥିବା ଖବର ଶୁଣି ନିଜକୁ ସମ୍ଭାଳି ପାରିନଥିଲେ ଶୈଳବାଳା।ପୁଅର ବିୟୋଗ ତାଙ୍କୁ ଶ- କ୍ତ ଧ-କ୍କା ଦେଇଥିଲା। ଶେଷରେ ହୃଦଘାତରେ ମାଆ ଶୈଳବାଳାଙ୍କ ଜୀବନ ମଧ୍ୟ ଚାଲିଯାଇଛି ।ସେପଟେ ଚୈତନ୍ୟ ଏବେ ମଧ୍ୟ ଟାଟା କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।ନିଜ ପତ୍ନୀ ଓ ପୁଅକୁ ହରାଇ ଏବେ ଭାଙ୍ଗି ପଡିଛନ୍ତି ଚୈତନ୍ୟ। ପୁଅ ପ୍ରତି ଭଲପାଇବାର ନିଚ୍ଛକ ଉଦାହରଣ ପାଲଟିଲେ ରତିରଞ୍ଜନଙ୍କ ମା’ ଶୈଳବାଳା।ଏହି ଦୁଃଖଦ ଖବର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ