ସାରା ଦେଶରେ କରୋନାର ସ୍ଥିତି ଅତ୍ୟନ୍ତ ଉଦବେଗଜନକ ରହିଛି। ଦେଶରେ ପ୍ରତିଦିନ କରୋନା ଗ୍ରାଫ୍ ଉପର ମୁହାଁ ହେବାରେ ଲାଗିଛି।ଧନୀ ଠୁ ଆରମ୍ଭ କରି ଗରିବ ପର୍ଯ୍ୟନ୍ତ ସମସ୍ତଙ୍କୁ ଘାଇଲା କରିଛି ଏହି ଅଦୃଶ୍ୟ ଭୂତାଣୁ। ଦିନକୁ ଦିନ ବଢ଼ୁଥିବା ସଂକ୍ରମଣ ରେ ବ୍ରେକ ଲଗାଇବା ପାଇଁ ସରକାର ଲକ୍ ଡାଉନ୍ ଓ ସଟ୍ ଡାଉନ୍ ଭଳି ବଡ଼ ପଦକ୍ଷେପ ନେଇଛନ୍ତି।କିନ୍ତୁ କରୋନା ଏବଂ ଲକ୍ ଡାଉନ୍ ଯୋଗୁଁ ଅନେକ ମାତ୍ରାରେ ଲୋକଙ୍କ ଜୀବିକା ପ୍ରଭାବିତ ହୋଇଛି ।ଲୋକେ ଦି ଓଳି ଦୁଇ ମୁଠା ଖାଇବାକୁ ବି ଅନେକ ସଂଘର୍ଷ କରୁଛନ୍ତି।
ପ୍ରଥମେ ଜୀବନ ଆଉ ଏବେ ଜୀବିକା ଚିନ୍ତା ଲୋକଙ୍କୁ ଭାଙ୍ଗି ସାରିଲାଣି। ଦେଶର ଅର୍ଥନୀତିକୁ ମଧ୍ୟ ଅନେକ ମାତ୍ରାରେ ପ୍ରଭାବିତ କରିଛି ଏହି ମହାମାରୀ।ଜୀବିକା ମେଣ୍ଟାଇବା ପାଇଁ ଏବେ ଲୋକେ ଅନ୍ୟାନ୍ୟ ରୋଜଗାରର ମାଧ୍ୟମକୁ ଆପଣାଇଛନ୍ତି।କେଉଁଠି ଲୋକ ଚାକିରି ହରାଇ ଫୁଟପାତ୍ ରେ ପରିବା ବିକ୍ରି କଲାଣି ତ ଆଉ କେଉଁଠି କିଏ ଦୋକାନ ଖଣ୍ଡେ କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି।ପରିବାରର ପେଟ ପୋଷିବା ପାଇଁ ଲୋକେ ଅନେକ ସଂଘର୍ଷ କରୁଛନ୍ତି।
ତେବେ ବର୍ତ୍ତମାନ କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଅନେକ ଗାଇଡ ଲାଇନ ଜାରି କରିଛନ୍ତି ।
ଗାଇଡ ଲାଇନ ମୁତାବକ ଦ୍ଵିତୀୟ ଲହରର ଭୟାବହତାକୁ ଦୃଷ୍ଟିରେ ରଖି ଓଡ଼ିଶାର ସମସ୍ତ ସଂସ୍କୃତିକ ତଥା ଖୋଲାକାଶ ରଙ୍ଗମଞ୍ଚ କାର୍ଯ୍ୟକ୍ରମ, ସିନେମା ଗୁଡ଼ିକୁ ନକରିବା ପାଇଁ ବାରଣ କରାଯାଇଛି।ସେଥିପାଇଁ ଅନେକ କଳାକାର ବଞ୍ଚିବା ପାଇଁ ଭିନ୍ନ ଭିନ୍ନ ଜୀବିକା ବାଛିଛନ୍ତି। ତେବେ ଯାତ୍ରା ଜଗତର ଚର୍ଚ୍ଚିତ କଳାକାର ଦାମ ପଣ୍ଡା ଏବେ କରୋନା ମହାମାରୀ ଯୋଗୁଁ ନିଜର ଜୀବିକା ହରାଇ ଏକ ଗ୍ରୋସରୀ ଦୋକାନ କରି ନିଜର ପରିବାର ପ୍ରତିପୋଷଣ କରୁଥିବା କହିଛନ୍ତି।ଗଣ୍ଡିବେଡ଼ ଔପଦା ରାସ୍ତାର ନିଜ ଘର ଆଗରେ ସେ ଏହି ଗ୍ରୋସରୀ ଦୋକାନ ଟି ଦେଇଛନ୍ତି ।
ସମୟ ଯେ କିଭଳି ଜଣେ ବ୍ୟକ୍ତିର ଜୀବନ ଓ ଜିବିକାକୁ ପରିବର୍ତ୍ତନ କରିଦିଏ ତାହା ଏହିଥିରୁ ବାରି ହୋଇପଡୁଛି। ଦିନେ ସେ ଯାତ୍ରା ପେଣ୍ଡାଲରେ ନିଜର ଦମଦାର ଅଭିନୟ ଦ୍ଵାରା ଅନେକ ଲୋକଙ୍କ ମନ ଜିତିପାରିଥିଲେ।କିନ୍ତୁ ଏବେ ଏହି କରୋନା ଯୋଗୁଁ ଯାତ୍ରା ମଞ୍ଚ ଏକ ସ୍ବପ୍ନ ହୋଇଯାଇଛି। ମହାମାରୀ ଯୋଗୁଁ ଯେଉଁଠି ନିଜ ଜୀବିକାକୁ ବଞ୍ଚାଇ ହେଲାନି ସେଠି ନିଜ ଜୀବନ ବଞ୍ଚାଇବାକୁ ସେ ଖୁବ୍ ସଙ୍ଘର୍ଷ କରୁଛନ୍ତି ।ପେଟ ପୋଷିବା ପାଇଁ ଏହି ଦୋକାନ ହିଁ ଏବେ ତାଙ୍କର ଏକମାତ୍ର ସାହାରା।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ