Breaking News

ହଠାତ୍ ଚଳନ୍ତା ଟ୍ରେନ ଆଗକୁ ଖସିପଡ଼ିଲା ଶିଶୁ ଟି।ଜାଣନ୍ତୁ ତା ପରେ କଣ ଘଟିଲା!!

ଦର୍ଶକ ବନ୍ଧୁ ଅନେକ ସମୟରେ ଆପଣ ମାନେ ଦେଖିଥିବେ କେହି ଜଣେ ବ୍ୟକ୍ତି, ଯାହାର ବଞ୍ଚିବା କେହି ଆଶା ମଧ୍ୟ କରୁନଥିବେ ସେ ବଞ୍ଚିଯାଇଥାଏ।ଅନେକ କ୍ଷେତ୍ର ରେ ଏପରି ମଧ୍ଯ ଦେଖାଦେଇଛି ଶ୍ମଶାନ କୁ ଶବ ହୋଇ ଯାଇଥିବା ବ୍ୟକ୍ତି ମଧ୍ୟ ସେଠାରୁ ଜୀବନ ପାଇ ଆସିଥାଏ। ସେଥିପାଇଁ ହିଁ ତ କୁହାଯାଇଛି ‘ରଖେ ହରି ତ ମାରେ କିଏ?’ ଏହାର ଅର୍ଥ ଇଶ୍ଵର ଯାହାର ରକ୍ଷା କରନ୍ତି ତାର କେହି କିଛି ବି କରିପାରନ୍ତି ନାହିଁ।

ଏବେ ସୋସିଆଲ ମିଡିଆ ରେ ଏକ ଭିଡ଼ିଓ ବେଶ୍ ଭାଇରାଲ ହେଉଛି ଯାହା ଦେଖିଲେ ଆପଣ ଙ୍କ ଲୋମ ଟାଙ୍କୁରି ଉଠିବ।ତେବେ ଦର୍ଶକ ବନ୍ଧୁ ଏହି ଘଟଣା ଟି ଦେଖିବାକୁ ମିଳିଛି ମୁମ୍ବାଇ ଠାରେ। ଯେଉଁଠି ଏକ ଶିଶୁ ଦୃତ ଗତିରେ ଆସୁଥିବା ଏକ ଟ୍ରେନ ମୁଁହ ରୁ ଅଳ୍ପକେ ବର୍ତ୍ତି ଯାଇଛି। ଏହି ଦୃଶ୍ୟ ଟି ଦେଖିଲେ ଆପଣଙ୍କ ଦେହ ମଧ୍ୟ ଥରି ଉଠିବ।ତେବେ ଖୁବ୍ ପାଖରୁ ମୃତ୍ୟୁ କୁ ଦେଖିଥିବା ଶିଶୁ ଟି ଅଳ୍ପକେ ବର୍ତ୍ତି ଯାଇଥିଲା।

ତେବେ ସମ୍ପୂର୍ଣ୍ଣ ଘଟଣା ଟି ହେଉଛି ମୁମ୍ୱାଇ ର ବାଙ୍ଗଣି ଷ୍ଟେସନ ଠାରେ ଦୃତ ଗତିରେ ପ୍ଲାଟଫର୍ମ କୁ ମାଡି ଆସୁଥିଲା ଏକ ଟ୍ରେନ। ଏହି ସମୟରେ ପ୍ଲାଟଫର୍ମ ରେ ଥିବା ଏକ ଶିଶୁ ରେଳ ଧାରଣା କୁ ପଡିଯାଇଥିଲା।ତେବେ ଯୋଗ କୁ ସେଠାରେ ଥିବା ଜଣେ କର୍ମଚାରୀ ଏହାକୁ ଦେଖିନେଇଥିଲେ ।ଏହା ଦେଖିବା ପରେ ସେ ତୁରନ୍ତ ନିଜ ଜୀବନକୁ ବାଜି ଲଗାଇ ଦୌଡ଼ି ଯାଇଥିଲେ ରେଳ ଧାରଣ କୁ ଶିଶୁ ଟି କୁ ଉଦ୍ଧାର କରିବାକୁ।

ତେବେ ଭିଡ଼ିଓ ଟି ରୁ ଜଣାପଡ଼ିଛି ଶିଶୁ ଟି ତା ମାଆ ଙ୍କ ସହ ପ୍ଲାଟଫର୍ମ ରେ ଯାଉଥିବା ସମୟରେ ଶିଶୁ ଟି ଭାରସାମ୍ୟ ହରାଇ ରେଳ ଧାରଣ କୁ ପଡିଯାଇଥିଲା। ତେବେ ଯାହା ଜଣାପଡିଛି ଶିଶୁ ଟି ର ମା ଜଣେ ଦୃଷ୍ଟିହୀନ। ସେଥିପାଇଁ ଶିଶୁ ଟି ପଡ଼ିଯାଇଥିବା ଦୃଷ୍ଟିହୀନ ମା’ ଦେଖିପାରିନଥିଲେ। ଶିଶୁ ଟି ପଡ଼ିଯିବା ପରେ ମା ଙ୍କ ଆଡ଼କୁ ହାତ ବଢ଼ାଉଥିବା ଭିଡ଼ିଓ ରେ ଦେଖିବାକୁ ମିଳିଥିଲା।ହେଲେ ନିରୁପାୟ ମା’ ଜଣଙ୍କ କିଛି ନ କରିପାରି କାନ୍ଦିବାରେ ଲାଗିଥିଲେ ।

ହେଲେ ଅରକ୍ଷିତ କୁ ଦଇବ ସାହା ଭଳି ଠିକ୍ ସେହି ସମୟ ରେ ଦେବଦୂତ ସାଜି ଦୌଡ଼ି ଆସିଥିଲେ ଜଣେ ରେଳକର୍ମଚାରୀ ମୟୂର ସେଲଖେ ଏଵଂ ନିଜ ଜୀବନ କୁ ଖାତିର ନକରି ସେ ସେହି ପିଲା ଟିର ଜୀବନ ବଞ୍ଚାଇଥିଲେ ।ତେବେ ଠିକ୍ ସମୟରେ କର୍ମଚାରୀ ଜଣଙ୍କ ପିଲାଟିକୁ ରେଳ ଧାରଣ ଉପରକୁ ଉଠାଇ ଦେଇଥିବାରୁ ଏକ ବଡ଼ ଦୁର୍ଘଟଣା ଟଳିଯାଇଥିଲା। ତାଙ୍କର ଏହି ସାହସିକତା ପାଇଁ ସେ ଲୋକ ଙ୍କ ଠାରୁ ଖୁବ୍ ପ୍ରଶଂସା ପାଉଛନ୍ତି।ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭାରତ ସରକାରଙ୍କର E-Shram Card ରେ ଦ୍ଵାରା ମିଳୁଛି ଅନେକ ସୁବିଧା ଓ ଟଙ୍କା !, ଜାଣନ୍ତୁ କେମିତି ପାଇବେ ଏହି କାର୍ଡ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଲେବର କାର୍ଡ ରେ ହିତାଧିକାରୀ କଣ କଣ ସୁବିଧା ପାଇପାରୁଛି , …

Leave a Reply

Your email address will not be published. Required fields are marked *