Breaking News

ଦେଖନ୍ତୁ Viral ଭିଡିଓ – ହଠାତ୍ ଘର ଭିତରକୁ ପଶି ଆସିଲା ମାଙ୍କଡ , ବୃଦ୍ଧା ଙ୍କ ପାଖକୁ ଯାଇ କେମିତି ଗେଲ କରି ଆଉଁସି ଦେଉଛି ,ଦେଖିଲେ ଆଶ୍ଚର୍ଯ ହେବେ

ଆଜି କାଲିର ଦୁନିଆରେ ଯେତେବେଳେ ମଣିଷ ମାନେ ମାନବିକତା ଭୁଲି ପଶୁ ଭଳି ବ୍ଯବହାର କରୁଛନ୍ତି ସେତେବେଳେ କଥା କହି ପାରୁନଥିବା ପଶୁ ଟିଏ ବୁଝୁଛି ମଣିଷର ସ୍ନେହ ଓ ପ୍ରେମର ମୂଲ୍ୟ। ବୁଝି ବିଚାରି ପାରୁନଥିବା ପଶୁଟି ମଣିଷକୁ ନିଜର ଭାବି ତାକୁ ଆଲିଙ୍ଗନ କରୁଛି । ଆଉ ସତେ ଯେପରି ସେ ମଣିଷ ମାନଙ୍କୁ ଶିକ୍ଷା ଦେଉଛି ରକ୍ତ ସମ୍ପର୍କ ନଥାଇ ମଧ୍ୟ କିଭଳି ପ୍ରେମ କରାଯାଏ। ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ,ଯାହା ଦେଖିଲେ ଆପଣ ବୁଝିପାରିବେ ସତରେ ପଶୁ ଟିଏ ହେଲେ ବି ତାର ବି ହୃଦୟ ଅଛି।


ଆଜିକାଲିର ଦୁନିଆରେ ଯେଉଁଠି ମଣିଷ ନିଜର ମଣିଷ ପଣିଆ ଭୁଲି ନିରୀହ ପଶୁ ମାନଙ୍କୁ ଆ-ଘା-ତ ଦେଉଛି ସେଠି ପଶୁ , ମଣିଷକୁ ନିଜର ଭାବି ସ୍ନେହ ଦେଉଛି। ତେବେ ଭାଇରାଲ ହେଉଥିବା ଭିଡିଓଟି ଗୁଜୁରାଟର ଏକ ଗ୍ରାମର ଘଟଣା । ଜଣକ ଘରେ ଜନୈକ ୯୦ ବର୍ଷୀୟ ବୟସ୍କ ବୃଦ୍ଧା ଖଟ ଉପରେ ଶୋଇଥିବା ବେଳେ ହଠାତ୍ ଘର ଭିତରକୁ ପଶି ଆସିଥିଲା ଏକ ହନୁ ମାଙ୍କଡ। ପ୍ରଥମେ ବୃଦ୍ଧା ଜଣକ ଏହା ଦେଖି ଖୁବ୍ ଡରି ଯାଇଥିଲେ। ହେଲେ ମାଙ୍କଡଟି କିଛି କାହାର କିଛି କ୍ଷତି ନକରି ବୃଦ୍ଧା ଜଣକ ପାଖରେ ସେମିତି ବସି ରହିଥିଲା ।

ଆଉ କିଛି ସମୟ ବିତିବା ପରେ ସେ ବୃଦ୍ଧା ଜଣକ ପେଟ ଉପରେ ବସି ରହି ସେମିତି ତାଙ୍କ ମୁହଁକୁ ଚାହିଁ ରହିଲା। ଏହା ଦେଖି ବୃଦ୍ଧା ଜଣକ ହନୁ ଟିର ପିଠିକୁ ଆଉଁସି ଦେଇଥିଲେ। ଆଉ ବାସ୍ ଏତିକି ପରେ ହନୁ ମଧ୍ୟ ବୃଦ୍ଧା ଜଣକ ମୁଣ୍ଡକୁ ଆଉଁସି ଦେଇଥିଲା। ଆଉ ଆଲିଙ୍ଗନ କରି ବୃଦ୍ଧା ଜଣକ ମୁହଁ ଓ ବେକକୁ ଗେଲ କରି ପକାଇଲା। ହନୁଟି ବୃଦ୍ଧା ଜଣକୁ ଏଭଳି ସ୍ନେହ କରୁଥିଲା ଯେପରି ବୃଦ୍ଧା ଜଣକ ତାର ମାଆ। ହନୁ ମାଙ୍କଡଟି ପ୍ରାୟ ଅଧଘଣ୍ଟା ଧରି ସେହି ଘରେ ସେମିତି ବସି ରହିଲା।

ବୃଦ୍ଧାଙ୍କ ବୋହୂ ଏହି ଦୃଶ୍ୟ ଦେଖି ଖୁବ୍ ଖୁସି ହୋଇଗଲେ ଆଉ ପରିବାର ସଦସ୍ୟଙ୍କୁ ନ ଡରିବା ପାଇଁ କହିଥିଲେ। ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ,ବୃଦ୍ଧାଙ୍କ ନାତି ନାତୁଣୀ ହନୁଟିକୁ ବିସ୍କୁଟ, ଫଳମୂଳ ଓ ପନିପରିବା ଆଦି ଖାଇବାକୁ ଦେଇଥିଲେ ମଧ୍ୟ ତାହା ସେ ଖାଇନଥିଲା। ଆଉ ଅଧଘଣ୍ଟା ପରେ ସେ ସେଠାରୁ ଚାଲି ଯାଇଥିଲା। ତେବେ ଏହି ଦୃଶ୍ୟକୁ ବୃଦ୍ଧାଙ୍କ ନାତି ନାତୁଣୀ ନିଜ ମୋବାଇଲ୍ ଫୋନରେ ରେକର୍ଡ କରିଥିଲେ। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

Jhiari କୁ ନେଇ ଫେରାର ହୋଇଗଲା Mousa, ସ୍ତ୍ରୀ ଯାଇ ପହଁଚିଲା ଥାନା, ତାପରେ ଘଟିଲା କିଛି ଏପରି ଯାହା କେହି ବି ବିଶ୍ୱାସ କରିନଥିଲେ…

10 ବର୍ଷ ତଳେ କରିଥିଲେ ପ୍ରେମ ବିବାହ ଏବେ ସ୍ତ୍ରୀ କୁ ଛାଡି ସୁନ୍ଦରୀ ଝିଆରୀ ସହ ମଉସା ଫେରାର …

Leave a Reply

Your email address will not be published.