Breaking News

ଦେଖନ୍ତୁ ଭିଡିଓ – ମୃତ୍ୟୁକୁ ମାତ୍ ଦେଲେ ! ୧୮ ବର୍ଷ ବୟସ ରେ କ୍ୟାନ୍ସର କୁ ହରାଇଲେ ସ୍ବାଗତିକା , ସେ ଯାହା କହିଲେ ଶୁଣିଲେ …..

ଦର୍ଶକବନ୍ଧୁ କର୍କଟ ରୋଗ କେତେ ଯେ ଭୟଙ୍କର ଆପଣ ମାନେ ସମସ୍ତେ ଜଣିଥିବେ। ଏ ରୋଗ ଥରେ ଯାହାକୁ ହେଇଚି ସେ ବଞ୍ଚିବା ର ଆଶା ସବୁଦିନ ପାଇଁ ଛାଡି ହିଁ ଦେଇଛି। କାରଣ ଏଥିରୁ ବଞ୍ଚିବା ଏତେ ସହଜ କଥା ନୁହେଁ। କିନ୍ତୁ ଏବେ ଆମେ ଯୋଉ ଝିଅ ଟି ବିଷୟରେ ଆପଣ ଙ୍କୁ କହିବାକୁ ଯାଉଛୁ ତା ବିଷୟରେ ଶୁଣିଲେ ଯେଉଁମାନେ ବିଶେଷ କରି ବଡ଼ ବଡ଼ ରୋଗରେ ପୀଡିତ ଏବଂ ଜୀବନ ଉପରୁ ସମ୍ପୂର୍ଣ୍ଣ ଆଶା ହରେଇ ଦେଇଛନ୍ତି ସେମାନଙ୍କର ନିଜ ଜୀବନ ଉପରେ ଏକ ଲୋଭ ଆସିଯିବ ଏବଂ ବ-ଞ୍ଚି-ବା ପାଇଁ ଏକ ଆଶା ବି ଜାଗି ଉଠିବ।

ଝିଅ ଟି ଶିଖେଇ ଦେଇଛି କେମିତି ଯେତେବଡ଼ ରୋଗ ହେଲେ ବି ଆମେ ହାର ମାନିବା ନାହିଁ ମାତ୍ର ତା ସହିତ ଲଢ଼ି ଫୁଣି ବଞ୍ଚିବା ଶିଖିବା। ହଁ ଆଜ୍ଞା ଝିଅ ଟି କୋଉ ସାଧାରଣ ରୋଗ ସହିତ ଲଢ଼ି ନାହିଁ ବରଂ କ୍ୟାନସର ସହ ଲଢ଼ି ସେ ଆଜି ଜୀ-ବ-ନ ଯୁ-ଦ୍ଧ ରେ ବିଜୟ ଲାଭ କରିବାରେ ସଫଳ ହେଇପାରିଛି। କେବଳ ସେତିକି ନୁହେଁ ଏହି ମା-ରା-ତ୍ମ-କ ରୋଗ ସହିତ ଲଢ଼ି ନିଜ ଜୀବନ ବଞ୍ଚାଇ ସାରିବା ପରେ ସେ ଏବେ ବୁଲି ବୁଲି ଜୀବନର ମନ୍ତ୍ର ବାଣ୍ଟିବା ସହ ସମସ୍ତଙ୍କୁ ସାହାସ ଯୋଗାଇ ଦେବାରେ ଲାଗିପଡିଛି। କଟକ ଜିଲ୍ଲାର ବିଡାନାସି ଅଞ୍ଚଳରେ ଏହି ସାହସୀ ଝିଅ ଟିର ଘର। ନାମ ସ୍ୱାଗତିକା ଆଚାର୍ଯ୍ୟ। ବୟସ ମାତ୍ର ୨୩ ବର୍ଷ।

୨୦୧୭ ମସିହାରେ ସ୍ୱାଗତିକା ର ମେଡିକାଲ ରିପୋର୍ଟରେ କ୍ୟାନସର ରୋଗ ଥିବା ଜଣାପଡିଥିଲା। ସେତେବେଳ କୁ ତାକୁ ମାତ୍ର ୧୮ ବର୍ଷ ବୟସ।ଏତେ କମ ବର୍ଷ ବୟସରେ ବି ଝିଅ ଟି ରୋଗ କଥା ଶୁଣି ଡରି ଯାଇନଥିଲା ବରଂ ଏହି ମା-ରା-ତ୍ମ-କ ରୋ-ଗ ସହିତ ପ୍ରତି ମୁହୁର୍ତ୍ତରେ ଲଢ଼ିବା ସହ ନିଜର ଫୋଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲା। ଶେଷରେ ହସି ହସି କ୍ୟାନସରକୁ ହରାଇ ସାଜିଛି ଏକ ନାରୀଯୋଦ୍ଧା ।ଏବେ ସେ ସମ୍ପୂର୍ଣ୍ଣ ସୁସ୍ତ।
ସ୍ୱାଗତିକ ର ନୃତ୍ୟ ଏବଂ ପାଠ ପଢା ପ୍ରତି ବହୁତ ଆଗ୍ରହ। ସେ ରୋଗରେ ପୀଡିତ ଥିବା ସମୟରେ ବି ତାର ନାଚ ଆଉ ପାଠପଢ଼ା ଜାରି ରଖିଥିଲା।

ମାତ୍ର ଏବେ ତାର ଗୋଟିଏ ମାତ୍ର ଲକ୍ଷ ଆଉ ଉଦ୍ଧେଶ୍ୟ କେମିତି ସେ ସମସ୍ତଙ୍କ ପାଖରେ ତାର ସଙ୍ଘର୍ଷ ଭରା କହାଣି ପହଞ୍ଚାଇବ। ଯେମିତି ଆଉ କେହି ବି ଭାବିବେନି ଯେ କ୍ୟାନସର ହେଲେ ମୃତ୍ୟୁ ସୁନିଶ୍ଚିତ। ଏହି କଥାଟିକୁ ସମ୍ପୁର୍ଣ୍ଣ ଭୂଲ ସାବ୍ୟସ୍ତ କରିବା ଏବଂ ଲୋକ ମାନଙ୍କ ମନରେ ଆଶା ଜାଗ୍ରତ କରିବା ପାଇଁ ଆଗେଇ ଯାଇଛନ୍ତି ସ୍ୱାଗତିକା। ସତରେ ମନରେ ଯଦି ଦୃଢ଼ ବିଶ୍ୱାସ ଥିବ ତାହାଲେ ଆମେ ବଡ଼ ବଡ଼ ବିପଦର ବି ସମ୍ମୁଖୀନ କରିପାରିବା। ଠିକ ସେହିପରି ସ୍ୱାଗତିକା ବି ଆଜି ଜୀବନ ପାଇଁ ଛଟପଟ ହେଉଥିବା ରୋଗୀ ଙ୍କ ପାଇଁ ଏକ ପ୍ରେରଣା ପାଲଟିଛନ୍ତି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପବିତ୍ର ମାସ କାର୍ତ୍ତିକ ମାସରେ ପଞ୍ଚୁକରେ ଘଟିଲା ଅଲୌକି ଘଟଣା, ଠାକୁର ଘରୁ ବାହାରିଲା ତମ୍ବା ନାଗ – ଦେଖନ୍ତୁ ଭିଡିଓ

ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ମାସ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ମାସ କାର୍ତ୍ତିକ ମାସକୁ କୁହାଯାଏ । କାରଣ …

Leave a Reply

Your email address will not be published. Required fields are marked *