ଦୁନିଆରେ ଏମିତି ଅନେକ ଲୋକଅଛନ୍ତି ଯେଉଁମାନେ ନିଜର ସାହାସ ତଥା ବୁଦ୍ଧି ବଳରେ ଅନେକ କାମ ସାରା ବିଶ୍ୱରେ ରେକର୍ଡ କରି ପାରିଛନ୍ତି। କିନ୍ତୁ ଖାଲି ମଣିଷ ନୁହେଁ ଆଜ୍ଞା କେତେକ ପଶୁ ବି ବହୁ ସହସିକତାର କାମ କରିପାରିଥାନ୍ତି।ଆପଣ ନିଶ୍ଚୟ ଏମିତି ଅନେକ ସାହସିକତାର କାହାଣୀ ଶୁଣିଥିବେ, କିନ୍ତୁ ଏବେ ଆମେ ଯେଉଁ ବିଷୟରେ କହିବାକୁ ଯାଉଛୁ ସେ କାହାଣୀଟି ଆପଣ ଶୁଣିଥିବା ସମସ୍ତ କାହାଣି ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ | ହଁ ଆଜ୍ଞା ଆଜି ଆମେ ଆପଣଙ୍କୁ ଏମିତି ଏକ ମୂଷା ବିଷୟରେ କହିବୁ ଯିଏ କି ନିଜର ସାହାସ ଓ ବୁଦ୍ଧି ଖଟାଇ ଏମିତି କିଛି କାମ କରିଯାଇଚି ଯାହା ଆମ ସାରା ବିଶ୍ୱ ପାଇଁ ଗର୍ବ ର ବିଷୟ ପାଲଟିଛି।
ସେ ଛୋଟିଆ ଯିବ ମୂଷା ଟି ୭୧ଟି ଲ୍ୟାଣ୍ଡମାଇନ୍ ଖୋଜି ହଜାର ହଜାର ଲୋକଙ୍କ ଜୀବନ ରକ୍ଷା କରିପାରିଛି | ମୂଷା ଟି ଏକ ଭାରତୀୟ ମୂଷା ନୁହେଁ ବରଂ ସେ ଏକ ଆଫ୍ରିକୀୟ ପ୍ରଜାତିର ମୂଷା। ମୂଷା ଟିର ନାମ ହେଉଛି ମାଗାୱା। ଏହି ମୂଷା ଟିକୁ ଏ କାମ କରିବା କରିବା ବେଶ ତାଲିମ ବି ଦିଆଯାଇଛି। ବେଲଜିୟମର ଏକ ଏନଜିଓ ଆପୋପୋ ସଂସ୍ଥା ଦ୍ଵାରା ମୂଷା ଟି ତାଲିମ ପାଇଛି।କେବଳ ସେତିକି ନୁହେଁ ଏହି ମୂଷା ଟି ନିଜର ଶୁଙ୍ଘିବା କ୍ଷମତା ଦ୍ୱାରା ୨୦ଟି ଫୁଟବଲ୍ ପିଚ୍ ଭଳି ସ୍ଥାନକୁ ଲ୍ୟାଣ୍ଡମାଇନ୍ ମୁକ୍ତ କରିବାରେ ବି ସାହାଯ୍ୟ କରିଛି । ଜାହାଫଳରେ ହଜାର ହଜାର ଜୀବନ ରକ୍ଷାପାଇପାରିଛି ଆହୁରି ମଧ୍ୟ ନାଗାୱା ୨୮ ଟି ଜୀବନ୍ତ ବିସ୍ପୋରକ ଖୋଜି ବି ଚିହ୍ନଟ କରିଛି।
ଏହି ମୂଷାକୁ ସେତେବେଳେ ତାଲିମ ଦିଆଯାଇଥିଲା ଯେତେବେଳେ କାମ୍ବୋଡିଆର ଦକ୍ଷିଣ ପୂର୍ବ ଏସୀୟ ଦେଶରେ ଲ୍ୟାଣ୍ଡମାଇନ୍ ଚିହ୍ନଟ କରିବାର ବହୁତ ଆଵଶ୍ୟକତା ପଡିଥିଲା। ମୂଷା ଟି ତାର ସାହାସ ବଳରେ ଏସବୁକୁ ଚିହ୍ନଟ କରି ଲ୍ୟାଣ୍ଡମାଇନ୍ ମୁକ୍ତ କରିଥିଲା
ତାଛଡା ଏହି ନାଗାୱା ନାମକ ମୂଷା ଟି ତାର ସାହାସିକତା ପାଇଁ ଗତ ବର୍ଷ ବ୍ରିଟିଶ୍ ଚାରିଟିର ଟପ୍ ସିଭିଲ୍ ଆୱାର୍ଡ ମଧ୍ୟ ପାଇଛି |ଯେଉଁ ଆୱାର୍ଡ କି କୁକୁର ମାନଙ୍କୁ ତାଙ୍କର ସାହାସିକତା କାର୍ଯ୍ୟପାଇଁ ଦିଆଯାଇଥାଏ।କିନ୍ତୁ ଏଠାରେ କୁକୁର ନୁହେଁ ଏକ ମୂଷା ଏ ଆୱାର୍ଡ ପାଇଛି। ଏହାତ ନିଶ୍ଚୟ ଏକ ବଡ଼ ଆଶ୍ଚର୍ୟ୍ଯ ର ବିଷୟ। କିନ୍ତୁ ଏବେ ଖବର ଆସିଚି କି ଏହି ମୂଷା ତା ଚାକିରୀରୁ ଅବସର ନେବାକୁ ଯାଉଛି।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ