Breaking News

ଦେଖନ୍ତୁ viral ଭିଡ଼ିଓ – ଗ୍ରାହକ ସାଜି ଲୁଟିନେଲେ ସୁନା ଗହଣା ,ସିସିଟିଭିରେ କଏଦ ହେଲା ଲୁଟ ର ସମ୍ପୂର୍ଣ୍ଣ ଦୃଶ୍ୟ !

ଆଜି କାଲି ଦେଶରେ ଚୋରି ଡ-କା-ୟ-ତି ଭଳି ଅ-ପ-ରା-ଧ ବଢିବାରେ ଲାଗିଛି। ନୂଆ ନୂଆ କୌଶଳ କ୍ରମେ ଚୋରି କରୁଛନ୍ତି ଦୂର୍ବୁକ୍ତ ମାନେ । କେଉଁଠି ସେମାନେ ରାସ୍ତାରେେ ଯାଉଥିବା ମହିଳାଙ୍କ ବେକରୁ ସୁନା ଚେନ୍ ଝା-ମ୍ପି ନେଉଛନ୍ତି ତ ଆଉ କେଉଁଠି ଘରେ ପଶି ବ-ନ୍ଧୁ-କ ଦେ-ଖେ-ଇ ଲକ୍ଷ ଲକ୍ଷ ଟଙ୍କାର ସୁନା ଅଳଙ୍କାର ମାନ ଲୁଟି ନେଉଛନ୍ତି। ତେବେ ନିକଟରେ ଜଣେ ଦୂର୍ବୁକ୍ତ ଲୁଟ ପାଇଁ ଏକ ନୂତନ ଉପାୟ ଆପଣାଇଛି । ଗ୍ରାହକ ସାଜି ଆସି ସୁନା ଅଳଙ୍କାର ଦୋକାନରୁ ସୁନା ଅଳଙ୍କାର ଲୁଟି ନେଇଛି।

ତେବେ ସମ୍ପୂର୍ଣ୍ଣ ଲୁଟ ର ଦୃଶ୍ୟ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି।ତେବେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣାଟି ଘଟିଛି ବାଲେଶ୍ଵର ଜିଲ୍ଲାରେ। ସୂଚନା ଅନୁଯାୟୀ, ବାଲେଶ୍ଵର ଜିଲ୍ଲା ସୋର ଥାନା ଅନ୍ତର୍ଗତ ବଦଖୁରି ଛକରେ ଥିବା ଜଗଦାତ୍ରି ସୁନା ଦୋକାନରୁ ହୋଇଛି ଏହି ଲୁଟ। ଦୋକାନ ମାଲିକଙ୍କ କହିବାନୁଯାୟୀ, ସବୁ ଗ୍ରାହକ ମାନଙ୍କ ଭଳି ସେଦିନ ଦୁ-ର୍ବୁ-କ୍ତ ଜଣକ ମଧ୍ୟ ଗ୍ରାହକ ବେଶରେ ଆସି ଦୋକାନୀ ଜଣକୁ ଏକ ସୁନା ହାର ଦେଖେଇବାକୁ କହିଥିଲେ।

ଦୋକାନୀ ଜଣକ ଏହି ସମୟରେ ତାଙ୍କୁ ଏକ ୧୪ ଗ୍ରାମର ସୁନା ହାର ଦେଖେଇଥିଲେ। ହେଲେ ଏହି ସମୟରେ ଅନ୍ୟ ଦୁଇ ଜଣ ମହିଳା ଗ୍ରାହକ ଦୋକାନକୁ ପାଉଁଜି କିଣିବାକୁ ଆସିବାରୁ, ଦୋକାନୀ ଜଣକ ଦୋକାନର ଭିତର ପଟକୁ ପାଉଁଜି ଆଣିବାକୁ ଯାଇଥିଲେ। ଠିକ୍ ଏହି ସମୟରେ ସୁନାହାର ଦେଖୁଥିବା ବ୍ୟକ୍ତି ଜଣକ ୧୪ ଗ୍ରାମର ସୁନା ହାର ଧରି ଚଂ-ପ-ଟ ମା-ରି-ଥି-ଲେ। ପାଖରେ ମହିଳା ଦ୍ବୟ ଥିଲେ ମଧ୍ୟ ସେମାନେ ବ୍ୟକ୍ତି ଜଣକୁ ଧ୍ୟାନ ଦେଇନଥିଲେ। ଦିନ ଦ୍ବିପହରରେ ସଭିଙ୍କ ଦୃଷ୍ଟି ଆଢ଼ୁଆଳରେ ସୁନା ହାର ଧରି ଦୌଡ଼ି ପଳାଇ ଥିଲା ଦୁର୍ବୁକ୍ତ ଜଣକ।

ଦୋକାନୀ ଜଣକ ପାଉଁଜି ନେଇ ବାହାରକୁ ଆସିଲା ବେଳକୁ ନା ଥିଲା ସେଠାରେ ସେ ଗ୍ରାହକ ନା ସୁନା ହାର। ତେବେ ଏହି ଲୁଟ ର ସମ୍ପୁର୍ଣ୍ଣ ଦୃଶ୍ୟ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି। ଦୋକାନୀ ଜଣକ ଏ ସମ୍ପର୍କରେ ସୋର ଥାନାରେ ଅଭିଯୋଗ କରିଛନ୍ତି। ସୋର ପୋଲିସ ମଧ୍ୟ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଜାରି ରଖିଛି। ତେବେ ଏହା ପ୍ରଥମ ଥର ନୁହେଁ। ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି ଯେଉଁଠି ଦୁ-ର୍ବୁ-କ୍ତ ମାନେ ଗ୍ରାହକ ବେଶରେ ଆସି ସମସ୍ତଙ୍କ ଆଖି ଆଗରେ ସୁନା ଅଳଙ୍କାର ଲୁଟି ନେଉଛନ୍ତି। ତେଣୁ ଏଥିପ୍ରତି ସତର୍କ ରହିବା ନିହାତି ଜରୁରୀ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ରାଜ୍ୟ ସରକାର ଙ୍କ ନିଷ୍ପତି , ଏଣିକି ଶବ୍ଦ ପ୍ରଦୂଷଣ କଲେ ଦେବେ 1 ଲକ୍ଷ ଟଙ୍କାର ଜୋରିମାନା

ଆଜିକାଲି ବଡ଼ ବଡ଼ ସହର ମାନଙ୍କରେ ସବୁଠାରୁ ବଡ଼ ସମସ୍ୟା ସାଜିଛି ଶବ୍ଦ ପ୍ରଦୂଷଣ। କେମିତି ବି ନହେବ ଯେଉଁ …

Leave a Reply

Your email address will not be published. Required fields are marked *