Breaking News

ଗୁଗଲ ମ୍ଯାପ ଧରାପକାଇଲା ରାସଲୀଳା . . .

ଆପଣ ମାନେ ବୋଧ ହୁଏତ ଜାଣିଥିବେ ଆମେରିକା ଏବଂ ୟୁରୋପ ସହ ବିଶ୍ୱର ଅନେକ ଦେଶର ପ୍ରକୃତ ସମୟ ଟ୍ରାଫିକ୍‌ ଏବଂ ରିଅଲ୍‌ ଟାଇମ୍‌ ଭ୍ୟୁଉ ଦେଖାଇଥାଏ । ପେରୁର ରାଜଧାନୀ ଲିମାରେ ମଧ୍ୟ ଏହି ରିଅଲ୍‌ ଟାଇମ୍‌ ବା ପ୍ରକୃତ ସମୟର ଭିଡିଓ ଦେଖାଇଥାଏ । କେତକ ସୁରକ୍ଷା ଗତ କାରଣ ଯୋଗୁଁ ଭାରତରେ ଏପରି ହୋଇ ନଥାଏ । ଭାରତରେ ରିଅଲ ଟାଇମ୍‌ ଭିଉ ଦେଖାଯାଇ ନଥାଏ ।


ଦୁଇଟି ସ୍ଥାନ ମଧ୍ୟରେ ଥିବା ଦୂରତା ଗୁଗଲ୍‌ ମ୍ୟାପ ଦେଖାଇଥାଏ । ଆପଣ କେଉଁସ୍ଥାନରେ ଅଛନ୍ତି ତାହାର ଲୋକେସନ୍‌ ମଧ୍ୟ ଏହା ଦେଖାଇଥାଏ । ଏପରି ଟ୍ରାଫିକ୍‌ର ସ୍ଥିତି ଦେଖାଇଥାଏ । ବିଭିନ୍ନ ଦେଶରେ ଏହା ରିଅଲ୍‌ ଟାଇମ୍‌ ଟ୍ରାଫିକ୍‌ ସହ କାର , ବାଇକ ଏବଂ ଲ୍ୟାମ୍ପ ପୋଷ୍ଟ ସହ ଟ୍ରାଫିକ୍‌ ସିଗନାଲ୍‌ କେଉଁ ରଙ୍ଗର ଅଛି ମଧ୍ୟ ଦେଖାଇଥାଏ । ଏଥିପାଇଁ ଗୁଗୁଲ୍ ପକ୍ଷରୁ ବିଭିନ୍ନ ସହରମାନଙ୍କରେ ୩୬୦ ଡିଗ୍ରୀ କ୍ୟାମେରା ଲଗାଯାଇଛି ।

ପେରୁରେ ଜଣେ ମହିଳାଙ୍କ ପାଇଁ ଏହା ମହଙ୍ଗା ସାବ୍ୟାସ୍ତ ହୋଇଛି । ତାଙ୍କର ସ୍ତ୍ରୀ ଏକ ବ୍ରିଜ ଉପରେ ଥିବା ବେଳେ ସେ ଅନ୍ୟ ଏକ ଠିକଣା ଖୋଜିଥିଲେ । ସେଠାରୁ ଦୂରତା ଦେଖିବା ସହ ସେହିସ୍ଥାନକୁ ଯିବା ପାଇଁ ରାସ୍ତା ଗୁଗୁଲ୍‌ ମ୍ୟାପରେ ଦେଖିଥିଲେ । ସେ ଟ୍ରାଫିକ୍‌ର ସ୍ଥିତି ଦେଖିବା ପାଇଁ ଚାହିଁଥିଲେ । ଏଥିପାଇଁ ସେ ରିଅଲ୍ ଟାଇମ୍‌ କ୍ୟାମେରାର ସାହାଯ୍ୟ ନେଇଥିଲେ । ସେହି ସମୟରେ ସେ ଷ୍ଟ୍ରିଟ୍‌ ଭିଉ ମୋଡ କୁ ଯାଇଥିଲେ । ଏଥିରେ ବ୍ରିଜ କଡରେ ଥିବା ଚେୟାର ଉପରେ ଜଣେ ପୁରୁଷ ଏବଂ ମହିଳା ଆଲିଙ୍ଗନ ମୁଦ୍ରାରେ ବସିଥିଲେ । ସେ ଏହାକୁ ବଡ କରି ବା ଜୁମ୍‌ କରି ଦେଖିଥିଲେ । ବସିଥିବା ମହିଳା ଏବଂ ପୁରୁଷଙ୍କର ମୁହଁ ଚିହ୍ନା ଚିହ୍ନା ଲାଗିଥିଲା । ଦେଖିବା ବେଳେକୁ ତାଙ୍କର ସ୍ତ୍ରୀ ଅନ୍ୟ ଜଣଙ୍କର ସହ ଆଲିଙ୍ଗନ ମୁଦ୍ରାରେ ବସିଥିଲେ ।


ପୁରୁଷ ଜଣକ ଏହାର ସ୍କ୍ରିନ୍‌ ସଟ୍‌ ନେଇଥିଲେ । ପୁରୁଷ ଜଣଙ୍କ ନୀଳ ରଙ୍ଗର ଜିନ୍‌ ପ୍ୟାଣ୍ଟ ପିନ୍ଧିଥିବା ବେଳେ ମହିଳା ଜଣଙ୍କ କଳା ରଙ୍ଗର ପୋଷାକ ପିନ୍ଧିଥିଲେ । ଏହାପରେ ସେ ତାଙ୍କର ପତ୍ନୀଙ୍କୁ ଏ ବିଷୟରେ ପଚାରିଥିଲା । ତାଙ୍କ ପତ୍ନୀ ଅନ୍ୟ ଜଣେ ପୁରୁଷଙ୍କ ସହ ସମ୍ପର୍କ ଥିବା କଥା ସ୍ୱୀକାର କରିଥିଲେ । ପରେ ବ୍ୟକ୍ତି ଜଣଙ୍କ ଅଦାଲତର ଦ୍ୱାରସ୍ଥ ହେବା ସହ ବିଚ୍ଛେଦ ପାଇଁ ଆବେଦନ କରିଥିଲେ । ଏହି ଘଟଣାପରେ ଦୁଇଜଣଙ୍କର ବିବାହ ବିଚ୍ଛେଦ ହୋଇଛି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଏଣିକି ବ୍ୟାଙ୍କ୍ ଏଟିଏମ୍ ରୁ ଟଙ୍କା ଉଠାଇଲେ ଗ୍ରାହକ ମାନଙ୍କୁ ଦେବାକୁ ପଡ଼ିବ ଫାଇନ

ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ଼ ନିଷ୍ପତି। ବ୍ୟାଙ୍କ ଗ୍ରାହକ ମାନଙ୍କ ପାଇଁ ବଡ଼ ଖବର। ଏଣିକି ଏଟିଏମ୍ ରୁ ଟଙ୍କା …

Leave a Reply

Your email address will not be published. Required fields are marked *