Breaking News

ଘରୁ ଲୁଚି କରି ଚାଲି ଆସିଥିଲେ ! ଆଜି ଯଲିଉଡର ଚୁଲବୁଲି ଅଭିନେତ୍ରୀ।

ଘରେ ଅନୁମତି ନମିଳିବାରୁ ଘରୁ ଲୁଚି କରି ଚାଲି ଆସିଥିଲେ ଗାଁରେ ପଡ଼ିଥିବା ଯାତ୍ରା ପାର୍ଟିର ସାଙ୍ଗରେ। କେବଳ ପିନ୍ଧିବା ପାଇଁ ନିଜ ସହ ଆଣିଥିଲେ ଗୋଟିଏ ମାତ୍ର ଫ୍ରକ୍ ଏବଂ ଏହାରି ଭିତରେ ବାଇଶ ବର୍ଷ ବିତିଗଲାଣି। ଏହି କୁନି ଝିଅ ଏବେ ପ୍ରଭାସିନୀ ପାଣିଗ୍ରାହୀ ଓରଫ୍ ମାମା ବନି ଗଲେଣି ଯଲିଉଡର ଚୁଲବୁଲି ଅଭିନେତ୍ରୀ।


ସେ ଝିଅ ଟି ଭଦ୍ରକ ବାସୁଦେବପୁର ବ୍ଲକ୍ ବ୍ରହ୍ମଗାଁ ବୈକୁଣ୍ଠପୁରର ମୁକ୍ତିକାନ୍ତ ପାଣିଗ୍ରାହୀଙ୍କ ବଡ଼ ଝିଅ ମାମା ଅଟନ୍ତି। ପିଲାବେଳୁ ଘରର ଆର୍ଥିକ ଦୁରବସ୍ଥା ତାଙ୍କୁ ରୋଜଗାରମନସ୍କ କରିଥିଲା ।ନିଜ ଆଡ଼ୁ ପରିଚାଳକଙ୍କୁ ଯାତ୍ରା ପାର୍ଟିରେ କାମ କରିବାର ପ୍ରସ୍ତାବ ଦେଲାବେଳକୁ ତାଙ୍କୁ ହୋଇଥିଲା ମାତ୍ର ନଅ ବର୍ଷ। କାହାକୁ କିଛି ନଜଣାଇ ଯାତ୍ରା ପାର୍ଟିରେ ଗାଡ଼ିରେ ଚାଲି ଆସିଲେ ଆଉ ଆଖଡ଼ା ଶାଳ ପାଲଟି ଯାଇଥିଲା ମାମାଙ୍କ ନୂଆ ଠିକଣା। ପ୍ରଥମେ ଛୋଟ କଳାକାର ଆଉ ପରେ ଡ୍ୟାନ୍ସରୁ ଆରମ୍ଭ ହେଲା `ତାଙ୍କ ଯଲିଉଡ୍ କ୍ୟାରିଅର୍।


ବିନା ଗଡ୍ ଫାଦରରେ କେବଳ ସଂଘର୍ଷ ଆଉ ସଂଘର୍ଷ କରି ମାମା ଯାତ୍ରା ଦୁନିଆରେ ଆଗକୁ ବଢ଼ିଛନ୍ତି। ଇଣ୍ଡଷ୍ଟ୍ରୀର ନିର୍ଭରଯୋଗ୍ୟ ଅଭିନେତ୍ରୀ ଅବା ସଫଳ ନାୟିକା ହେବାକୁ ତାଙ୍କ ଆଖିରେ ଥିଲା ଆଖିଏ ସ୍ୱପ୍ନ। ଏ ସ୍ୱପ୍ନକୁ ଧରିବାର ବିଧିବଦ୍ଧ ରାସ୍ତା ଦେଇଥିଲା ଇଷ୍ଟର୍ଣ୍ଣ ରେଡ୍ ।
ନାଟକର ନାଁ ଥିଲା ‘ମୁଁ ତୋ’ର କଅଣ ହେବି’। ବହି ହିଟ୍ ହେଲା ଓ ଇଣ୍ଡଷ୍ଟ୍ରୀରେ ମାମାଙ୍କ ଜଲୱାର ଚର୍ଚ୍ଚା ବି ଜୋର୍ ଧରିଲା। ତେବେ ପ୍ରଥମ କରି ଏପରି ଏକ ଇଷ୍ଟର୍ଣ୍ଣ ରେଡ୍‌ରେ ତାଙ୍କୁ ମିଳିଲା ପାର୍ଶ୍ୱ ନାୟିକାର ଚ୍ୟାଲେଞ୍ଜିଂ ରୋଲ୍।


ପରବର୍ଷ ମାମା ଆସିଲେ ‘ଓଁ ଶ୍ରୀ ଗଣନାଟ୍ୟ’କୁ। ‘ସବୁ ସହର ଶ୍ୱଶୁର ଘର’ ନାଟକରେ ମୁଖ୍ୟ ଚରିତ୍ରରେ ଅଭିନୟର ସୁଯୋଗ ମିଳିବା ପରେ ଆଉ ପଛକୁ ଫେରି ଚାହିଁବାର ମୁଡ୍‌ରେ ନଥିଲେ ମାମା। କେବେ ଚୁଲବୁଲି ନାୟିକା ସାଜି ଦର୍ଶକଙ୍କୁ ମତୁଆଲା କରିଛନ୍ତି ତ ଆଉ କେବେ ପାର୍ଶ୍ୱ ନାୟିକାର ପ୍ୟାଥେଟିକ୍ କ୍ୟାରେକ୍ଟରରେ ଲୁହରେ ଭିଜାଇଛନ୍ତି। ପୁଣି କେବେ ପ୍ରତିଶୋଧପରାୟଣ ଖଳନାୟିକାର ଭୂମିକାରେ ଭରିଛନ୍ତି ଯାବତୀୟ ରୋମାଞ୍ଚ।


ସେ ପ୍ରାୟ ୫୦ରୁ ଅଧିକ ନାଟକରେ ଅଭିନୟ କରିଥିଲେ ଯଥା ‘ମୁଁ ତୋ’ର କଅଣ ହେବି’, ‘ଅହେ ସୁଲକ୍ଷଣୀ’, ‘ବାଘ ମାମୁଁ’, ‘ସବୁ ସହର ଶ୍ୱଶୁର ଘର’, ‘ମଣିଷଖିଆ ମଣିଷ’, ‘ହେ ଈଶ୍ୱର ନମସ୍କାର’, ‘କେମିତି କହିବି କିଏ ନିଜର’, ‘ପବିତ୍ର ପାପ’, ‘ବାଦମବାଡ଼ିର ବଦମାସ ଝିଅ’, ‘ରାଜଧାନୀ ଗୋରୀ ନୁହେଁ କାହାରି’, ‘ମନେ ରଖିଛନା ଭୁଲି ଯାଇଛ’, ‘ଦୁନିଆ କହିବ କିଏ ମୋ ସ୍ୱାମୀ’, ‘ମୁଁ ମନ୍ତ୍ରୀ ପୁଅର ରକ୍ଷିତା’, ‘ବେଶ୍ୟା ପାଳୁଛି ସାବିତ୍ରୀ ବ୍ରତ’, ‘ଗୁପ୍ତ ସମ୍ପର୍କ’, ‘ଅଙ୍ଗନବାଡ଼ି ଦିଦି’, ‘ଭାଇ ଭଉଣୀର ନୂଆ କାହାଣୀ’, ‘ସୁନା କଣ୍ଢେଇ’, ‘ଗଲା କଥା ପାଶୋରି ଦିଅ’, ‘ମାଣିକକୁ କିଏ ମାଇଲା ମାଡ଼’, ‘କହିବାକୁ ଲାଜ ଲାଗୁଛି’ ଓ ‘ବାଜୁଥାଉ ଯେତେ ନିନ୍ଦା ନାଗରା’ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *