Breaking News

ଘରର ଏହି ସବୁ ସ୍ଥାନରେ ଦର୍ପଣ ରଖୁଥିଲେ ହୋଇଯାନ୍ତୁ ସାବଧାନ !

ହିନ୍ଦୁ ଧର୍ମରେ ବାସ୍ତୁଶାସ୍ତ୍ରର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଘରେ କିଭଳି ଭାବରେ ସୁଖ ଶାନ୍ତି ବଜାୟ ରହିବ ଏ ସମ୍ଵନ୍ଧରେ ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏଭଳି କିଛି ଜିନିଷ ରହିଛି ଯାହାକୁ ମାନି ଚଳିବା ଦ୍ଵାରା ଘରେ ଅନେକ ସୁଖ ସମୃଦ୍ଧି ଦେଖାଦେଇଥାଏ। ବାସ୍ତୁ ଶାସ୍ତ୍ର ମତରେ ଗୃହରେ ସୁଖ ଶାନ୍ତି ବଜାୟ ରଖିବାରେ ଓ ସକାରାତ୍ମକ ଭାବନା ଆଣିବାରେ ଘରର ସାଜସଜ୍ଜା ଓ ଚତୁଃପାର୍ଶ୍ଵର ଯଥେଷ୍ଟ ଭୂମିକା ରହିଛି। ତେଣୁ ବାସ୍ତୁ ଶାସ୍ତ୍ରକୁ ମାନି ଘରର ସମସ୍ତ ଜିନିଷ ସଠିକ୍ ସ୍ଥାନରେ ରଖିବା ଦ୍ଵାରା ଗୃହରେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହିତ ସକାରାତ୍ମକ ଭାବନା ଲାଗି ରହିଥାଏ। ବାସ୍ତୁବିତ୍ ମାନଙ୍କ ମତରେ , ଘରେ ଥିବା ଦର୍ପଣକୁ ମଧ୍ୟ ଏକ ସଠିକ୍ ସ୍ଥାନରେ ରଖିବା ଉଚିତ୍। ଯଦି ଏପରି ନକରାଯାଏ ତେବେ ଗୃହରେ ନାନାଦି ସମସ୍ୟା ଉପୂଜିଥାଏ।


ବାସ୍ତୁଶାସ୍ତ୍ର ଅନୁଯାୟୀ, ସକରାତ୍ମକ ଶକ୍ତି ସର୍ବଦା ପୂର୍ବ ଦିଗରୁ ପଶ୍ଚିମ ଦିଗକୁ ଓ ଉତ୍ତର ଦିଗରୁ ଦକ୍ଷିଣ ଦିଗକୁ ଗତି କରିଥାଏ। ତେଣୁ କରି ଘରେ ଥିବା ଦର୍ପଣ କୁ ସର୍ବଦା ପୂର୍ବ କିମ୍ବା ଉତ୍ତର କାନ୍ଥରେ ରଖିବା ଉଚିତ୍। ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ ଲଗା ଯାଇଥିବା ଦର୍ପଣ ସର୍ବଦା ବିପରୀତ ଦିଗରୁ ଆସୁଥିବା ଶକ୍ତିକୁ ପ୍ରତିଫଳିତ କରେ ଯାହାକୁ ଆଦୌ ଶୁଭ ନୁହେଁ। ତେଣୁ ଘରେ ଦର୍ପଣ ରଖିବାର ସର୍ବୋତ୍ତମ ସ୍ଥାନ ପୂର୍ବ ଦିଗ, ଉତ୍ତର ଦିଗ କିମ୍ବା ଉତ୍ତର – ପୂର୍ବ ଦିଗ ହୋଇଥାଏ। ଏହି ଦିଗରେ ଦର୍ପଣ ରଖିବା ଦ୍ଵାରା ଘରେ ସର୍ବଦା ସୁଖ ଶାନ୍ତି ଲାଗି ରହିଥାଏ । ସର୍ବଦା ଧ୍ୟାନ ରଖିବା ଆବଶ୍ୟକ ଯେପରି ଦର୍ପଣ ଦେଖିଥିବା ଲୋକଟିର ମୁଁହ ପୂର୍ବ ବା ଉତ୍ତର ଦିଗ ପଟକୁ ରହୁଥିବ।


ସେହିପରି ଯଦି ଆପଣ ଆଲମାରୀ ସମ୍ମୁଖରେ ଦର୍ପଣ ରଖୁଛନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। କାରଣ ଆଲମାରୀ ଛବି ଦର୍ପଣରେ ପ୍ରତିଫଳିତ ହୋଇଥାଏ । ଯାହା ଦ୍ଵାରା ଗୃହରେ ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ ଓ ଗୃହରେ ଧନର ଅଭାବ ଦେଖାଦେଇନଥାଏ।ସେହିଭଳି ବାସ୍ତୁଶାସ୍ତ୍ର ଅନୁଯାୟୀ, ଦର୍ପଣର କୌଣସି ବି ସ୍ଥାନ ଟିକେ ବି ଭାଙ୍ଗିବା ଉଚିତ୍ ନୁହେଁ। ଏହା ଦ୍ବାରା ଅନେକ ସମସ୍ୟା ଦେଖାଦେଇଥାଏ।ତେଣୁ ଭଙ୍ଗା ଦର୍ପଣ ଗୃହରେ ଥିଲେ ଏହାକୁ ତୁରନ୍ତ ଫିଙ୍ଗି ଦିଅନ୍ତୁ। ନଚେତ୍ ପରିବାର ଉପରେ ଏହାର ନକାରାତ୍ମକ ଶକ୍ତି ପଡ଼ିଥାଏ।

ସେହିପରି ଦର୍ପଣକୁ ସର୍ବଦା ପରିଷ୍କାର ରଖିବା ଉଚିତ୍।ଯଦି ଶୋଇବା ଘରେ ଦର୍ପଣ ଅଛି ତେବେ ଏଥିପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍। ସବୁବେଳେ ଧ୍ୟାନ ରଖିବେ ଯେପରି ଶୋଇଲା ସମୟରେ କୌଣସି ବି ଅଙ୍ଗ ଦର୍ପଣରେ ପ୍ରତିଫଳିତ ନହୁଏ। ନଚେତ୍ ଏହା ଦ୍ଵାରା ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦିଏ। ଯଦି ଘର ଛୋଟ ହେବା କାରଣରୁ ଆପଣ ଶଯ୍ୟା ସାମ୍ନାକୁ ଦର୍ପଣ ରଖୁଛନ୍ତି ତେବେ ରାତିରେ ଶୋଇବା ସମୟରେ ଏଥିରେ ଏକ କପଡା ଘୋଡାଇ ଦିଅନ୍ତୁ।

 

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ମାତ୍ର ୩ ଦିନ ଖାଲି ପେଟରେ ଖାଆନ୍ତୁ ବେଲ ପତ୍ର ଭଲ ହୋଇଯିବ ଏହି ସବୁ ବଡ ବଡ ରୋଗ – Ayurvedic Tips

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ହିନ୍ଦୁ ଧର୍ମ ରେ ଭଗବାନ ଶିବ ଙ୍କୁ ସବୁଦିନ ହଜାର ହଜାର …

Leave a Reply

Your email address will not be published. Required fields are marked *