ବନ୍ଧୁଗଣ ବସ୍ତୁ ଶାସ୍ତ୍ର ମତରେ ଘରର ଅଗଣା ଓ ଚାରି ପାଖରେ କଣ ସବୁ ରହିଲେ ଘରକୁ କାଙ୍ଗାଳ ଘଟି ଥାଏ ଏବଂ କଣ ସବୁ ରହିଲେ ଧନ ମିଳିଥାଏ | ଘରର ଚାରି ପାଖରେ ଜକନ ସବୁ ରହିଲେ କି ପ୍ରକାରର ସମସ୍ୟା ଆସିଥାଏ | ବନ୍ଧୁଗଣ ପୂର୍ବ ଉତର ପଶ୍ଚିମ ରେ ତେନ୍ତୁଳି ଗଛ ରହିବା ଦ୍ୱାରା ଗୁହାରେ ନାନା ପ୍ରକାରର ସମସ୍ୟା ଦେଖା ଯାଇଥାଏ | ତେନ୍ତୁଳି ଗଛ ନକରତ୍ମକ ଗଛ ଏଥିରେ ସମସ୍ତ ପ୍ରକାରର ନକରତ୍ମକତା ଭରି ରହିଥାଏ ଏବଂ ପୂର୍ବ ପୁରୁଷଙ୍କ ମତରେ ତେନ୍ତୁଳି ଗଛରେ ଭୁତ ପେତ ବାସ କରିଥାନ୍ତି କାରଣ ତେନ୍ତୁଳି ଗଛ ଏମାନଙ୍କର ଅତି ପ୍ରିୟ ଗଛ ହୋଇଥାଏ |
ଘରର ଚାରି ପାକରେ କଣ୍ଟା ଜାତୀୟ ଗଛ ରହିବା ବାସ୍ତୁ ମତରେ ଅଶୁଭ ହୋଇଥାଏ ଯେପରିକି ବରକୋଳି ଗଛ ନାଗଫେଣୀ ଗଛ ସିଜୁ କଣ୍ଟା ଗଛ ଏହା ଘରର କୌଣସି ଦିଗରେ ରହିବା ଅତ୍ୟନ୍ତ ଅଶୁଭ ଦାୟକ ହୋଇ ଥାଏ ଏବଂ ଘରକୁ ଅଶୁଭ ଫଳ ଦେଇଥାଏ ଏହା ସହିତ ଡ଼ିମିରି ଗଛ ଏବଂ ଆତ ଗଛ ଘରର ନିକଟରେ ରହିଲେ ଏହା ଘର ପ୍ରତି ଅନେକ ଅଶୁଭ ହୋଇଥାଏ ଯାହାଫଳରେ କି ରୋଗ ଶୋକ ଦରିଦ୍ରତା ମାଡି ଆସିଥାଏ |
ବନ୍ଧୁଗଣ ଘରର ଦକ୍ଷିଣ ପଶ୍ଚିମରେ ନାଲ କୂପ ଗଡିଆ ପୋଖରି ଏହା ସବୁ ରହିଲେ ଘରର ଲୋକ ମାନଙ୍କର ମାନସିକ ଆସନ୍ତି ବୃଦ୍ଧି ପାଇଥାଏ ଏବଂ ମାନସିକ ରୋଗ ମଧ୍ୟ ବୃଦ୍ଧି ପାଇଥାଏ ଏବଂ ଧନ ହାନି ଦରିଦ୍ରତା ମଧ୍ୟ ଦେଖିବାକୁ ମିଳିଥାଏ | ଏହାର ପ୍ରତିକାର ପାଇଁ ଘରର ଚାରି ପାଖରେ ତୁଳସୀ ଗଛ ଲଗେଦିଅନ୍ତୁ ଘରର ମୁଖ୍ୟ ଦ୍ଵାରର କିଛି ଦୂରରେ ଶ୍ୱେତ ଅରଖ ଗଛ ଲଗାଇଦିଅନ୍ତୁ |
ଘରର ଦକ୍ଷିଣ ଓ ପଶ୍ଚିମ ଦିଗରେ ଦେବଦାରୁ ଗଛ ଏବଂ ବେଳ ଗଛ ଲଗାଇଲେ ଘରକୁ ଅନେକ ଶୁଭ ଶକ୍ତି ବା ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ ଏବଂ ସମସ୍ତ ନକରତ୍ମକତା ଦୂର କରିଥାଏ ଘରର ଉତ୍ତର ପୂର୍ବ କୋଣରେ ବା ଐଶାନ୍ୟ କୋଣରେ କିମ୍ବା ଉତ୍ତର ଦିଗରେ ଡାଳିମ୍ବ ଗଛ ଏବଂ ବେଳ ଗଛ ଲଗାଇବା ଦ୍ୱାରା ଘରକୁ ଅନେକ ଶୁଭ ଶକ୍ତି ଆସିଥାଏ ଏବଂ ଘରେ ଥିବା ସମସ୍ତ ପ୍ରକାରର ସମସ୍ୟା ମାନ ଦୂର ହୋଇଥାଏ ଘରେ ଏକ ପ୍ରକାରର ସମାନତା ଦେଖିବାକୁ ମିଳିଥାଏ |
ବନ୍ଧୁଗଣ ଘରର ଭିତର ଓ ଘରର ବାହାରକୁ ମଧ୍ୟ ସଫା ସୁତୁରା ରଖିବା ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ ଏହା ସହିତ ମାତା ଲକ୍ଷ୍ମୀଙ୍କର ଆଗମନ ମଧ୍ୟ ହୋଇଥାଏ ଘରର ଚାରି ପାକରେ ଅଳିଆ ଅପରିଷ୍କାର ରହିଲେ ମାତା ଲକ୍ଷ୍ମୀଙ୍କ କୋପ ଦୃଷ୍ଟି ଘର ଉପରେ ପଡିଥାଏ |ଏବଂ ମାତା ଲକ୍ଷ୍ମୀ ଏହି ଘର ଛାଡି ପଳାଇଯାନ୍ତି ଏଣୁ ଘରେ ସୁଖ ଶାନ୍ତିରେ ରହିବ ଚାହୁଁଥିଲେ ଏହି ସବୁ ବସ୍ତୁର ନିୟମ ମାନ ପାଳିବାକୁ ପଡିବ |
Check Also
ଆପଣ କେବେ ରାସ୍ତାରୁ ଟଙ୍କା ପାଇଛନ୍ତିକି ଜାଣି ରଖନ୍ତୁ ଏହି କଥା, ହୋଇ ଯାଆନ୍ତୁ ସାବଧାନ ନହଲେ ହୋଇ ପାରେ ଏହି ସବୁ ଅସୁବିଦା |
ବନ୍ଧୁଗଣ ଯଦି ଆପଣ ରାସ୍ତାରୁ ପଇସା ପାଇଛନ୍ତି ତେବେ ଜାଣି ନିଅନ୍ତୁ ତାହାର ଅର୍ଥ କଣ ହୋଇପାରେ ବାଟରେ ଚାଲୁ …