Breaking News

ଦେଖନ୍ତୁ Vairal ଭିଡିଓ – ଗଣମାଧ୍ୟମ ସାମ୍ନାରେ ବାଉଳି ହେଲେ ଅନୁଭବ , ଅଜବ ଉତ୍ତର ଦେଇ ….

ବେଶ କିଛି ମାସ ହେବ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ସ୍ୱାମୀ ସାଂସଦ ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ଓଲିଉଡ଼ ଇଣ୍ଡଷ୍ଟ୍ରିର ଏହି ଲୋକପ୍ରିୟ ଯୋଡିକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଏ ସଂକ୍ରାନ୍ତରେ ମାମଲା କୋର୍ଟରେ ଚାଲିଥିବା ବେଳେ କଥା ଯାଇ ଛାଡପତ୍ର ଦେବା ପର୍ଯ୍ୟନ୍ତ ପହଞ୍ଚିଛି। ତେବେ ଶୁକ୍ରବାର କଟକ ଫ୍ୟାମିଲି କୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶନୀ । ବିବାହ ବିଚ୍ଛେଦ ମାମଲାର ଆପୋଷ ବୁଝାମଣା କରିବା ପାଇଁ ଫ୍ୟାମିଲ କୋର୍ଟକୁ ଉଭୟଙ୍କୁ ଡକା ଯାଇଥିଲା ।

ଶେଷରେ ବହୁ ବାଦବିବାଦ ପରେ ଉଭୟ ଶୁକ୍ରବାର କୋର୍ଟରେ ହାଜର ହୋଇଛନ୍ତି । ତେବେ ଫ୍ୟାଲିଲି କୋର୍ଟରୁ ଆପୋଷ ବୁଝାମଣା ପାଇଁ ହାଜର ହୋଇ ଫେରିବା ପରେ ଗଣମାଧ୍ୟମ ପ୍ରତିନିଧି ମାନେ ଯେତେବେଳେ ଅନୁଭବଙ୍କ ଠାରୁ ମାମଲା ସଂକ୍ରାନ୍ତ ପ୍ରତିକ୍ରିୟା ନେବାପାଇଁ ଚେଷ୍ଟା କରିଥିଲେ ସେତେବେଳେ ଏହାର ବଡ଼ ଅଜବ ପ୍ରତିକ୍ରିୟା ରଖିଥିଲେ ସାଂସଦ ଅନୁଭବ ମହାନ୍ତି। ପ୍ରତିନିଧି ମାନଙ୍କର ପ୍ରଶ୍ନର ପ୍ରଥମ ପ୍ରତିକ୍ରିୟା ରଖି ସେ କହିଥିଲେ, ” ମୁଁ ଆଜି ବାରବାଟୀ ଷ୍ଟଡିୟମ ନ ଯାଇ ଆପଣ ମାନଙ୍କୁ ଦେଖା କରିବାକୁ ଏଠାକୁ ଆସିଥିଲି”। ତେବେ ଏଭଳି ଅଜବ ଉତ୍ତର ଦେଇ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଅନୁଭବ।

ତେବେ ଏହା ପ୍ରଥମ ଥର ନୁହେଁ, ଆଗରୁ ଅନେକ ଥର ମଧ୍ୟ ଗଣମାଧ୍ୟମ ଆଗରେ ଏଭଳି ଅଜବ ପ୍ରତିକ୍ରିୟା ତାଙ୍କ ମୁହଁରୁ ଶୁଣିବାକୁ ମିଳିଛି । ଅନ୍ୟପଟେ ବର୍ଷା ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନକୁ ଏଡାଇ ଯାଇଥିଲେ।
ସୂଚନା ଥାଉ କି, ଉଭୟଙ୍କ ଛାଡପତ୍ର ନେଇ କଟକ ଫ୍ୟାମିଲି କୋର୍ଟରେ ମାମଲା ଦାୟର ହୋଇଥିଲା। ପ୍ରଥମେ ଆପୋଷ ବୁଝାମଣା ପାଇଁ କୋର୍ଟ ପରାମର୍ଶ ଦେଇଥିଲେ । ଏବଂ ଏହି ପରାମର୍ଶ ମୁତାବକ ଉଭୟଙ୍କୁ ଫ୍ୟାମିଲି କୋର୍ଟଙ୍କୁ ଡକାଯାଉଛି । କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆଗରୁ ଅନୁଭବ ୩ ଥର ଫ୍ୟାମିଲ କୋର୍ଟରେ ହାଜର ହୋଇଛନ୍ତି, କିନ୍ତୁ କୌଣସି ଅସୁବିଧା କାରଣରୁ ବର୍ଷା ଆସି ପାରିନଥିଲେ ।

ଯେଉଁଥିପାଇଁ ଉଭୟଙ୍କ ଭିତରେ ଲାଗି ରହିଥିବା ଛାଡ଼ପତ୍ର ମାମଲାର ସମାଧାନ ହୋଇପାରୁନଥିଲା। ହେଲେ ଶେଷରେ ଶୁକ୍ରବାର ଉଭୟ କଟକ ଫ୍ୟାମିଲି କୋର୍ଟ ହାଜର ହୋଇଥିଲେ। ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଲାଗି ରହିଥିବା ବିବାଦ ସମାଧାନ ପାଇଁ କୋର୍ଟ ପକ୍ଷରୁ ଅନେକ ସମୟ ଧରି ବୁଝାସୁଝା କରାଯାଇଥିଲେ ମଧ୍ୟ ସେଥିରେ କୌଣସି ସହମତି ପ୍ରକାଶ ପାଇନଥିବା ଜଣାପଡ଼ିଛି। ତେଣୁ ଏଥିପାଇଁ ଆଉ ଗୋଟିଏ ତାରିଖ ଧାର୍ଯ୍ୟ କରିଛନ୍ତି। ଆସନ୍ତା ୧୪ ତାରିଖରେ ଉଭୟ ପୁଣିଥରେ ହାଜର ହେବା ପାଇଁ କୁହାଯାଇଛି। ସେହି ଦିନ ଯଦି ମାମଲା ସମାଧାନ ନହୁଏ, ତାହାହେଲେ କୋର୍ଟ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବେ ବୋଲି ଜଣାପଡ଼ିଛି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

13 ବର୍ଷର ପୁଅ ସହ 33 ବର୍ଷର ଝିଅର ହେଲା ବାହାଘର, ହେଇଗଲା କାଣ୍ଡ, ତାପରେ ଯାହା ହେଲା ଆପଣ ଜାଣିଲେ କହିବେ ଠିକ ହେଇଚି ଏମାନଙ୍କୁ ଏଇଆ ଦରକାର…

ବନ୍ଧୁଗଣ ବାହାଘର ଏକ ସାମାଜିକ ପରମ୍ପରା ଅଟେ ଯାହା ଦୁଇ ଜଣଙ୍କୁ ଏକ ପବିତ୍ର ବନ୍ଧନ ରେ ବାନ୍ଧିଥାଏ ଆଜି …

Leave a Reply

Your email address will not be published.