ଦର୍ଶକ ବନ୍ଧୁ ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ଗାଈକୁ ଗୋମାତା ବୋଲି କୁହାଯାଇଥାଏ ଏବଂ ଭଗଵାନ କୃପା ପାଇବା ପାଇଁ ଲୋକମାନେ ଗୋମାତାଙ୍କ ପୂଜା ଅର୍ଚ୍ଚନା କରିଥାନ୍ତି। ଦର୍ଶକ ବନ୍ଧୁ ଶାସ୍ତ୍ରରେ ଗୋମାତାଙ୍କ ପାଦର ମାଟିର ଅନେକ ମହତ୍ତ୍ଵ ରହିଛି ଯାହା ଫଳରେ ଆପଣ ନିଜ ଜୀବନରେ ସଫଳତା ପାଇ ପାରିବେ ତେବେ ଆସନ୍ତୁ ଜାଣିବା ଗାଈ ପାଦର ମାଟିକୁ କଣ କଲେ ଘରେ ସୁଖ ସମୃଦ୍ଧି ବଢ଼ିଥାଏ।
ଦର୍ଶକ ବନ୍ଧୁ ଆମେ ସମସ୍ତେ ଜାଣିଛନ୍ତି ଗାଈ ଆମ ପାଇଁ ବୋହୁତ ଦରକାରୀ ଜୀବ ଅଟେ କାରଣ ଗାଈ ଆମର ଅନେକ ଉପକାର କରିଥାଏ ଯାହାର ଋଣ ଆମେ କେବେ ବି ସୁଝି ପାରିବା ନାହିଁ ଗାଈର ମୁତ୍ରରେ ଅନେକ ଔଷଧୀୟ ଗୁଣ ରହିଛି ଯାହାକୁ ରୋଗୀ ମାନଙ୍କ ଚିକିତ୍ସା ପାଇଁ ପ୍ରୟୋଗ କରାଯାଏ। ଦର୍ଶକ ବନ୍ଧୁ ଗାଈର କ୍ଷୀର ଅମୃତ ସମାନ ହୋଇଥାଏ ଯାହାକୁ ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ପାଇଥାନ୍ତି ଏବଂ ଡାକ୍ତରମାନେ ମଧ୍ୟ ରୋଗୀ ମାନଙ୍କୁ ଜଲ୍ଦୀ ସୁସ୍ଥ ହେବା ପାଇଁ ଗାଈର କ୍ଷୀର ପିଇବାକୁ ପରାମର୍ଶ ଦେଇଥାନ୍ତି।
ଦର୍ଶକ ବନ୍ଧୁ ଗାଈର ଗୋବର ବୋହୁତ ପବିତ୍ର ହୋଇଥାଏ ଏବଂ ଗୋରବ ଅନେକ ପୂଜାପାଠରେ ମଧ୍ୟ ବ୍ୟବହାର କରାଯାଏ ଘରେ ମଧ୍ୟ ଗୋବରର ବ୍ୟବହାର କରାଯାଇଥାଏ ମାତା ଲକ୍ଷ୍ମୀଙ୍କ ପୂଜା ବା ଗୁରୁବାର ଓଷାରେ ଘରର ବୋହୂ ମାନେ ଗୋବରରେ ଘରକୁ ଲିପି ପବିତ୍ର କରିଥାନ୍ତି ଏବଂ ମା ଲକ୍ଷ୍ମୀ ମଧ୍ୟ ଏହାଦ୍ବାରା ପ୍ରସନ୍ନ ହୋଇଥାନ୍ତି। ଦର୍ଶକ ବନ୍ଧୁ ଗାଈ ଏମିତି ଏକ ପଶୁ ଯିଏ ନିଃଶ୍ୱାସରେ ଅମ୍ଳଜାନ ନେଇଥାଏ ଏବଂ ଅମ୍ଳଜାନ ଛାଡିଥାଏ |
ତେଣୁ ଗାଈ ଆମ ପାଇଁ ଭଗଵାନ ଦ୍ଵାରା ଦିଆଯାଇଥିବା ଏକ ସୁନ୍ଦର ଉପହାର ଅଟେ। ଦର୍ଶକ ବନ୍ଧୁ ଯେଉଁ ଘରେ ଗାଈମାନେ ଥାଆନ୍ତି ସେହି ଘରେ କେବେବି ନକାରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ ଘରେ ସର୍ବଦା ସୁଖଶାନ୍ତି ଲାଗି ରହିଥାଏ ଏବଂ ଗାଈ ଆମ ଆଖପାଖରେ ରହିଲେ ମାନସିକ ଚିନ୍ତା ମଧ୍ୟ ଦୂର ହୋଇଥାଏ।
ଦର୍ଶକ ବନ୍ଧୁ ସକାଳୁ ସକାଳୁ ଗାଈକୁ ରୁଟି ଗୁଡ ଖାଇବାକୁ ଦିଅନ୍ତୁ ଆପଣ ବ୍ୟବସାୟରେ ଉନ୍ନତି ହେବ ପିତୃଦୋଷ ମଧ୍ୟ ଦୂର ହେବ। ଦର୍ଶକ ବନ୍ଧୁ ଯଦି ଆପଣ ଗୋଟିଏ ମହତ୍ଵପୂର୍ଣ୍ଣ କାମରେ ଯାଉଛନ୍ତି ଏବଂ ବାଟରେ ଗାଈ ଦେଖୁଛନ୍ତି ତେବେ ଆପଣଙ୍କ ଯାତ୍ରା ନିଶ୍ଚିତ ସଫଳ ହେବ। ଦର୍ଶକ ବନ୍ଧୁ ଗାଈ ବନ୍ଧା ହେଉଥିବା ଗୋଠରୁ ମାଟି ଆଣି ସେଥିରେ ଗଙ୍ଗାଜଳ ମିଶାଇ ଛୋଟ ଛୋଟ ୭ଟି ଗୁଳା କରନ୍ତୁ ଏବଂ ରାତିରେ ଶୋଇବା ସମୟରେ ଗୁଳାକୁ ତକିଆ ତଳେ ରଖି ଶୋଇ ପଡନ୍ତୁ ଏବଂ ସକାଳୁ ଉଠି ସେହି ଗୁଳାରୁ ଗୋଟିଏ ଗୁଳା ନେଇ ଓସ୍ତ ଗଛ ମୂଳେ ରଖିଦିଅନ୍ତୁ ଏହିପରି ୧୫ ଦିନ କରନ୍ତୁ ଦେଖିବେ ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ।