Breaking News

କରୋନକୁ ଶେଷ କରିବ ବାସି ପଖାଳ !! ଗବେଷଣାରୁ ଆସିଲା ଆଶ୍ଚର୍ଯ୍ୟ କରିଦେବା ଭଳି ତଥ୍ୟ

ପଖାଳ ଓଡ଼ିଆ ମାନଙ୍କ ଏକ ସ୍ୱତନ୍ତ୍ର ପରିଚୟ। ଖାଲି ଓଡ଼ିଆ କାହିଁକି ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥ ବି ପଖାଳ ପ୍ରେମରେ। ଶ୍ରୀମନ୍ଦିରର ଟଙ୍କ ତୋରାଣି ଏହାର ପ୍ରମାଣ। ଅତ୍ୟାଧୁନିକ ଜୀବନଶୈଳୀରେ ଅନେକ ପରମ୍ପରା ବଳି ପଡ଼ିଥିଲେ ବି ପଖାଳ ତା’ର ମହକ ହରାଇ ନାହିଁ। ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ ପଖାଳ ସ୍ୱାଦରେ ଯେପରି ସ୍ୱାଦିଷ୍ଟ ସେମିତି ଏହାର ସ୍ଵାସ୍ଥ୍ୟଗତ ଉପକାରିତା ମଧ୍ୟ ଖୁବ୍ ବେଶି। ଭୁବନେଶ୍ୱର ଏମ୍‌ସ ପକ୍ଷରୁ ହୋଇଥିବା ଏକ ଗବେଷଣାରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

‘ପଖାଳ’ର ତୋରାଣୀ ହେଉଛି ଏକ ପ୍ରକାର ଇମ୍ମୁନି ବୁଷ୍ଟର। ରାତିରେ ପଖାଳ ହୋଇଥିବା ତୋରାଣିରେ ଭିଟାମିନ-ବି ୧୨, ଭିଟାମିନ-କେ ରହିଥାଏ ।ଯାହାକି ଶରୀରରେ ରୋଗ ସହ ଲଢେଇ କରିବାରେ ସହାୟତା କରିଥାଏ । ବାସି ପଖାଳ ଓ ତୋରାଣିରେ ଶରୀରକୁ ଏତେ ପରିମାଣରେ ରୋଗ ପ୍ରତିରୋଧକ ଶକ୍ତି ଯୋଗାଏ ଯେ, ତାହା କରୋନା ଭଳି ଦୁଃସାଧ୍ୟ ରୋଗକୁ ମଧ୍ୟ ମାତ୍ ଦେଇ ପାରିବ। ଏମ୍‌ସ ଭୁବନେଶ୍ୱର ମାଇକ୍ରୋ ବାୟୋଲଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ବି. ରାମାଦାସ ‘ପଖାଳ’ ଉପରେ ଏକ ଗବେଷଣା କରିଥିଲେ।

ରାଜ୍ୟର ବିଭିନ୍ନ ସ୍ଥାନରୁ ୨୦ ପ୍ରକାର ବାସି ପଖାଳ ନମୁନା ସଂଗ୍ରହ କରି, ଭୁବନେଶ୍ୱର ଏମ୍ସର ଅଣୁଜୀବ ଗବେଷଣା ସଂସ୍ଥା ସିସିଏମ୍ଆର୍ ପକ୍ଷରୁ ୨୦୧୯ ମସିହାରୁ ଏହି ଗବେଷଣା ଆରମ୍ଭ କରାଯାଇଥିଲା। ଶେଷରେ ଗବେଷଣାରୁ ଏଭଳି ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ବାସି ପଖାଳ ଓ ତୋରାଣିର ଆଉ କିଛି ଉପକାରିତା ମଧ୍ୟ ରହିଛି। ଏଥିରେ ଥିବା ଫ୍ୟାଟି ଏସିଡ୍ ରେ ଆଣ୍ଟି-ଇନଫୋମେଟୋରୀ ଗୁଣ ଭରପୁର ମାତ୍ରାରେ ରହିଛି।    ରାତିରେ ଭାତକୁ ପଖାଳିବା ଦ୍ୱାରା କିଛି ସମୟ ପରେ ଲାକ୍ଟୋ-ବାସିଲସ ନାମକ ସକାରାତ୍ମକ ଜୀବାଣୁ ତିଆରି ହୋଇଥାଏ ।

ଏହା ଶରୀରରେ ଇମ୍ୟୁନୋଗ୍ଲୋବୁଲିନ୍ କ୍ଷରଣରେ ସହାୟକ ହୁଏ, ଯାହାକି ଫୁସଫୁସ୍‌ ଓ ଅନ୍ତନଳୀ ସଂକ୍ରମଣ ରୋକିଥାଏ। ଏହା ଖାଇଲା ପରେ ପାଚନ ପ୍ରକ୍ରିୟାରେ ସହାୟକ ହୋଇଥାଏ । ଏହାରର ଭୂତାଣୁ ବିରୋଧୀ ବି ବ଼ଡ କଥା ହେଉଛି, ଏହା ଅପପୁଷ୍ଟି ରୋକିବାକୁ ଏବଂ ଗର୍ଭବତୀ ମହିଳାଙ୍କ ଭ୍ରୁଣର ବିକାଶ ପାଇଁ ଖୁବ୍ ଉପକାରୀ। ତେବେ ଗବେଷକଙ୍କ କହିବା କଥା, ସଜ ନୁହେଁ କେବଳ ବାସି ପଖାଳ ଓ ତୋରାଣିରେ ହିଁ ଏହି ଗୁଣ ରହିଛି। ତେବେ ସାଧାରଣ ଲୋକଙ୍କ ପାଇଁ ପଖାଳ ସହଜରେ ଉପଲବ୍ଧ ହେଉଥିବାବେଳେ ଏଭଳି ତଥ୍ୟ ସାମ୍ନାକୁ ଆସିବା ଆଶ୍ୱସ୍ତି ଆଣିଛି । ଜଣେ ଦିନକୁ ୫ ମିଲିଲିଟର ବାସି ତୋରାଣି ପିଇଲେ ଶରୀର ପାଇଁ ହିତକର ବୋଲି ଗବେଷଣାରୁ ଜଣାପଡିଛି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ରାଜ୍ୟ ସରକାର ଙ୍କ ନିଷ୍ପତି , ଏଣିକି ଶବ୍ଦ ପ୍ରଦୂଷଣ କଲେ ଦେବେ 1 ଲକ୍ଷ ଟଙ୍କାର ଜୋରିମାନା

ଆଜିକାଲି ବଡ଼ ବଡ଼ ସହର ମାନଙ୍କରେ ସବୁଠାରୁ ବଡ଼ ସମସ୍ୟା ସାଜିଛି ଶବ୍ଦ ପ୍ରଦୂଷଣ। କେମିତି ବି ନହେବ ଯେଉଁ …

Leave a Reply

Your email address will not be published. Required fields are marked *