Breaking News

ବିରାଜିଲେ ଗ୍ରାମ ଦେବତୀ, ସ୍ୱପ୍ନାଦେଶ ହେଲା ସତ || ଗାଁ ରେ ଆବିର୍ଭାବ ହେଲେ ଦେବୀ

ଦର୍ଶକ ବନ୍ଧୁ ଓଡ଼ିଶା ର ପ୍ରତି ଗ୍ରାମ ରେ ଗ୍ରାମଦେବତୀ ଙ୍କ ମନ୍ଦିର ଥିବା ଆପଣ ମାନେ ଜାଣିଥିବେ।ଗ୍ରାମଦେବତୀ ଗ୍ରାମ କୁ ସମସ୍ତ ପ୍ରକାର ବାଧା ବିଘ୍ନ ରୁ ରକ୍ଷା କରନ୍ତି ବୋଲି ଲୋକ ଙ୍କ ବିଶ୍ୱାସ। ସେହିଭଳି ଏକ ମନ୍ଦିର ରହିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ର ରତ୍ନମନିପୁର ଗାଁ ରେ। ଏଠାରେ ମା ସବୁ ଗ୍ରାମବାସୀ ଙ୍କ ଦୁଃଖ ଅବିଳମ୍ବେ ଦୂର କରିଥାନ୍ତି।ମା ଙ୍କ ପାଖରେ ଯିଏ ଯାହା ପ୍ରାର୍ଥନା କରିଥାଏ,ମା ତାକୁ ପୁରାଣ କରିଥାନ୍ତି ବୋଲି ଗାଆଁ ଲୋକ ମାନେ ବିଶ୍ୱାସ କରନ୍ତି।କୁହାଯାଏ ରତ୍ନମଣି ଗ୍ରାମ ହେବା ପରେ ଏଠାରେ ଅନେକ ମଠ ମନ୍ଦିର ଆଦି ହେଲା।କିନ୍ତୁ ଗ୍ରାମଦେବତୀ ଙ୍କ ର ମନ୍ଦିର ନଥିଲା।ଫଳରେ ଗାଁ ର କିଛି ଲୋକ ରତନେଇ ପାହାଡ଼ କୁ ଗ୍ରାମ ଦେବତୀ ଙ୍କ ସନ୍ଧାନ ରେ ଯାଇଥିଲେ।

ସେଠାରେ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ ମା ଙ୍କ କୌଣସି ସନ୍ଧାନ ମିଳିନଥିଲା।ଖୋଜି ଖୋଜି ହାଲିଆ ହୋଇଯାଇଥିବାରୁ ଗାଁ ଲୋକେ ଏକ ଗଛ ମୂଳେ ବିଶ୍ରାମ ନେଉଥିଲେ।ଏହି ସମୟରେ ସେମାନଙ୍କୁ ସ୍ୱପ୍ନାଦେଶ ହୋଇଥିଲା। ସ୍ୱପ୍ନାଦେଶ ମୁତାବକ ଗାଁ ଲୋକେ ସେଠାରୁ ଏକ ପଥର ଆଣି ଗ୍ରାମ ଦେବତୀ ବୋଲି ପୂଜା ଆରମ୍ଭ କରିଥିଲେ।ସେବେ ଠାରୁ ମାଆ ଗାଁ ରେ ରହି ଗାଁ କୁ ସବୁ ବିପଦ ରୁ ରକ୍ଷା କରିବା ସହିତ ଆଶିଷ ପ୍ରଦାନ କରୁଛନ୍ତି।ପ୍ରଥମେ ମାଆ ଙ୍କୁ ଏକ ଲିମ୍ବ ଗଛ ମୂଳେ ପୂଜା କରାଯାଉଥିଲା।

କାଳକ୍ରମେ ଗାଁ ଲୋକ ଙ୍କ ପ୍ରଚେଷ୍ଟା ରେ ଏଠାରେ ଏକ ମନ୍ଦିର ପ୍ରତିଷ୍ଠା କରାଯାଇ ମା ଙ୍କୁ ସ୍ଥାପନ କରାଯାଇଥିଲା। ଏବଂ ଏହି ମନ୍ଦିର ରେ ଏବେ ମା ଙ୍କ ପୂଜା ଅର୍ଚ୍ଚନା କରାଯାଉଛି। ବର୍ଷକ ମଧ୍ୟରେ ଯାହା ବି ପୁଜା ପର୍ବ ଆସେ,ସେ ସବୁ ମା ଙ୍କ ପାଖରେ ପାଳିତ ହେଉଥିବା ବେଳେ ପ୍ରତି ଚୈତ୍ର ମଙ୍ଗଳବାର ଦିନ ବିଶେଷ ପୂଜା ହୋଇଥାଏ।ଏହି ଦିନ ମହିଳା ମାନେ ହଳଦୀ ପାଣି, ମୁଆଁ, ମଣ୍ଡ ପିଠା ଓ ଖିରି ଆଦି ଆଣି ମା। ଙ୍କ ପାଖରେ ପୂଜା କରିଥାନ୍ତି।ବିଶ୍ୱାସ ଅଛି ମା ଙ୍କୁ ଚୈତ୍ର ମଙ୍ଗଳବାର ଦିନ ଏହି ସବୁ ଅର୍ପଣ କରିବା ଦ୍ୱାରା ମା ସେମାନଙ୍କ ପରିବାର କୁ ଘଣ୍ଟ ଘୋଡେ଼ଇ ରଖିଥାନ୍ତି।ମା ଙ୍କ ପାଖକୁ ପାଖ ଆଖ ଗାଁ ରୁ ମାନସିକ ନେଇ ଆସିଥାନ୍ତି।ଏବଂ ଅନେକ ଲୋକ ଙ୍କ ମାନସିକ ପୁରଣ ହୋଇଥିବା ମଧ୍ୟ କୁହନ୍ତି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଏହି ମୁସଲମାନ ଦେଶରେ ରହିଛି ବିଷ୍ଣଙ୍କ ସବୁଠୁ ବଡ ମୂର୍ତ୍ତୀ , ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ

ଭଗବାନ ବିଷ୍ଣୁ ହେଉଛନ୍ତି କୋଟି କୋଟି ହିନ୍ଦୁ ମାନଙ୍କର ଆସ୍ଥା ଓ ବିଶ୍ୱାସର ପ୍ରତୀକ। ଏହା ସହିତ ଭଗବାନ ବିଷ୍ଣୁ …

Leave a Reply

Your email address will not be published. Required fields are marked *